ରାଜନୀତି

ଜୁନ୍ ୪ରେ ପୁଣି ହୋଲି ପାଳନ କରିବୁ: ଚିରାଗ ପାସୱାନ – Kalinga News

[ad_1]

ନୂଆଦିଲ୍ଲୀ: ଆସନ୍ତାକାଲି ବିହାରରେ ଲୋକସଭା ନିର୍ବାଚନ ଲାଗି ଏନଡିଏର ସହଯୋଗୀ ଲୋକ ଜନଶକ୍ତି ପାର୍ଟି (ରାମବିଳାସ ପାଶୱାନ ଗୋଷ୍ଠୀ) ନିଜର ପ୍ରାର୍ଥୀମାନଙ୍କ ତାଲିକା ଘୋଷଣା କରିବ ବୋଲି ଏହାର ନେତା ଚିରାଗ ପାସୱାନ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ପୁଣି ଜୁନ୍ ୪ ତାରିଖରେ ସାରା ଦେଶ ହୋଲି ମନାଇବ। ବିହାରରେ ସମସ୍ତ ୪୦ଟି ଆସନରେ ଏନଡିଏ ପ୍ରାର୍ଥୀମାନେ ଯେପରି ବିଜୟ ଲାଭ କରିବେ, ସେଥିଲାଗି ସେ ସବୁ ପ୍ରକାରର ପ୍ରୟାସ ଜାରି ରଖିବେ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ୧୮ ତାରିଖରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ଜାତୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟିବାପରେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଥିଲେ।
ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡା ଚିରାଗ ପାସୱାନଙ୍କ ସହ ଏକ ଫଟୋ ଟ୍ୱିଟ୍ କରି ଲେଖିଥିଲେ ଯେ ଦିଲ୍ଲୀରେ ସେ ଚିରାଗ ପାସୱାନଙ୍କୁ ଭେଟିଥିଲେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ମୁଁ ତାଙ୍କୁ ଏନଡିଏ ପରିବାରରେ ସ୍ୱାଗତ କରୁଛି ।
୧୯ ତାରିଖରେ ଏନଡିଏ ବୈଠକ ପୂର୍ବରୁ ଚିରାଗ ପାସୱାନ ଶାସକ ମେଣ୍ଟରେ ଯୋଗ ଦେବା ବିଶେଷ କରି ବିହାର ରାଜନୀତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବରେ ଦେଖାଯାଉଛି । ଚିରାଗଙ୍କ ପିତା ତଥା ସ୍ୱର୍ଗତ ଦଳିତ ନେତା ରାମବିଳାସ ପାସୱାନଙ୍କ ନେତୃତ୍ୱରେ ଅବିଭକ୍ତ ଏଲଜେପି ୨୦୧୯ରେ ୬ଟି ଲୋକସଭା ଆସନରେ ଲଢ଼ିଥିଲା ଏବଂ ବିଜେପି ସହ ଆସନ ବୁଝାମଣାର ଏକ ଅଂଶ ଭାବରେ ରାଜ୍ୟସଭା ଆସନ ମଧ୍ୟ ପାଇଥିଲା ।
ଏଣେ ଚିରାଗ ଆହୁରି କହିଛନ୍ତି ଯେ ତାଙ୍କ କାକା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପଶୁପତି କୁମାର ପାରସ ଏନଡିଏ ମେଣ୍ଟରେ ରହିବେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button