ରାଜନୀତି

ଓଡ଼ିଆ ଝିଅ କଳ୍ପନା ହେବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ! – Kalinga News

[ad_1]

ରାଞ୍ଚି: ଝାଡ଼ଖଣ୍ଡରେ ରାଜନୈତିକ ପାଣିପାଗ ସରଗରମ ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ମଙ୍ଗଳବାର ବାପୁ ବାଟିକାରେ ତାଙ୍କ ବିଧାୟକମାନଙ୍କୁ ଭେଟିଥିଲେ ଏବଂ ପରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀ ଏକ ବିବୃତି ଦେଇ କହିଛନ୍ତି ଯେ ମୁଁ ଥିଲି, ଅଛି ଏବଂ ରହିବି। ଏହା ପୂର୍ବରୁ ହେମନ୍ତ ସୋରେନ ବିଧାୟକମାନଙ୍କୁ ଭେଟିଥିଲେ। ତେବେ ଆଜି ସଂଧ୍ୟାରେ ଜେଏମଏମ ବିଧାୟକ ଦଳର ବୈଠକ ବସି ଦଳର ପରବର୍ତ୍ତି କାର୍ଯ୍ୟପନ୍ଥା ସଂପର୍କରେ ବିଚାର କରାଯିବ ।

ସେପଟେ ଝାଡ଼ଖଣ୍ଡରେ ପୁଣି ଥରେ ଏକ ନାଁ ଚର୍ଚ୍ଚାକୁ ଆସିଛି । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଉପରେ ଗିରଫଦାରୀର ଖଣ୍ଡା ଝୁଲୁଥିବା ବେଳେ ତାଙ୍କ ପତ୍ନୀ ତଥା ଓଡ଼ିଆ ଝିଅ କଳ୍ପନା ସୋରେନ୍ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ରାଜନୈତିକ ବିଶେଷଜ୍ଞଙ୍କ ମତରେ ଯଦି ହେମନ୍ତ ସୋରେନ୍ ଗିରଫ ହୁଅନ୍ତି ତେବେ ତାଙ୍କ ସ୍ଥାନରେ ତାଙ୍କ ପତ୍ନୀ କଳ୍ପନା ସୋରେନ୍ ମୁଖ୍ୟମନ୍ତ୍ରୀଙ୍କ ଦାବିଦାର ହୋଇପାରନ୍ତି। ତେବେ ଏ ନେଇ ଜେଏମଏମ ପକ୍ଷରୁ କୌଣସି ଆନୁଷ୍ଠାନିକ ବୟାନ ପ୍ରକାଶ କରାଯାଇନାହିଁ । ଏଥିସହ କଳ୍ପନା ସୋରେନଙ୍କୁ ଝାଡ଼ଖଣ୍ଡର ନୂଆ ସିଏମ କରିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।

କଳ୍ପନା ସୋରେନ ଓଡ଼ିଶାର ମୟୂରଭଞ୍ଜର ଏକ ବ୍ୟବସାୟୀ ପରିବାରରୁ ଆସିଛନ୍ତି। ତାଙ୍କ ମା’ ଜଣେ ଗୃହିଣୀ। ୧୯୭୬ମସିହାରେ ରାଞ୍ଚିରେ ଜନ୍ମଗ୍ରହଣ କରିଥିବା କଳ୍ପନା  ରାଞ୍ଚିର ଏକ ଘରୋଇ ସ୍କୁଲରେ ପାଠ ପଢ଼ିଥିଲେ। ୭ ଫେବ୍ରୁଆରି ୨୦୦୬ରେ ସେ ହେମନ୍ତଙ୍କୁ ବିବାହ କରିଥିଲେ ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button