ମନୋରଞ୍ଜନ

ଫିଲ୍ମ ‘ରାମାୟଣ’ରେ ପ୍ରଭୁ ହନୁମାନଙ୍କ ଚରିତ୍ରରେ ନଜର ଆସିବେ ସନ୍ନି ଦେଓଲ ! – Kalinga News

[ad_1]

ମୁମ୍ବାଇ: ବଲିଉଡ୍‌ରେ ଅ‌ନେକ ଦିନରୁ ‘ରାମ‌ାୟଣ’ ଉପରେ ଏକ ଫିଲ୍ମ ତିଆରି ‌ହେଉଥିବା ଶୁଣିବାକୁ ମିଳୁଛି। ‘ଦଙ୍ଗଲ୍‌’ ଏବଂ ‘ଛିଛୋରେ’ ପରି ଫିଲ୍ମ ବନାଇଥିବା ନିର୍ମାତା ନିତେଶ ତିୱାରୀ ‘ରାମାୟଣ’କୁ ବଡ଼ ପରଦାରେ ଦେଖାଇବାର ଯୋଜନା କରିଛନ୍ତି। ଫିଲ୍ମରେ ମୁଖ୍ୟ ଚରିତ୍ର ଅର୍ଥାତ, ପ୍ରଭୁ ରାମ ଓ ମାତା ସୀତାଙ୍କ ଭୂମିକାରେ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ସାଇ ପଲ୍ଲବୀ ନଜର ଆସିବେ ବୋଲି ଜଣାପଡ଼ିସାରିଥିବା ବେଳେ ରାବଣଙ୍କ ଚରିତ୍ରରେ ନଜର ଆସିବେ କେଜିଏଫ ଷ୍ଟାର ୟଶ।

ଏହି ୩ଜଣକ ନାମକୁ ନେଇ ପୂର୍ବରୁ ଚର୍ଚ୍ଚା ହେଉଥିବା ବେଳେ ଏବେ ଆଉ ଜଣେ କଳାକାର ଫିଲ୍ମ ସହ ଯୋଡି ‌ହୋଇଛନ୍ତି। କୁହାଯାଉଛି ଯେ, ସୁପରଷ୍ଟାର ସନ୍ନି ଦେଓଲ ଫିଲ୍ମରେ ପ୍ରଭୁ ହନୁମାନଙ୍କ ଭୂମିକାରେ ନଜର ଆସିବେ। ଅଭିନେତା ମେ’ ୨୦୨୪ରେ ଫିଲ୍ମର ସୁଟିଂ ଆରମ୍ଭ କରିବେ ବୋଲି ଜଣାପଡ଼ିଛି। ସୁପରଷ୍ଟାର ବିଜୟ ସେଥୁପତି ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି।

ତେବେ ଫିଲ୍ମର ଷ୍ଟାରକାଷ୍ଟକୁ ନେଇ ଏପର୍ଯ୍ୟନ୍ତ କୌଣସି ଅଧିକାରୀକ ଘୋଷଣା କରାଯାଇନାହିଁ। ମାତା ସୀତାଙ୍କ ଚରିତ୍ର ପାଇଁ ପ୍ରଥମେ ଆଲିଆ ଭଟ୍ଟଙ୍କୁ ଅଫର ଦିଆଯାଇଥିବା ବେଳେ ସେ ଅନ୍ୟ ଫିଲ୍ମରେ ବ୍ୟସ୍ତ ଥିବାରୁ ଏହି ଫିଲ୍ମର ଅଫରକୁ ଗ୍ରହଣ କରିପାରିନଥିଲେ। ପରେ ସାଇ ପଲ୍ଲବୀଙ୍କୁ ଏହି ଅଫର ମିଳିଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button