ତେଲେଙ୍ଗାନାରେ ଲରିକୁ ଧକ୍କା ଦେଲା କାର୍, ୬ ମୃତ – Kalinga News

[ad_1]
ହାଇଦ୍ରାବାଦ : ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲାରେ ରବିବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଯାଇଛି। ନାଲ୍ଗୋଣ୍ଡା ଜିଲ୍ଲାର ମ୍ରିୟଲଗୁଡ଼ା ନିକଟସ୍ଥ ଜାତୀୟ ରାଜପଥରେ ଆଜି ଏକ କାର୍ ଏକ ଲରି ସହ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଯାଇଛି। ମ୍ରିୟଲଗୁଡ଼ା ଡିଏସପି ଭେଙ୍କଟଗିରି କହିଛନ୍ତି, ୫ ମୃତକଙ୍କ ମଧ୍ୟରେ ୨ ଜଣ ନାବାଳକ ଅଛନ୍ତି। ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଏହି ଦୁର୍ଘଟଣା ହୋଇଥିଲା। ମୃତକଙ୍କ ମଧ୍ୟରେ ୨ ଭଉଣୀ, ସେମାନଙ୍କ ସ୍ବାମୀ ଏବଂ ୨ ପିଲା ଅଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ବର୍ଷକର ପିଲା ଏବଂ ଅନ୍ୟ ଜଣେ ୫ ବର୍ଷର ପିଲା ଅଛି। ମୃତକମାନେ ମ୍ରିୟଲଗୁଡ଼ା ସହର ନିକଟସ୍ଥ ନନ୍ଦିପଦ ଗ୍ରାମର ବାସିନ୍ଦା। ସେମାନେ ଏକ ତୀର୍ଥସ୍ଥଳରୁ ଫେରୁଥିବାବେଳେ ଏହି ଦୁର୍ଘଟଣା ସାମ୍ନା କରିଛନ୍ତି। କାର୍ ଡ୍ରାଇଭର କାର ଚଲାଉଥିବାବେଳେ ହଠାତ କିଛି କୁକୁର କାର୍ ଆଗକୁ ଚାଲିଆସିଥିଲେ । କାର୍ ଡ୍ରାଇଭର କୁକୁରଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବାବେଳେ କାର ଉପରୁ ନିୟନ୍ତ୍ରଣ ହରାଇ ଦେଇଥିଲେ ଏବଂ ଏକ ଲରିରେ ନେଇ ପିଟି ଦେଇଥିଲେ।
[ad_2]