ମନୋରଞ୍ଜନ

କର୍କଟକୁ ହରାଇବା ପରେ ମୋତେ ଦେଖା କରିବ; ସଲମାନଙ୍କ ଏହି କଥା ରଖିଲେ କୁନି ପ୍ରଶଂସକ – Kalinga News

[ad_1]

ନୂଆଦିଲ୍ଲୀ: ଅନେକ ଘଟଣା ପାଇଁ ବିବାଦରେ ରହୁଥିବା ବଲିଉଡର ଦବଙ୍ଗ ଖାନ୍ ସଲମାନ ବେଳେ ବେଳେ କିଛି ଏଭଳି କାମ କରନ୍ତି, ଯାହା ସମସ୍ତଙ୍କ ମନ କିଣିନିଏ। ପୂର୍ବରୁ ସଲମାନ କେତେ ହୃଦୟବାନ ତାହାର ଅନେକ ଉଦାହରଣ ଦେଖିବାକୁ ମିଳିଥିବା ବେଳେ ଏବେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ୨୦୧୮ରେ ସଲମାନ ନିଜର ୪ବର୍ଷୀୟ କୁନି ପ୍ରଶଂସକ ଜଗନବୀରଙ୍କୁ ଭେଟି ତାଙ୍କୁ ଏକ ସଂକଳ୍ପ ନେବାକୁ କହିଥିଲେ। ଜଗନବୀରର ମୁଣ୍ଡରେ ଟ୍ୟୁମର ହୋଇଥିବା ବେଳେ ତାଙ୍କୁ କେମୋ ଦିଆଯାଉଥିଲା। ଏହା ଜାଣି ସଲମାନ ହସ୍ପିଟାଲରେ ଦେଖା କରିବାକୁ ପହଞ୍ଚିଥିଲା।

ହସ୍ପିଟାଲରେ ଦେଖା କରିବା ପରେ ଟ୍ୟୁମର ପାଇଁ ଦୃଷ୍ଟି ଶକ୍ତି ହରାଇଥିବା ଜଗନବୀର ସଲମାନଙ୍କ ସ୍ବର ଶୁଣି ଓ ତାଙ୍କୁ ଛୁଇଁ ଚିହ୍ନି ପାରିଥିଲେ। ସେଦିନ ଦେଖା ହେବା ସହ କର୍କଟକୁ ହରାଇ ସମ୍ପୂର୍ଣ୍ଣ ଠିକ୍ ହେବା ପରେ ମୋତେ ପୁଣି ଦେଖା ହେବ ବୋଲି କହିଥିଲେ ସଲମାନ। ଏବେ ୫ବର୍ଷ ପରେ ସଲମାନ ନିଜର କଥା ରଖିଥିବା ଜଣାପଡ଼ିଛି। ୫ବର୍ଷ ପରେ ଡିସେମ୍ବର ୨୦୨୩ରେ ସଲମାନଙ୍କୁ ତାଙ୍କ ବାନ୍ଦ୍ରାସ୍ଥିତ ଘରେ ଜଗନବୀର ଭେଟିଥିବା ଜଣାପଡ଼ିଛି। କର୍କଟରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଜଗନବୀର ସଲମାନଙ୍କୁ ଭେଟିବାକୁ ଯାଇଥିଲେ ବୋଲି ଜଣାପଡ଼ିଛି।

Salman Khan first met his little fan in 2018.
news18

ଏହି ଖବର ସାମ୍ନାକୁ ଆସିବା ପରେ ୨୦୧୮ରେ ଦେଖା ହୋଇ ସଲମାନ ଜଗନବୀରକୁ ବଞ୍ଚିବାର ନୂଆ ଆଶା ଦେଇଥିଲେ ବୋଲି ତାଙ୍କ ପ୍ରଶଂସକ କହିବା ଆରମ୍ଭ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button