ରାଜନୀତି

ଭୁବନେଶ୍ବରର ୩ ନିର୍ବାଚନମଣ୍ଡଳୀ: ମହିଳା ପ୍ରତିନିଧିଶୂନ୍ୟ – Kalinga News

[ad_1]

ଅବିଭକ୍ତ ଭୁବନେଶ୍ବରରେ ଥିଲେ ଜଣେ ପ୍ରତିନିଧି, ୧୫ ବର୍ଷରେ ମଇଦାନରେ ୧୮ ପ୍ରାର୍ଥୀ

ଭୁବନେଶ୍ବର, ୨୦/୪ (ଇମିସ): ଭୁବନେଶ୍ବରର ୩ଟି ଯାକ ବିଧାନସଭା କ୍ଷେତ୍ର ଆଜି ପର୍ଯ୍ୟନ୍ତ ମହିଳା ପ୍ରତିନିଧିଶୂନ୍ୟ ହୋଇ ରହିଛି। ଅବିଭକ୍ତ ଭୁବନେଶ୍ବର ନିର୍ବାଚନମଣ୍ଡଳୀ ଥିଲା ‌ସମୟରେ ଜଣେ ମାତ୍ର ମହିଳା ବିଧାୟକ ସୁଭଦ୍ର ମହତାବ ନିର୍ବାଚିତ ହୋଇଥିଲେ। ଏହା ବାଦ୍ ଅନ୍ୟ ମହିଳାଙ୍କୁ ସୁଯୋଗ ମିଳି ନାହିଁ। ଯେତିକି ମଧ୍ୟ ପ୍ରାର୍ଥୀ ହୋଇଛନ୍ତି ବଡ଼ ଦଳଙ୍କ ଯୋଗଦାନ ଗୌଣ ରହିଛି। ଅର୍ଥାତ ୧୫ ବର୍ଷ ମଧ୍ୟରେ ସମୁଦାୟ ପ୍ରାର୍ଥୀଙ୍କ ମଧ୍ୟରୁ ମଧ୍ୟ ଭୁବନେଶ୍ବରରେ ୪୧ରୁ ୫, ଉତ୍ତର ଭୁବନେଶ୍ବରରେ ୪୧ରୁ ୪, ଏକାମ୍ରରେ ୫୨ରୁ୯ ଜଣ ପ୍ରାର୍ଥୀ ହୋଇଛନ୍ତି। ରଶ୍ମି ମହାପାତ୍ର ପରାଜିତ ହେଉଥିଲେ ମଧ୍ୟ ଲଗାତାର ୩ ଥର ନିର୍ବାଚନ ଲଢିଛନ୍ତି। ଚଳିତ ନିର୍ବାଚନରେ ଏହି ତିନି ଆସନରୁ ତିନି ପ୍ରମୁଖ ରାଜନୈତିକ ଦଳ ମହିଳା ପ୍ରାର୍ଥୀ ଦେଇ ନଥିବାରୁ ଚଳିତ ନିର୍ବାଚନ ପରେ ମଧ୍ୟ ରାଜଧାନୀକୁ ମହିଳା ପ୍ରତିନିଧି ମିଳିବାର ସମ୍ଭାବନା ହିଁ ନାହିଁ।

