ଦେଶ- ବିଦେଶ

ପ୍ରସିଦ୍ଧ ଊର୍ଦ୍ଦୁ କବି ମୁନଓ୍ବର ରାଣାଙ୍କ ପରଲୋକ – Kalinga News

[ad_1]

ଲକ୍ଷ୍ନୌ: ପ୍ରସିଦ୍ଧ ଊର୍ଦ୍ଦୁ କବି ମୁନବ୍ବର ରାଣାଙ୍କ ପରଲୋକ । ଗତ ବିଳମ୍ବିତ ରାତିରେ ହୃଦଘାତ ଯୋଗୁଁ ଲକ୍ଷ୍ନୌସ୍ଥିତ ସଞ୍ଜୟ ଗାନ୍ଧୀ ପିଜିଆଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଇ ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା I ତେବେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ସେ ଦୀର୍ଘ ଦିନ ଧରି ସଞ୍ଜୟ ଗାନ୍ଧୀ ପିଜିଆଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ I ମା’ଙ୍କୁ ନେଇ ଅନେକ କବିତା ଲେଖିଥିଲେ ମୁନଓ୍ବର I ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ତାଙ୍କ ପ୍ରଶଂସକ ମହଲରେ ଶୋକର ଛାୟା ଖେଈଲି ଯାଇଛି ।

ମୁନଓ୍ବରଙ୍କ ପାରିବାରିକ ସୂଚନାନୁସାରେ, ସେ ଦୀର୍ଘଦିନ ଧରି ଗଳା କର୍କଟ ରୋଗରେ ପୀଡିତ ଥିଲେ I ପ୍ରାୟ ୧୫ ଦିନ ପୂର୍ବରୁ ଅସୁସ୍ଥତା ଯୋଗୁଁ ତାଙ୍କୁ ପ୍ରଥମେ ମେଦାନ୍ତ ହସ୍ପିଟାଲ ଓ ପରେ ଏସଜିପିଜିଆଇରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖା ଯାଇଥିଲା। ମାତ୍ର ଗତ ରବିବାର ରାତି ୧୧ ଟାରେ ହୃଦଘାତ ହେବାରୁ ତାଙ୍କର ମୃତ୍ୟୁ ଘଟିଥିଲା I ପାରମ୍ପରିକ ରୀତିନୀତି ଅନୁଯାୟୀ ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ମୁନବ୍ବରଙ୍କ ପରିବାରରେ ପତ୍ନୀ, ୪ ଝିଅ ଓ ଗୋଟିଏ ପୁଅ ଅଛନ୍ତି।

୧୯୫୨ ମସିହା ୨୬ ନଭେମ୍ବରରେ ମୁନଓ୍ବର ରାଣା ଉତ୍ତର ପ୍ରଦେଶରେ ରାୟବରେଲୀରେ ଜନ୍ମଗ୍ରହଣ କରିଥିଲେ I ଉର୍ଦ୍ଦୁ ସାହିତ୍ୟରେ ତାଙ୍କର ମହତ୍ୱପୂର୍ଣ୍ଣ ଅବଦାନ ରହିଛି I ୨୦୧୪ ‘ଶାହାବାବା’କବିତା ପାଇଁ ସେ ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ I

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button