ମନୋରଞ୍ଜନ

ଫିଲ୍ମଫେୟାର୍‌ ଆୱାର୍ଡ ୨୦୨୪: ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ରଣବୀର-ଆଲିଆ – Kalinga News

[ad_1]

ନୂଆଦିଲ୍ଲୀ: ୬୯ତମ ଫିଲ୍ମଫେୟାର ଆୱାର୍ଡ ଉତ୍ସବ ସହ ବଲିଉଡ୍‌ ତା’ର ପୁରସ୍କାର ଋତୁ ଆରମ୍ଭ କରିଛି। ଗୁଜୁରାଟରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ସେଲିବ୍ରିଟି ଦମ୍ପତି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି।

ଅଭିନେତ୍ରୀ ଆଲିଆ ଭଟ୍ଟ ‘ରକି ଔର ରାନୀ କି ପ୍ରେମ କହାନୀ’ ସିନେମା ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଗ୍ରହଣ କରିଥିବା ବେଳେ ତାଙ୍କ ସ୍ୱାମୀ ରଣବୀର କପୁର ‘ଆନିମଲ୍‌’ରେ ତାଙ୍କର ଚମତ୍କାର ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି। ଚାଲନ୍ତୁ ଜାଣିବା ଆଉ କେଉଁ ସିନେମା ଓ କେଉଁ କଳାକାରମାନଙ୍କୁ ଶ୍ରେଷ୍ଠ ଭାବେ ବିବେଚନା କରାଯାଇଛି।

ଶ୍ରେଷ୍ଠ ଚଳଚ୍ଚିତ୍ର (ଲୋକପ୍ରିୟ): ପ୍ଲସ୍‌ ଟୁ ଫେଲ୍‌।

ଶ୍ରେଷ୍ଠ ଚଳଚ୍ଚିତ୍ର (ସମାଲୋଚକ): ଜୋରାମ।

ଶ୍ରେଷ୍ଠ ଅଭିନେତା : ରଣବୀର କପୁର (ଆନିମଲ୍‌)

ଶ୍ରେଷ୍ଠ ଅଭିନେତ୍ରୀ : ଆଲିଆ ଭଟ୍ଟ (ରକି ଔର ରାନୀ କି ପ୍ରେମ କହାନୀ)

ଶ୍ରେଷ୍ଠ ଅଭିନେତା (ସମାଲୋଚକ): ବିକ୍ରାନ୍ତ ମାସେ (ପ୍ଲସ୍‌ ଟୁ ଫେଲ୍‌)

ଶ୍ରେଷ୍ଠ ଅଭିନେତ୍ରୀ (ସମାଲୋଚକ): ରାନୀ ମୁଖାର୍ଜୀ (ମିସେସ୍‌ ଚାଟାର୍ଜୀ ଭର୍ସେସ୍‌ ନରୱେ) ଏବଂ ଶେଫାଲି ଶାହା (ଥ୍ରି ଅଫ୍‌ ଅସ୍‌)।

ଶ୍ରେଷ୍ଠ ନିର୍ଦ୍ଦେଶକ: ବିଧୁ ବିନୋଦ ଚୋପ୍ରା (ପ୍ଲସ୍‌ ଟୁ ଫେଲ୍‌)।

ଶ୍ରେଷ୍ଠ ସହ ଅଭିନେତା: ବିକି କୌଶଲ (ଡଙ୍କି)।

ଏକ ଅଭିନେତ୍ରୀ: ଶବାନା ଆଜମୀ (ରକି ଔର ରାନୀ କି ପ୍ରେମ କହାନୀ)।

ଶ୍ରେଷ୍ଠ ମ୍ୟୁଜିକ୍‌ ଆଲବମ୍: ଆନିମଲ୍‌ (ପ୍ରୀତମ୍, ବିଶାଲ ମିଶ୍ର, ମନନ୍ ଭରଦ୍ୱାଜ, ଶ୍ରେୟସ୍ ପୁରାଣିକ, ଜାନୀ, ଭୁପିନ୍ଦର ବାବୁଲ, ଆଶିମ କେମସନ, ହର୍ଷବର୍ଦ୍ଧନ ରମେଶ୍ୱର, ଗୁରୁନ୍ଦର ସେଗଲ)।

ଶ୍ରେଷ୍ଠ ଗୀତ: ଅମିତାଭ ଭଟ୍ଟାଚାର୍ଯ୍ୟ (ତେରେ ବାସ୍ତେ- ଜରା ହଟକେ ଜରା ବଚକେ)।

ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ : ଭୁପିନ୍ଦର ବାବଲ୍ (ଅର୍ଜନ୍ ଭେଲି- ଆନିମଲ୍‌)।

ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକ‌ା : ଶିଳ୍ପା ରାଓ (ବେସରାମ ରଙ୍ଗ- ପଠାନ୍)।

ଶ୍ରେଷ୍ଠ କାହାଣୀ: ଅମିତ ରାୟ (ଓଏମ୍‌ଜି-୨)।

ଶ୍ରେଷ୍ଠ ଚିତ୍ରନାଟ୍ୟ: ବିଧୁ ବିନୋଦ ଚୋପ୍ରା (ପ୍ଲସ୍‌ ଟୁ ଫେଲ୍‌)।
ଶ୍ରେଷ୍ଠ ସଂଳାପ: ଇଶିତା ମୌତ୍ର (ରକି ଔର ରାନୀ କି ପ୍ରେମ କହାନୀ)।

ଶ୍ରେଷ୍ଠ ବ୍ୟାକ୍‌ଗ୍ରାଉଣ୍ଡ୍‌ ସ୍କୋର: ହର୍ଷବର୍ଦ୍ଧନ ରମେଶ୍ୱର (ଆନିମଲ୍‌)।

ଶ୍ରେଷ୍ଠ ସିନେମାଟୋଗ୍ରାଫି: ଅବିନାଶ ଅରୁଣ ଧାୱେର୍ (ଥ୍ରି ଅଫ୍‌ ଅସ୍‌)।

ଶ୍ରେଷ୍ଠ ପ୍ରଡକ୍ସନ ଡିଜାଇନ୍: ସୁବ୍ରତ ଚକ୍ରବର୍ତ୍ତୀ ଏବଂ ଅମିତ ରୟ (ସାମ୍ ବାହାଦୂର)।

ଶ୍ରେଷ୍ଠ ସମ୍ପାଦନା: ଜସକୁନୱର ସିଂ କୋହଲି- ବିଧୁ ବିନୋଦ ଚୋପ୍ରା (ପ୍ଲସ୍‌ ଟୁ ଫେଲ୍‌)।

ଶ୍ରେଷ୍ଠ ପୋଷାକ ଡିଜାଇନ୍: ସଚିନ୍ ଲଭଲେକର, ଦିବ୍ୟା ଗମ୍ଭୀର ଏବଂ ନିଧି ଗମ୍ଭୀର (ସାମ୍ ବାହାଦୂର)।

ଶ୍ରେଷ୍ଠ ସାଉଣ୍ଡ ଡିଜାଇନ୍: କୁନାଲ ଶର୍ମା (ଏମ୍‌ପିଏସ୍‌ଇ) (ସାମ୍ ବାହାଦୂର) ଏବଂ ସିଙ୍କ ସିନେମା (ଆନିମଲ୍‌)।

ଶ୍ରେଷ୍ଠ କୋରିଓଗ୍ରାଫି: ଗଣେଶ ଆଚାର୍ଯ୍ୟ (ହ୍ବାଟ୍‌ ଝୁମ୍‌କା? – ରକି ଔର ରାନୀ କି ପ୍ରେମ କାହାନୀ)।

ଶ୍ରେଷ୍ଠ ଆକ୍ସନ: ସ୍ପିରୋ ରଜାଟୋସ୍, ଆନ୍ ଆରାସୁ, କ୍ରେଗ୍ ମାକ୍ରା, ୟାନିକ୍ ବେନ୍, କେଚା ଖାମଫାକଡି, ସୁନୀଲ ରୋଡ୍ରିଗୁସ୍ (ଯବାନ)।

ସର୍ବୋତ୍ତମ ଭିଏଫ୍‌ଏକ୍ସ: ରେଡ୍ ଚିଲିଜ୍ ଭିଏଫ୍‌ଏକ୍ସ (ଯବାନ)।

ଶ୍ରେଷ୍ଠ ଡେବ୍ୟୁ ନିର୍ଦ୍ଦେଶକ: ତରୁଣ ଦୁଦେଜା (ଧାକ ଧକ୍)।

ଶ୍ରେଷ୍ଠ ଡେବ୍ୟୁ ପୁରୁଷ: ଆଦିତ୍ୟ ରାୱଲ (ଫାରାଜ)।

ଶ୍ରେଷ୍ଠ ଡେବ୍ୟୁ ମହିଳା: ଆଲିଜେହ ଅଗ୍ନିହୋତ୍ରୀ (ଫାରେ)।

ଜୀବନବ୍ୟାପୀ ସାଧନ ପୁରସ୍କାର: ଦେଭିଡ ଧୱନ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button