ରାଜ୍ୟ
ପାଖରିରେ ବୁଡି ୨ ଭାଇଙ୍କ ମୃତ୍ୟୁ
କାମାକ୍ଷାନଗର : ଗାଧୋଇବାକୁ ଯାଇ ପାଖରିରେ ବୁଡ଼ି ୨ ସଂପର୍କୀୟ ଭାଇଙ୍କ ମୃତ୍ୟୁ । ଏପରି ଦୁଃଖଦ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏକତାଳି ଗାଁରେ। ଜଣଙ୍କ ବୟସ ୭ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ୮ବର୍ଷ ହୋଇଥିଲା ବୋଲି ଜଣାଯାଇଛି। ବଡ଼ଓଷା ପାଇଁ ମନ୍ଦିର ଯିବେ ବୋଲି ଗାଧୋଇବାକୁ ଯାଇଥିଲେ ୨ ଭାଇ । ଏହି ସମୟରେ ଅସାବଧାନ କାରଣରୁ ଉଭୟଙ୍କ ଗୋଡ଼ ଖସି ଯାଇଥିଲା।
ଉଭୟ ପାଣିରେ ବୁଡ଼ି ଯାଇଥିଲେ। ବଡ଼ଓଷା ପରି ଦିନରେ ଏଭଳି ଅଘଟଣ ଘଟିଥିବାରୁ ପୁରା ଗାଁରେ ଶୋକର ଛାୟା ଖେଳି ଯାଇଛି ।