ମନୋରଞ୍ଜନ

ରକ୍ଷା ବନ୍ଧନରେ ଘରେ ବନାନ୍ତୁ ଖଜୁରୀ ହାଲୁଆ, ଭାଇର ମୁହଁକୁ କରନ୍ତୁ ମିଠା

ଆଉ ମାତ୍ର ଦିନ କେଇଟା ପରେ ରାକ୍ଷୀ ପୂର୍ଣ୍ଣିମା। ଭାଇ-ଭଉଣୀର ପର୍ବ ରକ୍ଷା ବନ୍ଧନ। ଏହି ଦିନ ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ଭାଇର ମୁହଁ ମିଠା କରିଥାଏ। ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଖଜୁର ହାଲୁଆ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ଖଜୁରୀ – ୨ କପ୍‌
ନଡିଆ – ଗୋଟେ ପାତ୍ର
ଖୁଆ – ୧ କପ୍‌
ଚିନି – ୧/୨ କପ୍‌
ଡ୍ରାଏ ଫ୍ରଟ୍ସ – ୧/୨ ତାଟିଆ
ଦେଶୀ ଘିଅ – ୧/୨ କପ୍‌

ପ୍ରସ୍ତୁତି ପ୍ରଣାଳୀ

-ସର୍ବ ପ୍ରଥମେ ଖଜୁରିକୁ ଛଡାଇ ରଖନ୍ତୁ।
-ଏବେ ତାହାକୁ କାଟି ତାହାର ମଞ୍ଜି ଅଲଗା କରି ଦିଅନ୍ତୁ ଏବଂ ଛୋଟ ଖଣ୍ଡରେ କାଟି ଦିଅନ୍ତୁ।
-ଏକ ପ୍ୟାନକୁ ଗ୍ୟାସରେ ଗରମ କରି ସେଥିରେ ତେଲ ପକାନ୍ତୁ।
-ଏବେ ସେଥିରେ ଖଜୁର ପକାଇ ଲଗାତର ଚାମଚ ସାହାଯ୍ୟରେ ୫ ମିନିଟ୍‌ ପଯ୍ୟର୍ନ୍ତ ଭାଜନ୍ତୁ।
-ତେବେ ସେଥିରେ ନଡିଆ କୋରା, ଖୁଆ ଏବଂ ଚିନି ପକାଇ ମିକ୍ସ କରନ୍ତୁ।
-ମିକ୍ସର ଭଲଭାବେ ସୁଖିଗଲା ପରେ ଗ୍ୟାସ ବନ୍ଦ କରିଦିଅନ୍ତୁ।
-ଏବେ ଆପଣଙ୍କ ଖଜୁରୀ ହାଲୁଆ ପ୍ରସ୍ତୁତ ହୋଇଯାଇଛି।
-ଏବେ ଏହାକୁ ଆପଣ ଡ୍ରାଏ ଫ୍ରଟ୍ସରେ ସଜାଇ ସର୍ଭ କରନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button