ଅପରାଧ

ମନି ଲଣ୍ଡରିଂ ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ଜେରା କରୁଛି ଇଡି – Kalinga News

[ad_1]

ରାଞ୍ଚି: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜମି କାରବାର ସହ ଜଡ଼ିତ ଏକ ମନି ଲଣ୍ଡରିଂ ମାମଲାର ତଦନ୍ତ ପାଇଁ ପାଞ୍ଚ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା ଜାରି ରଖିଛି। ଅପରାହ୍ନ ୧ଟା ୨୦ରୁ ଇଡି ପକ୍ଷରୁ ଆରମ୍ଭ ହୋଇଥିବା ପଚରାଉଚରା ଏବେ ବି ଜାରି ରହିଛି ବୋଲି ଜଣେ ଅଧିକାରୀ କହିଛନ୍ତି।

ଝାଡଖଣ୍ଡ ଶାସକ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର କାର୍ଯ୍ୟକାରୀ ସଭାପତି ୪୮ ବର୍ଷୀୟ ସୋରେନଙ୍କୁ ପୂର୍ବରୁ ଜାନୁଆରି ୨୦ ତାରିଖରେ ଏହି ମାମଲାରେ ପଚରାଉଚରା କରାଯାଇଥିଲା। ତେବେ ସେହିଦିନ ତାଙ୍କୁ ୭ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରାଯିବା ପରେ ପଚରାଉଚରା ଅସମ୍ପୂର୍ଣ୍ଣ ରହିଥିଲା।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀଙ୍କ କହିବା ଅନୁଯାୟୀ, ଝାଡ଼ଖଣ୍ଡରେ ମାଫିଆମାନେ ବେଆଇନ ଭାବେ ଜମି ମାଲିକାନା ପରିବର୍ତ୍ତନ କରିବାର ଏକ ବିରାଟ ରାକେଟ୍‌ ସଂପର୍କରେ ଆରମ୍ଭ ହୋଇଥିବା ଏକ ତଦନ୍ତର ଅଂଶ ଭାବରେ ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ଇଡି ପକ୍ଷରୁ ଏହି ପଚରାଉଚରା କରାଯାଉଛି।

ଅନ୍ୟପକ୍ଷରେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ରାଞ୍ଚିର କାଙ୍କେ ରୋଡ୍‌ରେ ଥିବା ସୋରେନଙ୍କ ଘରେ ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳେ ୩ଟି ପର୍ଯ୍ୟଟକ ବସ୍‌ ପଶିଥିଲା। ଏହାପରେ ମୁଖ୍ୟ ଶାସନ ସଚିବ ଏଲ୍‌ ଖିଆଙ୍ଗଟେ ଓ ଡିଜିପି ଅଜୟ କୁମାର ସିଂହ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଭିତରକୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା।

ଜମି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ବୁଧବାର ଅପରାହ୍ନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ଏକ ଟିମ୍‌ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବାସଭବନରେ ପହଞ୍ଚିଥିଲେ। ସନ୍ଧ୍ୟା ୭ଟା ସୁଦ୍ଧା ୬ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା ଚାଲିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button