ମନୋରଞ୍ଜନ

ଆଜିଠୁ ଟାର୍ଗେଟ୍‌ ଭେଦ କରିବ ‘ଫାଇଟର୍‌’ – Kalinga News

[ad_1]

ଭୁବନେଶ୍ବର: ‘‘ଫାଇଟର୍‌ ୱ ନହିଁ ଯୋ ଅପ୍‌ନା ଟାର୍ଗେଟ୍‌ ହାସଲ୍‌ କର୍‌ତା ହୈ.. ୱ ହେ ଯୋ ଉହ୍ନେ ଠୋକ୍‌ଦେତା ହୈ…’’ ଟ୍ରେଲ୍‌ରରେ ସୁପରଷ୍ଟାର ହ୍ରିତିକ୍‌ ରୋଶନ୍‌ଙ୍କ ଏହି ଦମ୍‌ଦାର ଡାଏଲଗ୍‌ ଦର୍ଶକଙ୍କୁ ଫିଲ୍ମ ହଲ୍‌କୁ ଟାଣି ନେଉଛି। ଭାରତ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ କିପରି ଭାରତୀୟ ବାୟୁସେନାର କିଛି ଦକ୍ଷ ଅଧିକାରୀ ନେଉଛନ୍ତି, ତାହା ହେଉଛି ଏ ଫିଲ୍ମର ବିଷୟବସ୍ତୁ। ପ୍ରକୃତ ଅର୍ଥରେ ବଲିଉଡ୍‌ର ପ୍ରଥମ ଏରିଏଲ୍‌ ଆକ୍ସନ ଫିଲ୍ମ କୁହା ଯାଉଥିବା ‘ଫାଇଟର୍‌’ରେ ଉରି ଆକ୍ରମଣ ଘଟଣା ଓ ଜମ୍ମୁ କଶ୍ମୀର ସହ ପିଓକେ ପ୍ରମୁଖ ବିଷୟକୁ ମଧ୍ୟ ସ୍ଥାନ ଦିଆଯାଇଛି। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଆକ୍ସନ ସହ ରୋମାନ୍ସ ରହିଛି। ଏଥିରେ ହ୍ରିତିକ୍‌ ରୋଶନ୍‌ଙ୍କ ସହ ଦୀପିକା ପାଦୁକୋନ୍‌, ଅନିଲ କପୁର୍‌, କରନ୍‌ ସିଂହ ଗ୍ରୋଭର ଓ ଅକ୍ଷୟ ଓବରଏ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।

ସାଧାରଣତନ୍ତ୍ର ଦିବସକୁ ଲକ୍ଷ୍ୟରଖି ଆଜି, ଅର୍ଥାତ୍‌ ଜାନୁଆରି ୨୫ ତାରିଖରେ ଏହି ଫିଲ୍ମ ରିଲିଜ୍‌ ହୋଇଛି। ପ୍ରଥମ ଦିନ ଭୁବନେଶ୍ବରର ବିଭିନ୍ନ ହଲ୍‌ରେ ଏହାର ୩୦ରୁ ଅଧିକ ସୋ’ ଲାଗିଥିଲେ ହେଁ ଆଶାନୁରୂପ ବ୍ୟବସାୟ ହୋଇ ନଥିବା ଜଣା ପଡ଼ିଛି। କିନ୍ତୁ ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ ଛୁଟି ଥିବାରୁ ଆଜିଠାରୁ ଅଧିକାଂଶ ସୋ’ର ଟିକେଟ୍‌ ଅଧାରୁ ଅଧିକ ବିକ୍ରି ହୋଇ ଗଲାଣି। ନେକ୍ସସ୍‌ ଏସ୍‌ପ୍ଲାନେଡ୍‌ ସିନେପୋଲିସ୍‌ରେ ସକାଳ ୯ଟା୫ ରୁ ରାତି ୧୧ଟା ୩୦ ଯାଏ ୧୧ଟି, ବିଏମ୍‌ସି ଭବାନୀ ମଲ୍‌ ଆଇନକ୍ସ ଓ ଡିଏନ୍‌ ରେଗାଲିଆ ମଲ୍‌ ଆଇନକ୍ସରେ ସକାଳ ୧୧ଟା ୩୫ରୁ ରାତି ୧୦ଟା ୨୦ ଯାଏ ୪ଟି ଲେଖାଏ ସୋ’, ସିମ୍ଫୋନି ମଲ୍‌ ଆଇନକ୍ସରେ ଦିନ ୧୧ଟା ୩୦ରୁ ରାତି ୧୦ଟା ଯାଏ ୪ଟି ସୋ’, ଜଟଣୀ ବୀଣା ଥିଏଟରରେ ସକାଳ ୯ଟାରୁ ରାତି ୯ଟା ୩୦ ଯାଏ ୯ଟି ‌ସୋ’, ଉତ୍କଳ କନିକା ଗ୍ୟାଲେରିଆ ପିଭିଆର୍‌ରେ ଦିନ ୧୧ଟା ୩୦ରୁ ରାତି ୧୦ଟା ଯାଏ ୪ଟି ସୋ’ ଲାଗିଛି।

ଆସନ୍ତାକାଲିର ମୋଟ୍‌ ୩୬ଟି ସୋ’ରୁ ପ୍ରାୟ ୧୫ଟି ସୋ’ର ୯୦ ପ୍ରତିଶତ ଟିକେଟ୍‌ ଚଢ଼ାଦରରେ ବିକ୍ରି ହୋଇ ସାରିଛି। ଏମିତିକି ଗୋଟିଏ ଗୋଟିଏ ସୋ’ର ଟିକେଟ୍‌ ୪୮୦ ଟଙ୍କା ତଳକୁ ନାହିଁ, କିନ୍ତୁ ସବୁ ଟିକେଟ୍‌ ବୁକିଂ ସରିଛି। ଏ ଫିଲ୍ମର ଟିକେଟ୍‌ ଦର ସର୍ବନିମ୍ନ ୨୬୦ ଟଙ୍କାରୁ ୧,୦୦୦ ଟଙ୍କା ରହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button