ଅଯୋଧ୍ୟାରୁ ନିରାଶ ହୋଇ ଫେରିଲେ ଟେଲିର ରାମ; କହିଲେ ପୁଣିଥରେ ଯାଇ ଶାନ୍ତିରେ ରାମଲଲ୍ଲାଙ୍କୁ ଦେଖିବି – Kalinga News
[ad_1]
ନୂଆଦିଲ୍ଲୀ: ରାମାନନ୍ଦ ସାଗରଙ୍କ ରାମାୟଣରେ ଭଗବାନ ଶ୍ରୀରାମଙ୍କ ଭୂମିକାରେ ନଜର ଆସିଥିବା ଅରୁଣ ଗୋବିଲ ଅଯୋଧ୍ୟାରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ଅରୁଣ ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠାରେ ସାମିଲ ହୋଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଅଯୋଧ୍ୟାରେ ଅରୁଣ ଗୋବିଲଙ୍କୁ ଦେଖି ଲୋକମାନେ ତାଙ୍କର ଭବ୍ୟ ସ୍ବାଗତ କରିଥିଲେ। କିନ୍ତୁ ଅରୁଣଙ୍କୁ ଅଯୋଧ୍ୟାରୁ ନିରାଶ ହୋଇ ଫେରିବାକୁ ପଡ଼ିଥିଲା। କାରଣ ସେ ଅନେକ ଦିନକୁ ଅପେକ୍ଷା କରି ରହିଥିବା ରାମଲଲ୍ଲାଙ୍କୁ ଦର୍ଶନ କରି ପାରିଲେ ନାହିଁ।
ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ପୂର୍ବରୁ ଅରୁଣ ଗୋବିଲ ରାମାୟଣରେ ସୀତା ଭୂମିକାରେ ନଜର ଆସିଥିବା ଦୀପିକା ଚିଖଲିୟା ଓ ଲକ୍ଷ୍ମଣଙ୍କ ଭୂମିକା କରିଥିବା ସୁନୀଲ ଲହରିଙ୍କ ସହିତ ଅଯୋଧ୍ୟାରେ ପହଞ୍ଚିଥିଲେ।
ରାମ ମନ୍ଦିରକୁ ନେଇ ପ୍ରଶ୍ନ କରିବାରୁ ଅରୁଣ ଗୋବିଲ କହିଥିଲେ,‘ସ୍ବପ୍ନ ତ ପୂରା ହୋଇଗଲା। କିନ୍ତୁ ଅନେକ ଦିନରୁ ଅପେକ୍ଷା କରି ରହିଥିବା ରାମଲଲ୍ଲାଙ୍କ ଦର୍ଶନ ମୋତେ ମିଳିଲା ନାହିଁ। ଏ ସମୟରେ ମୁଁ କିଛି କହି ପାରିବି ନାହିଁ। ପୁଣିଥରେ ଅଯୋଧ୍ୟା ଯିବି ଶାନ୍ତିର ସହ ରାମଲଲ୍ଲାଙ୍କ ଦର୍ଶନ କରି ଫେରିବି।’
ଅରୁଣଙ୍କ ପୂର୍ବରୁ ସୁନୀଲ ଲହରୀ ଅଯୋଧ୍ୟାରେ ସମ୍ମୁଖୀନ ହୋଇଥିବା ଅସୁବିଧାର ପ୍ରତିକ୍ରିୟା ଦେଇଥିଲେ। ଅଭିନେତା ପ୍ରକାଶ କରି କହିଥିଲେ, ସେ ଅଯୋଧ୍ୟାକୁ ଆସିବାର ଦୁଇ ଦିନ ବିତିଗଲାଣି କିନ୍ତୁ ସେ ଏପର୍ଯ୍ୟନ୍ତ ରହିବାକୁ ସ୍ଥାନ ପାଇନାହାଁନ୍ତି। ସମସ୍ତ ହୋଟେଲ ରୁମ୍ଗୁଡ଼ିକ ପ୍ରାୟ ଫୁଲ୍ ଏବଂ ଉଦ୍ଘାଟନ ସମୟ ପର୍ଯ୍ୟନ୍ତ ସେ କେଉଁଠାରେ ରହିବେ ସେ ବିଷୟରେ ଚିନ୍ତିତ ଅଛନ୍ତି।
[ad_2]