ମନୋରଞ୍ଜନ

ସଲମାନଙ୍କ ଘରକୁ ଗୁଳି କରିବା ପରେ ଜେଲରେ ଜୀବନ ହାରିଥିବା ଅଭିଯୁକ୍ତର ଦ୍ବିତୀୟଥର ହେବ ବ୍ୟବଚ୍ଛେଦ – Kalinga News

[ad_1]

ନୂଆଦିଲ୍ଲୀ: ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କ ଘରକୁ ଗୁଳି କରିଥିବା ଘଟଣାରେ ସାମିଲ ଥିବା ଅଭିଯୁକ୍ତ ଅନୁଜ ଥାପନ ମୁମ୍ବାଇ ପୁଲିସ ହେପାଜତରେ ଜୀବନ ହାରି ଦେଇଥିଲା। ଏହି ଘଟଣାକୁ ନେଇ ଆଜି ପର୍ଯ୍ୟନ୍ତ ବିବାଦ ଲାଗି ରହିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଅନୁଜ ଥାପନର ପୁଣିଥରେ ଶବ ବ୍ୟବ‌ଚ୍ଛେଦ କରାଯିବ। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇ କହିଛନ୍ତି, ‘ଅନୁଜ ଥାପନର ବ୍ୟବଚ୍ଛେଦ ହୋଇସାରିଛି କିନ୍ତୁ ଏଥର ଏହା ମେଡିକାଲ ବୋର୍ଡର ତତ୍ତ୍ୱାବଧାନରେ କରାଯିବ । ଫରିଦକୋଟର ଜିଜିଏସ୍ ମେଡିକାଲ୍ କଲେଜରେ ଏକ ମେଡିକାଲ୍ ବୋର୍ଡ ଗଠନ କରାଯିବ। ଯାହାର ତତ୍ତ୍ୱାବଧାନରେ ଅନୁଜ ଥାପନର ବ୍ୟବଚ୍ଛେଦ କରାଯିବ। ଦ୍ବିତୀୟ ବ୍ୟବଚ୍ଛେଦ ରିପୋର୍ଟରୁ ଯାହା ଆସିବ ସେଇ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯିବ।

କୋର୍ଟ ଏହି ଆଦେଶ ମୃତକଙ୍କ ସମ୍ପର୍କୀୟଙ୍କ ଆବେଦନ ଉପରେ ଦେଇଛନ୍ତି। କାରଣ ଏପ୍ରିଲ ୧୪ ତାରିଖରେ ସଲମାନ ଖାନଙ୍କ ଘର ବାହାରେ ଗୁଳି ବିନିମୟ ହୋଇଥିଲା। ଏହି ମାମଲାରେ ମୁମ୍ବାଇ ପୁଲିସ କ୍ରାଇମ ବ୍ରାଞ୍ଚ ଅନୁଜ ଥାପନକୁ ପଞ୍ଜାବରୁ ଗିରଫ କରିଥିଲା। ଗିରଫ ପରେ ଅନୁଜକୁ ପୁଲିସ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହେପାଜତରେ ରଖିଥିଲା। ହେପାଜତରେ ଥିବା ବେଳେ ଅନୁଜ ଜୀବନ ହାରି ଦେଇଥିଲା।

ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ଅନୁଜର ମୃତଶରୀର ହସ୍ତାନ୍ତର କରାଯାଇଥିଲା କିନ୍ତୁ ପରିବାରଲୋକ ଅନୁଜଙ୍କ ମୃତ୍ୟୁର ସଠିକ ତଦନ୍ତ ନହେଲା ଯାଏଁ ସେମାନେ ମୃତଦେହ ନେବେ ନାହିଁ ବୋଲି ସ୍ପଷ୍ଟ ଭାବେ ମନା କରି ଦେଇଥିଲେ। କାରଣ ଅନୁଜ ଜୀବନ ହାରି ନାହିଁ ତାକୁ ହତ୍ୟା କରାଯାଇଛି ବୋଲି ପରିବାରଲୋକ ଦାବି କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button