ମନୋରଞ୍ଜନ

ବାପା କହିଦେଲେ ପୁଅର ମନକଥା, କାହିଁକି ଆଜିଯାଏଁ ଅବିବାହିତ ଅଛନ୍ତି ସଲମାନ, ବାପା ଖୋଲିଲେ ବଡ଼ ରହସ୍ୟ

ବଲିଉଡ୍ ର ନାମିଦାମୀ କଳାକାରଙ୍କ ମଧ୍ୟରେ ସଲମାନ୍ ଖାନ୍ ଙ୍କ ନାମ ସବୁଠାରୁ ଆଗରେ । ନିଜ ଆକ୍ଟିଂ ଷ୍ଟାଇଲ ପାଇଁ ସଲମାନ ଫ୍ୟାନ୍ସ ମାନଙ୍କ ନିକଟରେ ବେଶ୍ ପରିଚିତ । ବର୍ତ୍ତମାନ ସମୟରେ ମଧ୍ୟ ସିନେମା ଜଗତରେ ତାଙ୍କର ଦବଦବା ରହିଛି । ଆଜି ମଧ୍ୟ ସିନେମା ଜଗତର ଏକ ଆଗ ଧାଡ଼ିର ଅଭିନେତା ହେଉଛନ୍ତି ସଲମାନ । ତେବେ ସେ ଫ୍ୟାନ୍ସ ହୁଅନ୍ତୁ କି ସୋସିଆଲ ମିଡ଼ିଆ । ସବୁଠାରେ ସଲମାନଙ୍କୁ ନେଇ ଗୋଟିଏ ପ୍ରଶ୍ନ ଦେଖିବାକୁ ମିଳୁଛି । ତାଙ୍କୁ ପ୍ରାୟ ୫୮ ବର୍ଷ ହୋଇଥିଲେ ମଧ୍ୟ ସେ କାହିଁକି ଆଜି ଯାଏଁ ବିବାହ କରି ନାହାନ୍ତି ?

A

ଦୀର୍ଘ ଦିନ ପରେ ଏ ନେଇ ସଲମାନଙ୍କ ବାପା ସଲିମ ନିଜ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ପୂର୍ବରୁ ସଲମାନ ଐଶ୍ୱର୍ଯ୍ୟା ରାୟ , କ୍ୟାଟ୍ରିନା କେଫ, ୟୁଲିଆ ବନ୍ଦୁର, ସୋମି ଅଲ୍ଲୀ , ସଙ୍ଗୀତା ବିଜଲାନୀଙ୍କ ଭଳି ଅନେକ ନାମିଦାମୀ ଅଭିନେତ୍ରୀଙ୍କୁ ଡେଟ୍ କରିଛନ୍ତି ।

ସେ ବହୁତ ଶୀଘ୍ର ସମ୍ପର୍କରେ ବାନ୍ଧି ହୋଇ ଯାଆନ୍ତି ବୋଲି ମଧ୍ଯ ବାପା ସଲିମ୍ କହିଛନ୍ତି । କାରଣ ସେ ଅତ୍ୟନ୍ତ ସରଳ ସ୍ୱଭାବର । ତାଙ୍କ ସ୍ଵଭାବ ପାଇଁ ଯେ କେହି ବି ତାଙ୍କ ଦ୍ଵାରା ଆକର୍ଷିତ ହୋଇ ଯାଆନ୍ତି ।

ସଲିମ ପୁଣି କହିଛନ୍ତି , ସଲମାନ ନିଜ ପାଇଁ ସବୁବେଳେ ତାଙ୍କ ମାଆ ଭଳି ଏକ ଝିଅ ଖୋଜୁଥାନ୍ତି । ସେ ଚାହାଁନ୍ତି ସେ ଯାହାକୁ ବିବାହ କରିବେ ସେ ଯେପରି ତାଙ୍କ ମାଆ ଭଳି ତାଙ୍କ ସମସ୍ତଙ୍କର ଯତ୍ନ ନେବ । ତେଣୁ ବର୍ତ୍ତମାନ ସମୟରେ ସଲମାନଙ୍କ ମନ ପସନ୍ଦର ଝିଅ ମିଳିବା ସମ୍ଭବ ନୁହେଁ ବୋଲି ମଧ୍ୟ ସଲମାନଙ୍କ ବାପା ସଲିମ୍ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button