ଅଢ଼େଇ ବର୍ଷ ପୂର୍ବେ ହୋଇଥିଲା ବିବାହ: ଅନ୍ତସତ୍ତ୍ବା ସ୍ତ୍ରୀକୁ ଜାଳି ହତ୍ୟା କଲା ସ୍ବାମୀ – Kalinga News

[ad_1]
ନୂଆଦିଲ୍ଲୀ: ପଞ୍ଜାବର ଅମୃତସରରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ସ୍ବାମୀ ଅନ୍ତସତ୍ତ୍ବା ସ୍ତ୍ରୀକୁ ଜାଳି ଦେଇଥିବାର ଅଭିଯୋଗ ହୋଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ,ଅମୃତସର ଜିଲ୍ଲାର ବ୍ୟାସ ପୁଲିସ ଷ୍ଟେସନ ଅଧୀନରେ ଥିବା ବାବା ବକାଲାର ବୁଲେନାଙ୍ଗାଲ ଗାଁରେ ଏହି ଘଟଣା ଘଟିଛି। ଗତ ଶୁକ୍ରବାର ଦିନ ସ୍ୱାମୀ ସୁଖଦେବ ସ୍ତ୍ରୀ ପିଙ୍କିଙ୍କ ମଧ୍ୟରେ କୌଣସି ଏକ ପ୍ରସଙ୍ଗକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏଥିରେ ସ୍ବାମୀ ସୁଖଦେବ ରାଗି ଯାଇ ସ୍ତ୍ରୀ ପିଙ୍କିଙ୍କୁ ଖଟରେ ବାନ୍ଧି ନିଆଁ ଲଗାଇ ଦେଇଥିଲେ। ନିଆଁ ଲଗାଇବା ପରେ ଅଭିଯୁକ୍ତ ସୁଖଦେବ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ସୁଖଦେବ ଲଗାଇଥିବା ନିଆଁରେ ଫିଙ୍କିଙ୍କ ସମେତ ଘରର ସମସ୍ତ ଜିନିଷ ଜଳି ପାଉଁଶ ହୋଇଯାଇଥିଲା।
ପଡ଼ିଶାଲୋକ ଏ ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ନିଆଁ ଲଭି ସାରିଥିଲା। ଘର ଭିତରୁ ପିଙ୍କିଙ୍କ ମୃତଦେହକୁ ଜବତ କରି ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇ ଯାଞ୍ଚ ଆରମ୍ଭ କରିଛି। ଏହି ଘଟଣାରେ ସମ୍ପୃକ୍ତ ସୁଖଦେବକୁ ଗିରଫ ପାଇଁ ପୁଲିସ ତଦନ୍ତ ଆରମ୍ଭ କରି ଦେଇଛି।
ପ୍ରକାଶିତ ରିପୋର୍ଟ ମୁତାବକ, ଫିଙ୍କି ୬ମାସର ଅନ୍ତସତ୍ତ୍ବା ଥିଲେ। ତାଙ୍କ ପେଟରେ ଯାଆଁଳା ଛୁଆ ବଢ଼ୁଥିଲେ। ଯାହାଙ୍କ ଏହି ଅଗ୍ନିକାଣ୍ଡରେ ମା’ ସହିତ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି।
[ad_2]