ଅପରାଧ

ସରଣ୍ଡାରେ ବେଧଡ଼କ ଚାଲିଛି ଅଫିମ ଚାଷ – Kalinga News

[ad_1]

ବିଶ୍ରା: ସୁନ୍ଦରଗଡ଼ ଜିଲ୍ଲା ସରଣ୍ଡା ଜଙ୍ଗଲରେ ବେଆଇନ ଅଫିମଚାଷ ହେଉଥିବା ଦେଖିବାକୁ ମିଳିଛି। ମାଫିଆମାନେ ନିରୀହ ଗ୍ରାମବାସୀଙ୍କୁ ଲୋଭଦେଖାଇ ବେଧଡ଼କ ଏହି କାରବାର ଚଳାଇଥିବା ଦେଖାଯାଉଛି। ସରଣ୍ଡାର ଘଞ୍ଚ ଜଙ୍ଗଲରେ ବେଆଇନ ଅଫିସଚାଷ କିଛି ନୂଆକଥା ହୋଇନଥିଳେ ବି ଏବେ ରାସ୍ତାକଡ଼ରେ ଏହି ଚାଷ ହୋଇଥିବା ଦେଖିବାକୁ ମିଳୁଛି।

ସୁନ୍ଦରଗଡ ଜିଲ୍ଲା ବିଶ୍ରା ଅଞ୍ଚଳ ସୀମାନ୍ତରୁ ମାତ୍ର ୧୫ କିଲୋମିଟର ଦୂରରେ ଝାଡ଼ଖଣ୍ଡ ରାଜ୍ୟର ମନୋହରପୁରର ତମସାଇ ଗାଁରେ ହେଉଛି ଏହି ଅଫିମଚାଷ। ରାସ୍ତାକଡ଼ରେ ପ୍ରାୟ ୫ ଏକରଜମିରେ ହୋଇଛି ଏହି ଚାଷ। ସବୁ ଅଫିମଗଛରେ ଫଳ ମଧ୍ୟ ଆସି ସାରିଛି। କିଛି ଫସଲ କଟା ମଧ୍ୟ ହୋଇସାରିଛି। ତେବେ ଚାଷ ସହ ଏହାର କ୍ରୟବିକ୍ରୟରେ ସ୍ଥାନୀୟ ନିରୀହ ଆଦିବାସୀ ଗ୍ରାମବାସୀଙ୍କୁ ସାମିଲ କରିଛନ୍ତି ମାଫିଆ। କମ୍‌ ପରିଶ୍ରମରେ ଅଧିକ ଲାଭର ଲୋଭଦେଖାଇ ଗ୍ରାମବାସୀଙ୍କୁ ଏହି ବେଆଇନ କାର୍ଯ୍ୟରେ ଲିପ୍ତ କରିଛନ୍ତି। ତେଣୁ ଭବିଷ୍ୟ​ତରେ ନିରୀହ ଗ୍ରାମବାସୀ ଯେତେବେଳେ ଆଇନଜାଲରେ ମାଫିଆମାନେ ଆରାମରେ ଖସିଯିବେ ବୋଲି କୁହାଯାଉଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button