ରାଜନୀତି

କର୍ପୋରେଟରଙ୍କ ଝିଅ ହତ୍ୟା ପଛରେ ‘ଲଭ୍‌ ଜିହାଦ’ ଅଛି ବୋଲି କହିଲେ ବିଜେପି ସାଂସଦ – Kalinga News

[ad_1]

ବେଙ୍ଗାଲୁରୁ: କର୍ଣ୍ଣାଟକ କର୍ପୋରେଟରଙ୍କ ଝିଅର ହତ୍ୟାକାଣ୍ଡ ମାମଲା ଏବେ ରାଜନୀତି ଭିତରକୁ ପଶି ଆସିଲାଣି। ଏହି ହତ୍ୟାକାଣ୍ଡ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଏକ ରଜନୈତିକ ତର୍କର ରୂପ ନେଇ ସାରିଲାଣି। କଂଗ୍ରେସ ନେତାଙ୍କ ଝିଅକୁ ତାଙ୍କ କଲେଜରେ ପଢୁଥିବା ଜଣେ ମୁସ୍‌ଲାମାନ ପୁଅ ସାତଥର ଛୁରୀ ଭୁସି ହତ୍ୟା କରିଥିଲେ। ଏହାକୁ ବିଜେପି ଏବେ ‘ଲଭ୍‌ ଜିହାଦ୍‌’ର ନାମ ଦେଉଛି।

ଜାଣିବାକୁ ମିଳିଛି ଯେ ଉଭୟ ନେହା ନାମ୍ନୀ ଯୁବତୀ ଓ ଫୟାଜ ନାମକ ଯୁବକଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା। ପୁଲିସ୍‌ ସନ୍ଦେହ କରୁଛି ଯେ ନେହା କିଛି ଦିନ ହେବ ଫୟାଜଙ୍କୁ ଅଣଦେଖା କରୁଥିଲେ। ଯାହାକୁ ସହ୍ୟ କରିପାରୁନଥିଲେ ଫୟାଜ।

ନେହା (୨୩) ମାଷ୍ଟର ଅଫ୍ କମ୍ପ୍ୟୁଟର ଆପ୍ଲିକେସନର ପ୍ରଥମ ବର୍ଷର ଛାତ୍ର ଥିଲେ ଏବଂ ଫାୟାଜ ତାଙ୍କ ସହପାଠୀ ଥିଲେ। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବାନୁସାରେ, ଫାୟାଜ ତାଙ୍କୁ ଏକାଧିକ ଥର ଛୁରାମାଡ଼ କରିଥିବା ବେଳେ ପଚରାଉଚରା ବେଳେ ଦୁହିଁଙ୍କର ସମ୍ପର୍କ ଥିବା ସ୍ବୀକାର କରିଛନ୍ତି।

ଏହି ପ୍ରସଙ୍ଗ ଶାସକ କଂଗ୍ରେସ ଏବଂ ବିରୋଧୀ ବିଜେପି ମଧ୍ୟରେ ଏକ ରାଜନୈନତିକ ଲଢ଼େଇ ସୃଷ୍ଟି ହୋଇଛି। ଶାସକ ଦଳ ଏହାକୁ ବ୍ୟକ୍ତିଗତ ଦୃଷ୍ଟିକୋଣରୁ ଏକ ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିବା ବେଳେ ବିଜେପି କହିଛି ଯେ ଏହା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦର୍ଶାଉଛି। କେନ୍ଦ୍ର ମନ୍ତ୍ରୀ ତଥା ଧରୱାଡ ଲୋକସଭାର ବିଜେପି ପ୍ରାର୍ଥୀ ପ୍ରହଳ୍ଲାଦ ଯୋଶୀ ସନ୍ଦେହ କରିଛନ୍ତି ଯେ ଏହି ଘଟଣା ପଛରେ ‘ଲଭ୍‌ ଜିହାଦ’ ରହିଛି।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button