ଖେଳ ଖବର

ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ: ମଗନ୍ତୀଙ୍କୁ ସ୍ବର୍ଣ୍ଣ – Kalinga News

[ad_1]

ଭୁବନେଶ୍ବର: କିଟ୍‌ ଛାତ୍ରୀ ମଗନ୍ତୀ କୀର୍ତ୍ତି ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ ଜାତୀୟ ମାନ୍ୟତା ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ହିମାଚଳପ୍ରଦେଶର ନାଗ୍ରୋତା ବଗୱାନସ୍ଥିତ ରେନ୍‌ବୋ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ଠାରେ ଆୟୋଜିତ ପ୍ରତିଯୋଗିତାରେ ମଗନ୍ତୀ ୭୬ କେଜି ବର୍ଗରେ ଏହି ପଦକ ଜିତିଥିଲେ। ସେ ୭୬ କେଜି ସ୍ନାଚ୍‌ ଏବଂ ୯୫ କେଜି କ୍ଲିନ୍‌ ଓ ଜର୍କ ସହ ମୋଟ ୧୭୧ କେଜି ଭାର ଉଠାଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଖେଳ କୋଟାରେ କିଟ୍‌ ବିଶ୍ବବିଦ୍ୟାଳୟରେ ବାଣିଜ୍ୟର ଦ୍ବିତୀୟ ବର୍ଷର ଛାତ୍ରୀ ଭାବେ ସେ ସ୍ନାତକ ପଢୁଛନ୍ତି। ତାଙ୍କ ସଫଳତା ଲାଗି କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି। ମଗନ୍ତୀ ମଧ୍ୟ ସହଯୋଗ ଓ ସହାୟତା ପାଇଁ ଶ୍ରୀ ସାମନ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button