ଇଣ୍ଡିଆ ମେଣ୍ଟରେ ରହି ବି ପ୍ରଧାନମନ୍ତ୍ରୀ ହୋଇପାରିବେ: ଅଖିଳେଶ – Kalinga News

[ad_1]
ପାଟନା: ବିହାରର ଶାସକ ଦଳ ଜେଡିୟୁ (ଜନତା ଦଳ ୟୁନାଇଟେଡ) ଏବଂ ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ) ମଧ୍ୟରେ ତିକ୍ତତା ଲାଗିରହିଛି। ଏହାରି ମଧ୍ୟରେ ନୂତନ ସରକାର ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଥରେ ବିଜେପି ପକ୍ଷକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି | ତେବେ ଏପ୍ରସଙ୍ଗରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ନୀତୀଶ କୁମାର ଇଣ୍ଡିଆ ମେଣ୍ଟକୁ ମଜବୁତ କରିବେ। ଅଖିଳେଶ ଯାଦବ କହିଛନ୍ତି, “ଆମେ ବିଶ୍ୱାସ କରୁ ଯେ ନୀତୀଶ ଜି ଏନଡିଏରେ ଯୋଗଦେବେ ନାହିଁ। ନୀତୀଶ ଜି ଇଣ୍ଡିଆ ମେଣ୍ଟକୁ ମଜବୁତ କରିବେ । ” ଅଖିଳେଶ ଏହା ମଧ୍ୟ କହିଛନ୍ତି ଯେ ନୀତୀଶ କୁମାର ଇଣ୍ଡିଆ ମେଣ୍ଟରେ ରହି ମଧ୍ୟ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରତିଦ୍ବନ୍ଦିତା କରିପାରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ଏଥିସହ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ପଦ ପାଇଁ ଯେକୌଣସି ନାମ ବିବେଚନା କରାଯାଇପାରିବ, ନୀତୀଶ କୁମାର ମଧ୍ୟ ପ୍ରଧାନମନ୍ତ୍ରୀ ହୋଇପାରିବେ। ଏସପି ମୁଖ୍ୟ କହିଛନ୍ତି ଯେ ନୀତୀଶ କୁମାର ଏହି ପଦକ୍ଷେପ ନେଇ ଇଣ୍ଡିଆ ମେଣ୍ଟ ଗଠନ କରିଛନ୍ତି। ଏଭଳି ପରିସ୍ଥିତିରେ କଂଗ୍ରେସ ଦଳ ଆଗକୁ ଆସି ଛୋଟ ଦଳଗୁଡ଼ିକୁ ସାଙ୍ଗରେ ନେବା ଉଚିତ୍। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବି କରିବେ ନାହିଁ। ଅଖିଳେଶ ଯାଦବ ଆହୁରି କହିଛନ୍ତି, ଛୋଟ ଦଳଗୁଡ଼ିକୁ ଏକାଠି କରିବା ପାଇଁ କଂଗ୍ରେସର ଏକ ବଡ଼ ଦାୟିତ୍ୱ ଅଛି | ଉତ୍ତରପ୍ରଦେଶରେ ଆସନ ପାଇଁ ନୁହେଁ, ବରଂ ଇଣ୍ଡିଆ ମେଣ୍ଟ କିଭଳି ଜିତିବ ତାହାକୁ ନେଇ ରଣନୀତି ପ୍ରସ୍ତୁତ କରାଯିବାର ଆବଶ୍ୟକତା ରହିଛି | ଏହା ସହିତ ସେ ଭାରତୀୟ ଜନତା ପାର୍ଟି ଉପରେ ମଧ୍ୟ ଆକ୍ରମଣ କରି କହିଛନ୍ତି ଯେ ବିଜେପିର ଲୋକମାନେ ବିପଥଗାମୀ ହୋଇଛନ୍ତି। ରାମ ମନ୍ଦିରକୁ ନେଇ ବିଜେପି ରାଜନୀତି କରୁଥିବା ଏବଂ ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି।
[ad_2]




