ମନୋରଞ୍ଜନ

ସୁପରଷ୍ଟାର ସୂର୍ଯ୍ୟଙ୍କଠାରୁ ଛାଡ଼ପତ୍ର ନେବେ ପତ୍ନୀ ଜ୍ୟୋତିକା ! – Kalinga News

[ad_1]

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ସୂର୍ଯ୍ୟଙ୍କଠାରୁ ଛାଡ଼ପତ୍ର ନେବେ ପତ୍ନୀ ତଥା ଅଭିନେତ୍ରୀ ଜ୍ୟୋତିକା। ଗତ କିଛି ଦିନ ଧରି ଏଭଳି ଚର୍ଚ୍ଚା ଲାଗି ରହିଥିଲା। ଜ୍ୟୋତିକା ମୁମ୍ବାଇରେ ଘର କିଣି ରହିବା ଆରମ୍ଭ କରିଥିବାରୁ ଏଭଳି ଚର୍ଚ୍ଚା କରିଥିଲେ ଲୋକେ। ସ୍ବାମୀଙ୍କ ସହ ପଡ଼ୁନଥିବାରୁ ସେ ମୁମ୍ବାଇ ଆସିଥିବା ନେଇ ଚର୍ଚ୍ଚା ହୋଇଥିଲା। ଏବେ ଏସବୁ ଚର୍ଚ୍ଚା ‌ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଜ୍ୟୋତିକା।

ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, “ବିବାହ ପରେ ମୁଁ ଫିଲ୍ମରୁ ବିରତି ନେଇଥିଲି। ଏବେ ମୁଁ ପୁଣି ଥରେ ଫିଲ୍ମରେ କାମ କରିବା ଆରମ୍ଭ କରିଛି। କାମ ପାଇଁ ମୁଁ ମୁମ୍ବାଇ ଆସି ରହିବାକୁ ନିଷ୍ପତ୍ତି ନେଲି। ଏହା ସହ ପିଲାଙ୍କ ପାଠପଢ଼ା ମଧ୍ୟ ଗୋଟାଏ କାରଣ। ଏସବୁ କାରଣ ପାଇଁ ମୁଁ ମୁମ୍ବାଇ ଆସିଛି। ସୂର୍ଯ୍ୟଙ୍କଠାରୁ ଅଲଗା ହୋଇଥିବା ନେଇ ଯେଉଁ ସବୁ ଚର୍ଚ୍ଚା ଚାଲିଛି, ସେଥିରେ କୌଣସି ସତ୍ୟତା ନାହିଁ। କାମ ସରିବା ପରେ ମୁଁ ପୁଣି ଚେନ୍ନାଇ ଫେରିବି।”

ସେ ଆହୁରି କହିଛନ୍ତି ଯେ, “ସୂର୍ଯ୍ୟ ବହୁତ ଭଲ ସ୍ୱାମୀ। ସେ ମୋତେ ସବୁ କାମରେ ସମର୍ଥନ କରନ୍ତି। ମୁଁ ସବୁବେଳେ ଖୁସିରେ ରହେ ବୋଲି ସେ ଚାହାଁନ୍ତି। ସେ ଆମ ପିଲାମାନଙ୍କର ଭବିଷ୍ୟତକୁ ଅଧିକ ପ୍ରଧାନ୍ୟ ଦିଅନ୍ତି। ”



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button