ରାଜନୀତି

ହେମନ୍ତ ସୋରେନ ଯଦି ଗିରଫ ହୁଅନ୍ତି! ଜେଏମଏମର ‘ପ୍ଲାନ ବି’ କଳ୍ପନା ସୋରେନ… – Kalinga News

[ad_1]

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ତଥା ଜେଏମ୍‌ଏମ୍‌ ମୁଖ୍ୟ ହେମନ୍ତ ସୋରେନ୍‌ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ୧୦ଟି ସମନକୁ ଏଡ଼ାଇ ଯାଇଛନ୍ତି। ଆଉ ଏ ପରିସ୍ଥିତିରେ ତାଙ୍କୁ ଯେକୌଣସି ସମୟରେ ଗିରଫ କରାଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ବିରୋଧରେ ଅନ୍ୟାନ୍ୟ ମାମଲାରେ ମଧ୍ୟ ଅନୁସନ୍ଧାନ କରୁଛି। ତେଣୁ, ହେମନ୍ତ ସୋରେନଙ୍କ ଗିରଫଦାରୀକୁ ନେଇ ସମସ୍ତଙ୍କ ମଧ୍ୟରେ ଆଶଙ୍କା କ୍ରମେ ଦୃଢ଼ ହେଉଛି।

ଏ ପରିସ୍ଥିତିରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ନିଜର ‘ପ୍ଲାନ୍‌ ବି’କୁ ପ୍ରସ୍ତୁତ କରି ରଖିଛି। ‘ପ୍ଲାନ୍‌ ବି’ ହେଉଛି ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ। ଯଦିଓ କଳ୍ପନା ବର୍ତ୍ତମାନ ବିଧାୟକ ନାହାନ୍ତି; ତଥାପି କଳ୍ପନା ସୋରେନ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବେ। କାରଣ ଦଳରେ ତାଙ୍କର କୌଣସି ପ୍ରତିଦ୍ୱନ୍ଦ୍ୱୀ ନାହାନ୍ତି ଏବଂ ଦଳରେ ସମସ୍ତେ ତାଙ୍କୁ ଗ୍ରହଣ କରିବେ। ରିପୋର୍ଟ ଅନୁଯାୟୀ, ଜେଏମ୍‌ଏମ୍‌ ବିଧାୟକ ସରଫରାଜ ଅହମ୍ମଦ ବିଧାନସଭାରୁ ଇସ୍ତଫା ଦେଇ ‘ପ୍ଲାନ୍‌ ବି’କୁ କାର୍ଯ୍ୟକାରୀ କରାଇବେ।

ସଂପ୍ରତି ଝାଡ଼ଖଣ୍ଡର ଗଣ୍ଡେ ନିର୍ବାଚନମଣ୍ଡଳୀରୁ ବିଧାୟକ ଥିବା ଅହମ୍ମଦ ପୂର୍ବରୁ ୩ ଥର ବିଧାୟକ ହୋଇଛନ୍ତି। ସେ କଂଗ୍ରେସ ଟିକେଟରେ ଦୁଇଥର ନିର୍ବାଚିତ ହୋଇଥିଲେ ଏବଂ ୨୦୧୯ ନିର୍ବାଚନ ପୂର୍ବରୁ ଜେଏମଏମକୁ ଚାଲି ଆସିଥିଲେ। ଅହମ୍ମଦଙ୍କ ଇସ୍ତଫା ପରେ ହେମନ୍ତ ସୋରେନଙ୍କ ପତ୍ନୀ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା ବେଳେ ଗଣ୍ଡେର ଝାଡ଼ଖଣ୍ଡ ବିଧାୟକ ସରଫରାଜ ଅହମ୍ମଦ ବିଧାନସଭାରୁ ଇସ୍ତଫା ଦେଇଛନ୍ତି ଏବଂ ତାଙ୍କ ଇସ୍ତଫା ଗ୍ରହଣ କରାଯାଇଛି। ଖୁବ୍‌ ଶୀଘ୍ର ହେମନ୍ତ ସୋରେନ୍‌ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଏବଂ ତାଙ୍କ ପତ୍ନୀ କଳ୍ପନା ସୋରେନ ଜୀ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ବିଜେପି ଲୋକସଭା ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି।

