ଅପରାଧ

ପତ୍ନୀଙ୍କୁ ଛୁରିଭୁସି ହତ୍ୟା ମାମଲା: ସ୍ବାମୀକୁ ଆଜୀବନ କାରାଦଣ୍ଡ – Kalinga News

[ad_1]

ଭୁବନେଶ୍ବର: ପତ୍ନୀଙ୍କୁ ଛୁରିଭୁସି ହତ୍ୟା ମାମଲାର ୩ବର୍ଷ ପରେ ଆଜି ରାୟ ପ୍ରକାଶ ପାଇଛି। ଭୁବନେଶ୍ବର ଅତିରିକ୍ତ ଦୌରାଜଜ୍‌-୨ ବନ୍ଦନା କର ମାମଲାର ଶୁଣାଣି କରି ଅଭିଯୁକ୍ତ ସ୍ବାମୀ ରାଜେନ୍ଦ୍ର ମୁଖୀକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ‌ଦୋଷୀକୁ ଆଜୀବନ କାରାଦଣ୍ଡ ସହ ୫୦ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ଅଧିକ ୧ ବର୍ଷ ଜେଲ୍‌ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି।

ସୂଚନା ମୁତାବକ, ପାରିବାରିକ ସମସ୍ୟା ଯୋଗୁ ପାଖାପାଖି ୪ବର୍ଷ ତଳେ ରାଜେନ୍ଦ୍ର, ପତ୍ନୀ ଅମିତା ମୁଖୀ ଓ ଚାରି ଝିଅ କନ୍ଧମାଳ ଜିଲ୍ଲାରୁ ଆସି ସହିଦନଗର ବିର୍ସାମୁଣ୍ଡା ବସ୍ତିରେ ଭଡ଼ାରେ ରହୁଥିଲେ। ହେଲେ ମଝିରେ ମଝିରେ ଦମ୍ପତିଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହିଥିଲା। ତେବେ କୌଣସି କାରଣକୁ ନେଇ ୨୦୨୦ ସେପ୍ଟେମ୍ବର ୨୦ ତାରିଖ ରାତି ପାଖାପାଖି ୧୦ଟା ସମୟରେ ଦମ୍ପତିଙ୍କ ମଧ୍ୟରେ ଭୀଷଣ ପାଟିତୁଣ୍ଡ ହୋଇଥିଲା। ରାଜେନ୍ଦ୍ର ଉତ୍ତ୍ୟକ୍ତ ହୋଇ ନିକଟରେ ପଡ଼ିଥିବା ଏକ ଛୁରିରେ ଅମିତାଙ୍କ ପେଟକୁ ଭୁସି ଫେରାର୍‌ ହୋଇଯାଇଥିଲା। ଏହା ଦେଖି ଝିଅମାନେ ପଡ଼ୋଶୀଙ୍କୁ ଡାକିଥିଲେ। ପଡ଼ୋଶୀମାନେ ଅମିତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ନେଇଥିଲେ। କିଛିଦିନ ଚିକିତ୍ସା ପରେ ଅମିତା ଘରକୁ ଫେରିଆସିଥିଲେ। ଘଟଣାର ୬ଦିନ ପରେ ଅର୍ଥାତ ୨୬ ତାରିଖ ରାତି ୧୨ଟା ସମୟରେ ଅମିତା ହଠାତ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୨୮ ତାରିଖ ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଝିଅ ସଞ୍ଜନା ମୁଖୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ତତ୍କାଳୀନ ଇନ୍ସପେକ୍ଟର ହିମାଂଶୁ ଭୂଷଣ ସ୍ବାଇଁ ଏହାର ତଦନ୍ତ ଭାର ନେଇ ଅଭିଯୁକ୍ତ ରାଜେନ୍ଦ୍ର ମୁଖୀକୁ ଗିରଫ କରିଥିଲେ। ତିନି ବର୍ଷ ଧରି ମାମଲା ବିଚାରାଧୀନ ଥିବା ବେଳେ ଆଜି ଅଦାଲତ ୧୧ ଜଣ ସାକ୍ଷୀଙ୍କ ବୟାନ ଓ ବିଭିନ୍ନ ଦସ୍ତାବିଜକୁ ଆଧାର କରି ଅଭିଯୁକ୍ତ ରାଜେନ୍ଦ୍ରକୁ ଦଣ୍ଡାଦେଶ କରିଛନ୍ତି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ସଲିଳ ପ୍ରଧାନ ପରିଚାଳନା କରୁଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button