ମନୋରଞ୍ଜନ

ଅସ୍ତ୍ରୋପଚାର ପରେ ଘରକୁ ଫେରିଲେ ସୈଫ୍ ଅଲୀ ଖାନ୍ – Kalinga News

[ad_1]

ମୁମ୍ବାଇ: ଅସ୍ତ୍ରୋପଚାର ପରେ ଘରକୁ ଫେରିଲେ ବଲିଉଡର ଲୋକପ୍ରିୟ ଅଭିନେତା ସୈଫ୍ ଅଲି ଖାନ। ଗତକାଲି ଅଭିନେତାଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ଖବର ମିଳିଥିଲା। ଏବେ ଅସ୍ତ୍ରୋପଚାର ପରେ ସେ ଘରକୁ ଫେରିଥିବା ଦେଖାଯାଇଛି। ଏବେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ସୈଫ୍, କରୀନାଙ୍କ ସହ ଘରକୁ ଫେରୁଥିବା ଦେଖାଯାଇଛି।

ସୂଚନା ମିଳିଛି ଯେ, ତାଙ୍କର ଟ୍ରାଇସେପ୍ ସର୍ଜର କରାଯାଇଛି। ସର୍ଜରୀ ହେବା ପରେ ତାଙ୍କୁ ଡିସଚାର୍ଜ କରାଯିବାରୁ ସେ ଘରକୁ ଫେରିଛନ୍ତି। ବହୁ ପୂର୍ବରୁ ତାଙ୍କର ଟ୍ରାଇସେପ୍ ସମସ୍ୟା ଥିବା ବେଳେ ଏବେ କରୁଥିବା ଫିଲ୍ମର ସୁଟିଂ ସମୟରେ ଯନ୍ତ୍ରଣା ବଢ଼ିବାରୁ ତାଙ୍କୁ ସର୍ଜରୀ କରିବାକୁ ପଡ଼ିଥିବା ସାମ୍ନାକୁ ଆସିଛି।

ଯଦି ଆମେ ସୈଫ ଅଲି ଖାନଙ୍କ ପେସାଦାର ଜୀବନକୁ ଦେଖିବା ତେବେ ସେ ବର୍ତ୍ତମାନ ସାଉଥ୍ ଫିଲ୍ମ ‘ଦେବରା’ରେ କାମ କରୁଛନ୍ତି। ଏଥିରେ ସେ ଭହିରା ଚରିତ୍ରରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଜୁନିଅର ଏନଟିଆର ଥିବା ବେଳେ ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିବେ ଜାହ୍ନବୀ କପୁର। ଫିଲ୍ମର ଟିଜର ସାମ୍ନାକୁ ଆସିଥିବା ବେଳେ ଚଳଚ୍ଚିତ୍ରରେ ଜବରଦସ୍ତ ଆକ୍ସନ୍ ଥିବା ଦେଖିବାକୁ ମିଳିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button