୧୯୬୭ ମସିହାରେ ହରେକୃଷ୍ଣ ମହତାବ ବାଲେଶ୍ବର ଜିଲ୍ଲାର ବାସୁଦେବପୁର ଏବଂ ଭୁବନେଶ୍ବର ଆସନରୁ ଜନକଂଗ୍ରେସ ପ୍ରାର୍ଥୀ ଭାବରେ ବିଜୟୀ ହୋଇଥିଲେ। ସେ ବାସୁଦେବପୁରକୁ ରଖି ଭୁବନେଶ୍ବର ଆସନକୁ ଛାଡ଼ି ଦେଇଥିଲେ। ଫଳରେ ଉପନିର୍ବାଚନରେ ତାଙ୍କ ପତ୍ନୀ ସୁଭଦ୍ରା ମହତାବ ମଇଦାନକୁ ଆସି ବିଜୟୀ ହୋଇଥିଲେ। ଏହା ପର ଠାରୁ ଭୁବନେଶ୍ବର ବିଧାନସଭା କେବେ ମହିଳା ପ୍ରତିନିଧି ପାଇ ନାହିଁ। ପ୍ରାର୍ଥୀଙ୍କ ମଧ୍ୟରୁ ୧୯୭୭ରେ ସୁନ୍ଦରମଣି ପଟନାୟକ, ୧୯୮୦ ଏବଂ ୧୯୮୫ ମସିହାରେ ସାବିତ୍ରୀ ମିଶ୍ର ସ୍ବାଧୀନ ଏବଂ ୨୦୦୦ ମସିହାରେ ସରଳା ସ୍ବାଇଁଙ୍କୁ ବୀର ଓଡ଼ିଆ ପାର୍ଟି ପ୍ରାର୍ଥୀ କରିଥିଲା। ୨୦୦୯ ମସିହାରେ ଭୁବନେଶ୍ବର ନିର୍ବାଚନମଣ୍ଡଳୀର ବିଭାଜନ ପରେ ମଧ୍ୟ ଭୁବନେଶ୍ବରରେ ବିଜୟ ମହାନ୍ତି ଓ ଅନନ୍ତ ଜେନା ବିଧାୟକ ହୋଇଛନ୍ତି। ଏଠାରେ ଆଜି ପର୍ଯ୍ୟନ୍ତ କୌଣସି ପ୍ରମୁଖ ରାଜନୈତିକ ଦଳ ମହିଳାଙ୍କୁ ପ୍ରାର୍ଥୀ କରି ନାହାନ୍ତି। ୧୫ ବର୍ଷରେ ସ୍ବାଧୀନ ଭାବରେ ସୁଷମା ନନ୍ଦ ଓ ରଞ୍ଜନା ଜେନା, କଳିଙ୍ଗ ସେନାର ସୁଭଦ୍ରା ମିଶ୍ର, ଆମ ଓଡ଼ିଶା ପକ୍ଷରୁ ଗୀତାଞ୍ଜଳି ବକ୍ସି ଏବଂ ଏସଓଡବ୍ଲୁପିର ଅନିତା ମଞ୍ଜରୀ ପ୍ରାର୍ଥୀ ହୋଇଥିଲେ। ଉତ୍ତର ଭୁବନେଶ୍ବରରେ ଭାଗିରଥୀ ବଡ଼ଜେନା, ପ୍ରିୟଦର୍ଶୀ ମିଶ୍ର ଓ ସୁଶାନ୍ତ ରାଉତ ବିଧାୟକ ହୋଇଛନ୍ତି।

ଏଠାରେ ବିଜେପିର ଅପରାଜିତା ମହାନ୍ତି, ସ୍ବାଧୀନ ପ୍ରାର୍ଥୀ ସୁଧାଂଶୁବାଳ ଦାଶ, ଆପ ପକ୍ଷରୁ ସ୍ବର୍ଣ୍ଣଲତା ପଟନାୟକ, ସିପିଆଇ(ଏମ) ରେଡ଼ଷ୍ଟାର ରାଜଲକ୍ଷ୍ମୀ ନାୟକଙ୍କୁ ପ୍ରାର୍ଥୀ କରିଥିଲା। ଏକାମ୍ରରେ ଅଶୋକ ପଣ୍ଡା ଲଗାତାର ୩ ଥର ବିଧାୟକ ହୋଇଛନ୍ତି। କିନ୍ତୁ କେବଳ ୨୦୧୯ ମସିହାର ୧୫ ପ୍ରାର୍ଥୀଙ୍କ ମଧ୍ୟରୁ କଂଗ୍ରେସ ରଶ୍ମି ମହାପାତ୍ର, ବିଏସପି ବୀଣାପାଣି ଭୋଇ, ଏଫପିଆଇ ସ୍ବପ୍ନା ବିଜୟିନୀ, କଳିଙ୍ଗ ସେନା ଦିପ୍ତୀମୟୀ ମହାପାତ୍ରଙ୍କୁ ପ୍ରାର୍ଥୀ କରିଥିଲେ। ୨୦୦୯ ଓ ୨୦୧୪ରେ ସ୍ବାଧୀନ ଭାବରେ ରଶ୍ମୀ ମହାପାତ୍ର, ଏସକେଡିରୁ ସୌଦାମିନୀ ଦାଶ, ଏସପି ରୁ ସୋନାଲି ଡାକୁଆ, ଆରପିଡିରୁ ନବ ବେହେରା ପ୍ରାର୍ଥୀ ଥିଲେ। ଆଜି ପର୍ଯ୍ୟନ୍ତ ଭୁବନେଶ୍ବର ମହିଳା ପ୍ରତିନିଧି ଭାବରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ମେୟର ସୁଲୋଚନା ଦାସ ନିର୍ବାଚିତ କରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button