ମନୋରଞ୍ଜନ

‘ମା ଶବରୀ’ ଗୀତ ପାଇଁ ଗାୟିକା ମୈଥିଳୀ ଠାକୁରଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ – Kalinga News

[ad_1]

ନୂଆଦିଲ୍ଲୀ: ‘ମା ଶବରୀ’ ଗୀତ ଗାଇଥିବା ବିହାରୀ ଗାୟିକା ମୈଥିଳୀ ଠାକୁରଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବ୍‌ ପ୍ରଶଂସା କରିଛନ୍ତି।

ବନବାସ କାଳରେ ମା ଶବରୀ ଶ୍ରୀରାମଙ୍କୁ ଅଇଁଠା ଫଳ ଖୁଆଇ ଥିଲେ ବୋଲି ରାମାୟଣରେ ବର୍ଣ୍ଣିତ।

ମୈଥିଳୀଙ୍କ ଗୀତ ବିଷୟରେ ‘ଏକ୍ସ୍‌’ ପୋଷ୍ଟ୍‌ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଦେଶବାସୀଙ୍କୁ ପ୍ରଭୁ ରାମଙ୍କ ଜୀବନ ସମ୍ବନ୍ଧୀୟ ଘଟଣା ସବୁ ସ୍ମରଣ କରାଇ ଦେଉଛି।

Image Courtesy of Hindustan

‘ଏକ୍ସ୍‌’ ପୋଷ୍ଟ୍‌ରେ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ଅଯୋଧ୍ୟାରେ ପ୍ରାଣ-ପ୍ରତିଷ୍ଠା କାର୍ଯ୍ୟକ୍ରମ ସମଗ୍ର ଦେଶରେ ଥିବା ମୋର ପରିବାରବର୍ଗଙ୍କୁ ପ୍ରଭୁ ଶ୍ରୀରାମଙ୍କ ଜୀବନ ଓ ଆଦର୍ଶ ସହିତ ସମ୍ପୃକ୍ତ ପ୍ରତ୍ୟେକ ଘଟଣା ସ୍ମରଣ କରାଇ ଦେଉଛି। ଏଭଳି ଏକ ଆବେଗିକ ଘଟଣା ଶବରୀ ସହିତ ସମ୍ପୃକ୍ତ ରହିଛି। ଶୁଣନ୍ତୁ, ମୈଥିଳୀ ଠାକୁର କେମିତି ସେ ଘଟଣାକୁ ତାଙ୍କ ସୁଲଳିତ କଣ୍ଠରେ ଗାୟନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ବିହାରର ବେନୀପଟ୍ଟୀରେ ଜନ୍ମିତା ମୈଥିଳୀ ଠାକୁର ତାଙ୍କ ‘ୟୁଟ୍ୟୁବ୍‌ ଚାନେଲ୍‌’ରେ  ହିନ୍ଦୀ, ଭୋଜପୁରୀ ଓ ମୈଥିଳୀ ଭାଷାରେ  ଅନେକ ଗୀତ ଗାଇ ‌ବେଶ୍‌ ଲୋକପ୍ରିୟ ହୋଇପାରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button