ରାଜନୀତି

୨୦୨୪ ନିର୍ବାଚନରେ ମୋଦୀ ଗ୍ୟାରେଣ୍ଟି ଯାଦୁ କରିବ: ଧର୍ମେନ୍ଦ୍ର – Kalinga News

[ad_1]

ଭୁବନେଶ୍ୱର ଓ ପିପିଲିରେ ବିଜେପିର ‘ବୁଥ୍‌ ଜନସମ୍ପର୍କ ଅଭିଯାନ’ରେ ସାମିଲ ହେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଓଡ଼ିଶା ବଡ଼ ରାଜନୈତିକ ପରିବର୍ତ୍ତନ ଆଡ଼କୁ ଯାଉଛି। ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ମୋଦୀ ଗ୍ୟାରେଣ୍ଟି ଯାଦୁ କରିବ ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆଜି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଓ ପୁରୀ ଜିଲ୍ଲାର ପିପିଲିରେ ବିଜେପିର ‘ବୁଥ୍‌ ଜନସମ୍ପର୍କ ଅଭିଯାନ’ରେ ସାମିଲ ହେବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆମ ଦଳ ତରଫରୁ ବୁଥ୍‌ ଜନସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି। ଓଡ଼ିଶା ଆଜି ରାଜନୈତିକ ପରିବର୍ତ୍ତନ ଆଡ଼କୁ ମୁହାଁଇଲାଣି। ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଜନସାଧାରଣଙ୍କ ମଧ୍ୟରେ ଅଭୂତପୂର୍ବ ଆସ୍ଥାର ଭାବନା ତିଆରି ହୋଇଛି। ଓଡ଼ିଶାରେ ମୋଦୀଙ୍କ ପ୍ରତି ଶ୍ରଦ୍ଧା ଓ ଆଶୀର୍ବାଦ ଅଛି। ଦେଶ ରାମରାଜ୍ୟ ହୋଇଥିବା ବେଳେ ସ୍ୱରାଜ୍ୟ ଦିଗରେ ଅଗ୍ରସର ହେଉଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିକଶିତ ଭାରତର ଗ୍ୟାରେଣ୍ଟି ଉପରେ ଲୋକମାନେ ଭରସା ରଖୁଛନ୍ତି ବୋଲି ସେ କହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button