ଦେଶ- ବିଦେଶ

ଭାରତୀୟ ୟୁଟ୍ୟୁବ୍ ଚାନେଲ୍ ପଛରେ ବିଶ୍ବର ସର୍ବାଧିକ ସବସ୍କ୍ରାଇବର – Kalinga News

[ad_1]

ନୂଆଦିଲ୍ଲୀ: ୨୦୦୫ରେ ଆରମ୍ଭ ହୋଇଥିବା ୟୁଟ୍ୟୁବ୍ ଚାନେଲ ଏବେ ବିଶ୍ବର ସବୁଠୁ ବଡ଼ ମନୋରଞ୍ଜନର ମାଧ୍ୟମ ପାଲଟିଛି। ୟୁଟ୍ୟୁବ୍ ମଧ୍ୟ ବିଶ୍ବର ସବୁଠାରୁ ଅଧିକ ସଂଖ୍ୟକ ଭିଡ଼ିଓ ସଂଗ୍ରହ କରୁଛି। ଅନ୍ଲାଇନ୍ ମନୋରଞ୍ଜନ କ୍ଷେତ୍ରରେ ବୈପ୍ଲବିକ ପରିବର୍ତନ ଆଣିଥିବା ୟୁଟ୍ୟୁବ୍ରେ ଅସଂଖ୍ୟ ଚାନେଲ୍ ରହିଛି। ତେବେ ନିକଟରେ ଫୋର୍ବସ୍ ଇଣ୍ଡିଆ ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରେ ଏହି ତାଲିକାର ଦ୍ବିତୀୟରେ ଆମେରିକାର ୟୁଟ୍ୟୁବର ଜିମ୍ମି ଡୋନାଲ୍ଡସନ୍ ଓରଫ ମିଷ୍ଟର ବିଷ୍ଟ୍ଙ୍କ ଚାନେଲ୍ ରହିଛି। ଏହାର ସବ୍ସ୍କ୍ରାଇବର ୨୩୨ ମିଲିଅନ୍ ଅର୍ଥାତ୍ ୨୩ କୋଟି ୨୦ ଲକ୍ଷ ରହିଛି। ତେବେ ଏହା ଠାରୁ ପ୍ରାୟ ଅଢ଼େଇ କୋଟି ଅଧିକ ଉପଭୋକ୍ତା ଥିବା ଚାନେଲ୍ର ତାଲିକାରେ ପ୍ରଥମ ସ୍ଥାନରେ ରହିଛି ଏକ ଭାରତୀୟ ଚାନେଲ୍। ତାଲିକାରେ ପ୍ରଥମ ସ୍ଥାନରେ ରହିଥିବା ଟି-ସିରିଜ୍ ର ୨୫୭ ମିଲିଅନ୍ ଅର୍ଥାତ୍ ୨୫କୋଟି ୭୦ ଲକ୍ଷ ସବସ୍କ୍ରାଇବର ଅଛନ୍ତି। ଏହି ଚାନେଲ୍ ଭାରତର ସବୁଠାରୁ ବୃହତ୍ ସଂଗୀତ କମ୍ପାନୀ ଓ ଚଳଚ୍ଚିତ୍ର ଷ୍ଟୁଡିଓ ଟି-ସିରିଜ୍ ଦ୍ବାରା ପରିଚାଳିତ। ଏହି ଚାନେଲ୍ରେ ଲକ୍ଷାଧିକ ବଲିଉଡ୍ ଚଳଚ୍ଚିତ୍ରର ଭିଡ଼ିଓ, ଭିଡ଼ିଓ ସଂଗୀତ, ଆଲ୍ବମ୍ ସଂଗୀତ ସହ ନୂତନ ଚଳଚ୍ଚିତ୍ରର ଟ୍ରେଲର ରହିଛି। ତୃତୀୟ ସ୍ଥାନରେ କେକୋମେଲୋନ୍ ନାମକ ଚାନେଲ୍। ଏଥିରେ ଶିଶୁଙ୍କ ପାଇଁ ୩ଡି ଆନିମେଟଡ୍ ଶିଶୁ ଗୀତ ପ୍ରକାଶିତ ହୋଇଛି। ଏହା ଚାନେଲର ୧୭ କୋଟି ସବସ୍କ୍ରାଇବର ଅଛନ୍ତି। ୪ର୍ଥ ସ୍ଥାନରେ ୧୬ କୋଟି ୭୦ ଲକ୍ଷ ସବସ୍କ୍ରାଇବର ସହ ସେଟ୍ ଇଣ୍ଡିଆ (ସୋନି ଏଣ୍ଟରଟେନ୍ମେଣ୍ଟ ଟେଲିଭିଜନ୍)। ୫ମ ସ୍ଥାନରେ ୧୧ କୋଟି ୮୦ଲକ୍ଷ ସବସ୍କ୍ରାଇବର ସହ କିଡ୍ସ ଡାଏନା ସୋ। ୬ଷ୍ଠ ସ୍ଥାନରେ. ୧୧ କୋଟି ୧୦ଲକ୍ଷ ସବସ୍କ୍ରାଇବର ସହ ସ୍ବିଡେନ୍ର ଚାନେଲ୍ ପିଓଡାଇପାଇ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button