ଆଭ୍ୟନ୍ତରୀଣ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କଳ୍ପନା ସୋରେନଙ୍କୁ ଗଣ୍ଡେରୁ ଉପନିର୍ବାଚନରେ ନିର୍ବାଚିତ କରାଇବା ପାଇଁ ଯୋଜନା ରହିଛି।

ହେମନ୍ତ ସୋରେନ୍‌ଙ୍କ ପତ୍ନୀ କଳ୍ପନା ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ବାସିନ୍ଦା, ଯାହା କି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗୃହ ଜିଲ୍ଲା। ୪୩ ବର୍ଷୀୟା କଳ୍ପନା ସୋରେନ୍‌ ଏମବିଏ ଓ ଇଞ୍ଜିନିୟରିଂ ଡିଗ୍ରିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। କଳ୍ପନା ଉଚ୍ଚ ଶିକ୍ଷିତା ଓ ଗଭୀର ଆତ୍ମବିଶ୍ୱାସୀ। ତାଙ୍କୁ ଜେଏମଏମରେ ସମସ୍ତେ ପସନ୍ଦ କରୁଛନ୍ତି। ତେରୁ, ଦଳ ଭିତରୁ କିମ୍ବା ବାହାରୁ ତାଙ୍କ ବିରୋଧରେ କୌଣସି ବିରୋଧ ହେବ ନାହିଁ।

ଅନ୍ୟପକ୍ଷରେ ହେମନ୍ତଙ୍କ ସାନ ଭାଇ ତଥା ବିଧାୟକ ବସନ୍ତ ସୋରେନଙ୍କୁ ଦଳରେ କେହି ପସନ୍ଦ କରନ୍ତି ନାହିଁ। ତାଙ୍କର ଶିକ୍ଷାଗତ ଯୋଗ୍ୟତା ନଥିବା ବେଳେ ସେ ରାଜନୀତରେ ଅପରିପକ୍ୱ। ଦଳରେ ତାଙ୍କର ଗ୍ରହଣୀୟତା ନଥିବା ବେଳେ ଶତ୍ରୁ ସଂଖ୍ୟା ଅଧିକ। ତେଣୁ, ମୁଖ୍ୟମନ୍ତ୍ରୀ ଭାବେ ତାଙ୍କୁ ମେଣ୍ଟର ଅନ୍ୟ ସହଯୋଗୀ ଦଳମାନେ ମଧ୍ୟ ଗ୍ରହଣ କରିବେ ନାହିଁ। ୧୭ଟି ଆସନ ସହ ଜେଏମଏମର ସହଯୋଗୀ କଂଗ୍ରେସ ପାଖରେ ଆଭ୍ୟନ୍ତରୀଣ ସମସ୍ୟା ରହିଛି ଏବଂ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି କରିବା ସ୍ଥିତିରେ ସେମାନେ ନାହାନ୍ତି। ଅନ୍ୟ ଏକ ସହଯୋଗୀ ଦଳ ଆରଜେଡି ପାଖରେ ମାତ୍ର ଗୋଟିଏ ଆସନ ରହିଛି।

ଆଭ୍ୟନ୍ତରୀଣ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କଳ୍ପନା ହେମନ୍ତଙ୍କୁ ବିଭିନ୍ନ ପ୍ରସଙ୍ଗରେ ପରାମର୍ଶ ଦେଉଛନ୍ତି। ଦିଲ୍ଲୀ ପୁଲିସକୁ ଚକ୍‌ମା ଦେଇ ରାଞ୍ଚି ଫେରିବା ପରେ ମଙ୍ଗଳବାର ସକାଳେ ହେମନ୍ତ ରାଞ୍ଚିରେ ବିଧାୟକଙ୍କ ସହ କରିଥିବା ବୈଠକରେ ମଧ୍ୟ କଳ୍ପନା ଉପସ୍ଥିତ ଥିଲେ। ତେଣୁ, କଳ୍ପନା ସୋରେନ ହିଁ ’ଚକ୍ରବୂହ’ ଭାଙ୍ଗି ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button