ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଘସିପୁରାବାସୀଙ୍କ ସହ ରହିବି: ସୌମ୍ୟରଞ୍ଜନ – Kalinga News

[ad_1]
ଆନନ୍ଦପୁର: ସଂଖ୍ୟା ଖେଳରେ ଆମେ ହାରି ଯାଇଛୁ ସତ, କିନ୍ତୁ ପ୍ରକୃତରେ ଆମେ ହାରିନାହୁଁ। ଜୀବନର ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଘସିପୁରାବାସୀଙ୍କ ସହିତ ରହିବି ବୋଲି ଆଜି ବାତୋ ପଞ୍ଚାୟତରେ ଅନୁଷ୍ଠିତ ନିର୍ବାଚନ ସମୀକ୍ଷା ବୈଠକରେ ଯୋଗଦେଇ ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି, ମାତ୍ର ଅଳ୍ପଦିନର ଲଢ଼େଇରେ ଆମକୁ ବହୁତ ସଫଳତା ମିଳିଛି। ମେ ୬ରେ ନାମାଙ୍କନ ଦାଖଲ ପରେ ଲଢ଼େଇ ଆରମ୍ଭ ହୋଇଥିଲା। ୧୦ରେ ନିର୍ବାଚନ କମିସନଙ୍କ ପକ୍ଷରୁ ଚିହ୍ନ ମିଳିଥିଲା। ସ୍ବାଧୀନ ଭାବେ ନିର୍ବାଚନ ଲଢ଼ୁଥିଲେ ମଧ୍ୟ ଆମ ସମର୍ଥକଙ୍କ ଦୃଢ଼ ମନୋବଳ ଯୋଗୁଁ ୬୮ ହଜାରରୁ ଅଧିକ ଭୋଟ ମିଳିଲା। ଆଉଜଣେ ସାଂସଦ ପ୍ରାର୍ଥୀ ସମାନ ଚିହ୍ନରେ ଲଢ଼ି ବିନା ପ୍ରଚାରରେ ଘସିପୁରାରୁ ୨୮ ହଜାରରୁ ଅଧିକ ଭୋଟ ନେବା ଯୋଗୁଁ ଆମକୁ ପରାଜୟର ସାମ୍ନା କରିବାକୁ ପଡ଼ିଲା ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଘସିପୁରା ଅପେକ୍ଷା ଘଟଗାଁ ବ୍ଲକ୍ରେ ବହୁ ସଂଖ୍ୟାର ମହିଳା ଆଗକୁ ବାହାରୁଛନ୍ତି। ଆଗକୁ ନିର୍ବାଚନରେ ସଫଳତା ପାଇବାକୁ ହେଲେ ମହିଳାମାନେ ଆଗକୁ ଆସିବାକୁ ପଡ଼ିବ।
Sambad is now on WhatsApp
Join and get latest news updates delivered to you via WhatsApp
ଏଥିପାଇଁ ମହିଳା ବାହିନୀ ଗଠନ କରିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ଆଗାମୀଦିନରେ ସମସ୍ତ ପଞ୍ଚାୟତରେ ଯେପରି ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ, ସେଥିପାଇଁ ଉଦ୍ୟମ କରିବାକୁ ସେ ଛାମୁଆ କର୍ମୀମାନଙ୍କୁ କହିଛନ୍ତି। ପ୍ରାରମ୍ଭରେ ମନ୍ମଥ କୁମାର ରାଉତ ସ୍ବାଗତ ଭାଷଣ ଦେଇଥିଲେ। ସୌମ୍ୟବାବୁ ନିର୍ବାଚନ ପରେ ଭୁବନେଶ୍ବର ପଳାଇବେ ବୋଲି ବଦ୍ରି ପାତ୍ର ଯେଉଁ ଅଭିଯୋଗ ଆଣୁଥିଲେ ତା’ର ଦୃଢ଼ ଜବାବ ଦେଇଥିଲେ। ସେ ନିର୍ବାଚନ ପରଠାରୁ ବାରମ୍ବାର ଘସିପୁରା ଗସ୍ତ କରିଛନ୍ତି। ସବୁ ସମୟରେ ଆମ ସହ ଯୋଗାଯୋଗରେ ରହିଛନ୍ତି ବୋଲି କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ପ୍ରଶାନ୍ତ ପାଲ, ବିଭୁ ଚକ୍ର, ରାଜେନ୍ଦ୍ର ପଟ୍ଟନାୟକ, ଦିଲୀପ ସାହୁ, ଅକ୍ଷୟ ପାଲ, ନକୁଳ ସାହୁ, ବୀରଭଦ୍ର ପଢ଼ିଆରୀ, ଦିଲୀପ କୁମାର ରାଉତ, ବଲ୍ଲଭ ସାହୁ, ଟିକନ ମାଝୀ, ମୁକେଶ ନାଥ, ଅଲେଖ ରାଉତ, ରଘୁନାଥ ପାଗଳ, ପ୍ରତାପ କୁମାର ନାଥ, ଧନେଶ୍ବର ସାହୁ, ଲକ୍ଷ୍ମୀଧର ପଲେଇ, ରଘୁନନ୍ଦନ ନାଥ, ଜଳଧର ନାଥ, କାଠିଆ ନାଥ, ଦିଲୀପ ରାଉତ, ନନ୍ଦକିଶୋର ଜେନା, ଶରତ ଜେନା, ଚନ୍ଦ୍ରମଣି ଜେନା, ଦୁଃଶାସନ ନାୟକ, ମନୋରଂଜନ ଜେନା, କୃଷ୍ଣଚନ୍ଦ୍ର ପାଗଳ ପ୍ରମୁଖ ଉପସ୍ଥିତ ଥିଲେ।
[ad_2]




