ରାଜନୀତି

କଂଗ୍ରେସ ଭବନରେ ପ୍ରସ୍ତୁତି ବୈଠକ: ୨୯ରେ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସାଧାରଣ ସଭା – Kalinga News

[ad_1]

ଭୁବନେଶ୍ବର: ଆସନ୍ତା ୨୯ ତାରିଖରେ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଭୁବନେଶ୍ବରରେ ଏକ ସାଧାରଣ ସଭା ଆୟୋଜିତ ହେବ। ଏଥିପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଶ୍ରୀ ଖଡ଼ଗେଙ୍କ ଓଡି଼ଶା ଗସ୍ତରେ କିପରି ପ୍ରସ୍ତୁତି କରାଯିବ ସେ ସଂପର୍କରେ ସୂଚନା ଦେଇଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରୁ କଂଗ୍ରେସ କର୍ମୀ ଓ ସାଧାରଣ ଜନତା କିପରି ଏହି ସଭାରେ ଯୋଗ ଦେଉଥିବାରୁ ଏହା ସଂପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଓଡ଼ିଶା ପ୍ରଭାରୀ ଅଜୟ କୁମାର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନେତୃମଣ୍ଡଳୀଙ୍କୁ ନିର୍ଦ୍ଦିଷ୍ଟ ଦାୟିତ୍ୱ ପ୍ରଦାନ କରିଥିଲେ।

ବୈଠକରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ଖୁଂଟିଆ, ଏଆଇସିସି ସମ୍ପାଦକ ଖ୍ରୀଷ୍ଟଫର ତିଲକ୍, ସାହନାଜ ଚୌଧୁରୀ, ବିକାଶ ପୋଡ଼ପରେ, ଶିବାନନ୍ଦ ରାୟ, ବିଜୟ ପଟ୍ଟନାୟକ, ଅନନ୍ତ ସେଠୀ, ସୁରେଶ କୁମାର ରାଉତରାୟ, ମାନସ ଚୌଧୁରୀ, ମହମ୍ମଦ ମୋକିମ୍, ବିଶ୍ୱଜିତ ଦାସ, ସୁରେଶ ମହାପାତ୍ର, କିଶୋର ଜେନା, ଭୁଜବଳ ମାଝି, ଯଜ୍ଞେଶ୍ବର ବାବୁ, ସସ୍ମିତା ବେହେରା, ବିଜୟଲକ୍ଷ୍ମୀ ସାହୁ, ବିଶ୍ୱରଂଜନ ମହାନ୍ତି, ଦେବାଶିଷ ପଟ୍ଟନାୟକ, ଶୁଭେନ୍ଦୁ ମହାନ୍ତି, ନବଜ୍ୟୋତି ପଟ୍ଟନାୟକ, ଅମୀୟ ପଟ୍ଟନାୟକ, ରଜୀନ ମହାନ୍ତି, ସଂଜୀବ ଗିରି, ବିଭୂତି ମିଶ୍ର, ୟାସିର ନୱାଜ, ରଣଜିତ ପାତ୍ର, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ମନୋରଞ୍ଜନ ଦାସ, ଜାନକୀ ବଲ୍ଲଭ ପଟ୍ଟନାୟକ, ସୁବ୍ରତ ମହାପାତ୍ର, ଶ୍ରୀନିବାସ ରାଉତରାୟ, ଚିନ୍ମୟ ସୁନ୍ଦର ଦାସ, ଅମୀୟ ପାଣ୍ଡବ, ସଂଜୟ ତ୍ରିପାଠୀ, ବିନୋଦ ପାଣି, ତରୁଣ ମିଶ୍ର, ମିହିର ଆଚାର୍ଯ୍ୟ, ପ୍ରକାଶ ମିଶ୍ର, ହଳଧର ସେଠୀ, ବାଙ୍କନିଧି ବେହେରା, ଜୟକୃଷ୍ଣ ସୁବୁଧି, ହେମନ୍ତ ଦାସ, ମନୋଜ ରାଉତ, ସଂଗ୍ରାମ ମିଶ୍ର, ଦୁର୍ଗା ସାହୁ, ଜୟନାରାୟଣ ପଟ୍ଟନାୟକ, ନଟବର ବାରିକ, ନରୋତ୍ତମ ନାୟକ, ଜିତେନ୍ଦ୍ର ବିଶ୍ୱାଳ, ହମିଦ ହୁସେନ, ନକୁଳ ନାୟକ ଓ ନିହାର ରଞ୍ଜନ ମହାନନ୍ଦ ପ୍ରମୁଖ ସାମିଲ ହୋଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button