ଆଇଏସ୍ଆଇକୁ ଗୁପ୍ତ ସୂଚନା ଦେଇ ଭାରତୀୟ ଦୂତାବାସ କର୍ମଚାରୀ ଗିରଫ – Kalinga News
[ad_1]
ନୂଆଦିଲ୍ଲୀ: ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ପାଇଁ ଗୁପ୍ତଚର କାମ କରିବା ଅଭିଯୋଗରେ ଉତ୍ତର ପ୍ରଦେଶ ଆତଙ୍କବାଦୀ ନିରୋଧୀ ସ୍କ୍ୱାଡ୍ (ଏଟିଏସ୍) ମସ୍କୋ ସ୍ଥିତ ଭାରତୀୟ ଦୂତାବାସର ଜଣେ କର୍ମଚାରୀଙ୍କୁ ଗିରଫ କରିଛି। ତାଙ୍କୁ ୟୁପିର ମେରଟରୁ ଗିରଫ କରାଯାଇଥିବା ବେଳେ ସେ ପାକ୍ ଗୁଇନ୍ଦା ସଂସ୍ଥାକୁ ଭାରତୀୟ ସେନାର ବିଭିନ୍ନ ଗୁପ୍ତ ସୂଚନା ଏବଂ କୂଟନୀତି ସଂକ୍ରାନ୍ତ ତଥ୍ୟ ପ୍ରଦାନ କରିଆସୁଥିଲେ ବୋଲି ଏଟିଏସ୍ ଜାଣିବାକୁ ପାଇଛି। ଗିରଫ ହୋଇଥିବା ସତ୍ୟେନ୍ଦ୍ର ସିୱାଲ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ମଲ୍ଟି ଟାସ୍କିଂ ଷ୍ଟାଫ୍ (ଏମ୍ଟିଏସ୍) ଭାବେ କାର୍ଯ୍ୟ କରୁଥିଲେ। ଭାରତୀୟ ସେନା ସମ୍ବନ୍ଧୀୟ ସମ୍ବେଦନଶୀଳ ସୂଚନା ବଦଳରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଜଣେ କର୍ମଚାରୀଙ୍କୁ ଆଇଏସ୍ଆଇ ଅର୍ଥ ପ୍ରଦାନ କରିଥିବା ଏଟିଏସ୍କୁ ସୂଚନା ମିଳିବା ପରେ ଏହି ଅପରେସନ ଆରମ୍ଭ ହୋଇଥିଲା। ସତ୍ୟେନ୍ଦ୍ର ଯେଉଁ ସବୁ ସୂଚନା ଆଇଏସ୍ଆଇକୁ ପ୍ରଦାନ କରିଛନ୍ତି, ଏବେ ତାହାର ତର୍ଜମା ଆରମ୍ଭ ହୋଇଛି। ଭାରତର ନିରାପତ୍ତା ପାଇଁ ଏହା ବଡ଼ ବିପଦ ସୃଷ୍ଟି କରିବାର ସମ୍ଭାବନା ଥିବାରୁ ଅନ୍ୟ ଅଭିଯୁକ୍ତଙ୍କୁ ଠାବ କରିବା ପାଇଁ ବ୍ୟାପକ ଖୋଳତାଡ଼ ଆରମ୍ଭ ହୋଇଛି।
[ad_2]