ରାଜନୀତି

ଲୋଇସିଂହା ବିଧାନସଭା ନିର୍ବାଚନମଣ୍ଡଳୀ: ତିନି ପ୍ରମୁଖ ଦଳରେ ଗୋ‌ଷ୍ଠୀକନ୍ଦଳ ଜଳଜଳ – Kalinga News

[ad_1]

ବିମଳଚରଣ ହୋତା

ଲୋଇସିଂହା: ଆସନ୍ତା ନିର୍ବାଚନରେ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ପାଇଁ ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେପି ଓ ବିଜେଡିରେ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହୋଇଛି। ଏହି ଆସନ ଏବେ ବିଜେପି ହାତରେ ରହିଛି। ଏଠାରେ ପୁଣିଥରେ ବିଧାୟକ ଡ. ମୁକେଶ ମହାଲିଙ୍ଗ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତୃଣମୂଳସ୍ତରରୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସେ ସଂଗଠନକୁ ଦୃଢ଼ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଭିନ୍ନ ଏକ କାରଣରୁ ରାଜନୈତିକ ମହଲରେ ଚର୍ଚ୍ଚା ଜମିଲାଣି। ସାଂସଦ-ବିଧାୟକଙ୍କ ସଂପର୍କ ଏହାର ଆଧାର। ଲୋଇସିଂହା ଅଞ୍ଚଳରେ ବିଭିନ୍ନ ସମୟରେ ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ ଗସ୍ତ କରୁଛନ୍ତି। ସେଠାରେ ବିଧାୟକ ଶ୍ରୀ ମହାଲିଙ୍ଗଙ୍କ ଉପସ୍ଥିତି ଦେଖାଯାଉ ନାହିଁ। ସେହିଭଳି ବିଜେଡିରେ ଆଶାୟୀଙ୍କ ମଧ୍ୟରେ ତୀବ୍ର ଗୋଷ୍ଠୀକନ୍ଦଳ ଥିବା ଚର୍ଚ୍ଚା ‌ଜୋର୍‌ ଧରିଛି। ଏହି ଆସନରୁ ପ୍ରାର୍ଥୀ ହେବାକୁ ନିହାରରଞ୍ଜନ ବେହେରା ପୂରାଦମ୍‌ରେ ଲାଗିପଡ଼ିଛନ୍ତି। ଅନ୍ୟପକ୍ଷରେ ଦଳର ଆଉ ଗୋଟିଏ ଗୋଷ୍ଠୀ ଏବେ ତାଙ୍କ ରାସ୍ତାରେ କଣ୍ଟା ହେଲେଣି। ସେହିଭଳି ଲୋଇସିଂହା ଆସନରେ ପୂର୍ବ ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କ ନେତୃତ୍ବରେ ସ୍ଥାନୀୟ ସରପଞ୍ଚ ତଥା ପୂର୍ବ କଂଗ୍ରେସ ପ୍ରାର୍ଥୀ ନବ କି‌ଶୋର ନାଏକ ବିଜେଡିକୁ ଘରବାହୁଡ଼ା କରି ଏଠାରୁ ପ୍ରାର୍ଥୀ ହେବା ପାଇଁ ଆଶାରେ ରହିଛନ୍ତି। ଗତ ନିର୍ବାଚନରେ ସେ କଂଗ୍ରେସ ପ୍ରାର୍ଥୀ ହୋଇ ୪୦ ହଜାର ଭୋଟ ପାଇଥିଲେ। ଏଥର ଲୋଇସିଂହାର ସ୍ଥାୟୀ ବାସିନ୍ଦା ପରିଚୟ ନେଇ ପ୍ରାର୍ଥୀ ଦୌଡ଼ରେ ରହିଛନ୍ତି।

ଏହି ଆସନ ହେବା ଦିନରୁ ଥରେ ମାତ୍ର କଂଗ୍ରେସ ହାତକୁ ଆସିଥିଲା। ଏକଦା କଂଗ୍ରେସର ପ୍ରାର୍ଥୀ ଭାବେ ପୂର୍ବ ବିଧାୟକ ବାଳଗୋପାଳ ମିଶ୍ରଙ୍କୁ ମଧ୍ୟ ପରାଜିତ ହେବାକୁ ପଡ଼ିଥିଲା। ପରେ ଦୃଢ଼ ଜନସଂପର୍କ ସୃ‌ଷ୍ଟି କରି ସେ ଚାରିଥର ସ୍ବାଧୀନ ପ୍ରାର୍ଥୀ ଭାବେ ସଫଳତା ପାଇଥିଲେ। ସେତେବେଳେ ରାଜ୍ୟରେ କଂଗ୍ରେସର ପ୍ରଭାବ ସତ୍ତ୍ବେ ଏଆଇସିସି ସଭ୍ୟ ସୂର୍ଯ୍ୟଭାନୁ ମିଶ୍ରଙ୍କୁ ମଧ୍ୟ ୩ ଥର ପରାଜିତ ହେବାକୁ ପଡ଼ିଥିଲା। ବରିଷ୍ଠ ନେତା ନରସିଂହ ମିଶ୍ର ଏଠାରୁ ପ୍ରଥମ କଂଗ୍ରେସରୁ ନିର୍ବାଚିତ ହୋଇଥିଲେ। ଆଗାମୀ ନିର୍ବାଚନରେ ଶ୍ରୀ ମିଶ୍ରଙ୍କ ଅନୁଗତ ଓମ୍‌ପ୍ରକାଶ କୁମ୍ଭାର ପ୍ରାର୍ଥୀ ହେବାକୁ ଉଦ୍ୟମ କରୁଛନ୍ତି। କଂଗ୍ରେସ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ (ଅନୁସୂଚିତ ଜାତି ବିଭାଗ) ଆଡ୍‌ଭୋକେଟ୍‌ ଅର୍ଜୁନ ମୁଗ୍ରୀ ଏଠାରୁ ଦଳର ପ୍ରାର୍ଥୀ ହେବା ପାଇଁ ଜୋରଦାର ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି। ସେହିପରି ଗତବର୍ଷ ଅବସର ନେଇଥିବା ଅତିରିକ୍ତ ଜିଲ୍ଲା ପୁଲିସ ଅଧିକାରୀ ହେମସାଗର ନନ୍ଦ ମଧ୍ୟ ଏଠାରୁ ପ୍ରାର୍ଥୀ ହେବା ଆଶା ନେଇ ଗତମାସରେ ଭୁବନେଶ୍ବରଠାରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗଦାନ କରିଥିବା ଚର୍ଚ୍ଚା ହେଉଛି। ଏଥିସହିତ ଲୋଇସିଂହା ଆସନର ବହୁ ସ୍ଥାନରେ ଏଆଇସିସି ସଭ୍ୟ ଥିବା ଅଭିଷେକ ମହାନନ୍ଦଙ୍କ ନୂଆବର୍ଷ ଅଭିନନ୍ଦନ ବାର୍ତ୍ତାଥିବା ବ୍ୟାନର ପୋଷ୍ଟର ସବୁ ଦେଖିବାକୁ ମିଳୁଥିବାରୁ ସେ ମଧ୍ୟ ଏଠାରୁ ପ୍ରାର୍ଥୀ ହେବାକୁ ଆଶାୟୀ ଥିବା କହାଯାଉଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button