ଏସବୁ ସମସ୍ୟାର ସାମ୍ନା ପରେ ୧୬୬ କୋଟିର ସ୍ବପ୍ନର ଘର ଛାଡ଼ିଲେ ପ୍ରିୟଙ୍କା – Kalinga News

[ad_1]
ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସ୍ବାମୀ ନିକ ଜୋନସଙ୍କ ସହିତ ଆମେରିକାର ଲସ ଏଞ୍ଜେଲସରେ ବସବାସ କରୁଛନ୍ତି। ଏହି କ୍ରମରେ ପ୍ରିୟଙ୍କାଙ୍କ ସ୍ବପ୍ନର ଘରକୁ ନେଇ ଏକ ଖବର ସାମ୍ନାକୁ ଆସିଛି। କୁହାଯାଉଛି କି ପ୍ରିୟଙ୍କା ଓ ନିକ ତାଙ୍କ ସ୍ବପ୍ନର ଘରକୁ ନେଇ ଅନେକ ଅସୁବିଧାର ସାମ୍ନା କରିବା ପରେ ଏବେ ତାହାକୁ ଖାଲି କରି ଦେଇଛନ୍ତି। ଏଥିସହିତ ଘର କିଣିଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ବି ରୁଜୁ କରିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନସ ୨୦୧୯ ମସିହାରେ ୧୬୬କୋଟି ଦେଇ ସ୍ବପ୍ନର ଘରକୁ କିଣିଥିଲେ। ଏଥିରେ ପାଣିର ସମସ୍ୟା ହେତୁ ଦମ୍ପତିଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଛି। କାନ୍ଥରୁ ପାଣି ଝରିବା ସହିତ ଘରେ ଉଇ ଲାଗିବା ସମସ୍ୟା ବି ଦେଖା ଦେଇଛି।
ଏସବୁ ସମସ୍ୟାର ସାମ୍ନା କରିବା ପରେ ପ୍ରିୟଙ୍କା ଓ ନିକ ଉକ୍ତ ଘରକୁ ଯେଉଁ ପ୍ରପଟି ଡିଲରଙ୍କ ଠାରୁ କିଣିଥିଲେ ତାଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଘର ଛାଡ଼ି ଦେଇଛନ୍ତି। ପ୍ରପଟି ଡିଲରଙ୍କ ବିରୋଧରେ ମାମଲା ରୁଜୁ କରି ପ୍ରିୟଙ୍କା ଓ ନିକ ଅଭିଯୋଗ କରିଛନ୍ତି କି, ‘ଉକ୍ତ ବ୍ୟକ୍ତି ଜଣକ ଭଲ ଘର କହି ଆମକୁ ଠକି ଦେଇଛନ୍ତି। ଘରର କାନ୍ଥରୁ ପାଣି ଝରୁଛି। ଯେଉଁ କାରଣରୁ ଊଇ ବି ଲାଗୁଛି। ଏଭଳି ଘରେ ରହିଲେ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇବ। ଆମେ ଉକ୍ତ କାନ୍ଥର ମରାମତି ବି କରାଇଛୁ। କିନ୍ତୁ କିଛିଦିନ ଗଲା ପରେ ଯେଉଁ ଅସୁବିଧାକୁ ସେଇ ଅସୁବିଧା ହୋଇଥାଏ। ତେଣୁ ଏଥିପାଇଁ ଆମେ ଖର୍ଚ୍ଚ କରିଥିବା ଅର୍ଥ ସହିତ ଆମେ ଯେଉଁଯେଉଁ ଅସୁବିଧାର ସାମ୍ନା କରିଛୁ ତାହାର କ୍ଷତିପୂରଣ ଦିଆଯାଉ। ଘରକୁ ମରାମତି କରିବାରେ ପ୍ରାୟ ୧୩ରୁ ୨୦କୋଟି ଟଙ୍କା ପାଖାପାଖି ଖର୍ଚ୍ଚ ହୋଇଛି।’
[ad_2]