ପୁନମଙ୍କ ନକଲି ମୃତ୍ୟୁ ଯୋଜନାରେ ଜଡ଼ିତ ଥିବାରୁ କ୍ଷମା ମାଗିଲା ଏଜେନ୍ସି – Kalinga News

[ad_1]
ନୂଆଦିଲ୍ଲୀ: ଗତ ୩ ତାରିଖରେ ମଡେଲ୍ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କର ମୃତ୍ୟୁ ଘଟିଛି ବୋଲି ଖବର ପ୍ରସାରଣ ହୋଇଥିଲା। ଏହି ଖବର ପ୍ରଘଟ କରିଥିଲେ ପୁନମଙ୍କ ଟିମ୍। ହେଲେ ୪ ତାରିଖ ଦିନ ସକାଳୁ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ପୁନମ ଜୀବିତ ଥିବା କଥା ଏକ ଭିଡିଓ ଜାରି କରିଥିଲେ। ୪ ତାରିଖ ଗର୍ଭାଶୟ କର୍କଟ ଦିନ ହୋଇଥିବାରୁ ସଚେତନତା ସୃଷ୍ଟି କରିବାକୁ ପୁନମ ଏପରି କରିଥିବା କଥା ଭିଡିଓରେ କହିଥିଲେ। ହେଲେ ପୁନମଙ୍କର ଲୋକଙ୍କୁ ସଚେତନ କରାଇବାର ଏହି ଶୈଳୀ ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କୁ ଆଦୌ ପସନ୍ଦ ଆସିନାହିଁ। ଏହା ଏକ ଶସ୍ତ ପବ୍ଲସିଟ୍ ଷ୍ଟଣ୍ଟ୍ ବୋଲି କହି ଲୋକେ ତାଙ୍କୁ ନିନ୍ଦା କରିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ସୋସିଆଲ୍ ମିଡିଆରେ ପୁନମ ଓ ତାଙ୍କ ପିଆର୍ ଏଜେନ୍ସି ବିରୋଧରେ ଛଡ଼ ସୃଷ୍ଟି ହେବା ପରେ ଏବେ ଏଜେନ୍ସି ବର୍ତ୍ତମାନ ଏଥିପାଇଁ ଦୁଃଖ ପ୍ରକାଶ କରିଛି। ବିଶେଷକରି ସେହି ଲୋକମାନଙ୍କ ପ୍ରତି ଯେଉଁମାନେ କର୍କଟ ରୋଗରେ ଆକ୍ରାନ୍ତ ଅଛନ୍ତି। ପୁଣମ୍ ପାଣ୍ଡେଙ୍କ ନକଲି ମୃତ୍ୟୁ ଯୋଜନାକୁ ନେଇ ଏଜେନ୍ସି କ୍ଷମା ପ୍ରାର୍ଥନା କରିଛି।
ଏଜେନ୍ସି ପକ୍ଷରୁ ଏକ ବିବୃତ୍ତିରେ ଲେଖାଯାଇଛି।, ‘‘ହଁ ଗର୍ଭାଶୟ କର୍କଟ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆମେ ପୁନମ ପାଣ୍ଡେଙ୍କ ଉଦ୍ୟମରେ ଜଡିତ ଥିଲୁ। ଏଥିପାଇଁ ଆମେ ଆନ୍ତରିକ ଭାବରେ କ୍ଷମା ମାଗିବାକୁ ଚାହିଁବୁ – ବିଶେଷ କରି ଯେଉଁମାନେ ଏହି ରୋଗରେ ପୀଡିତ। ଏହି ରୋଗ ହେତୁ ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି।’’
[ad_2]