ପ୍ରେମିକାଙ୍କୁ ସରପ୍ରାଇଜ ଦେବାକୁ ଡାକି ଗଳା କାଟି ନେଇଗଲା ପ୍ରେମିକ – Kalinga News

[ad_1]
ନୂଆଦିଲ୍ଲୀ: ବିହାର କୈମୁର ଜିଲ୍ଲାରେ ଜଣେ ଯୁବକ ତାର ପ୍ରେମିକାଙ୍କ ଗଳାକାଟି ହତ୍ୟା କରିଥିବାର ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ଅଭିଯୁକ୍ତ ପ୍ରେମିକଙ୍କୁ ପୁଲିସ ଗିରଫ କରି ନେଇଛି। ଗିରଫ ଯୁବକ ପଠାନ ଟୋଲାର ସଲିମ କୁରେସି ବୋଲି ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂତ୍ରରୁ ପ୍ରକାଶ, ମୃତକ ଓ ଅଭିଯୁକ୍ତ ଗୋଟିଏ କୋଚିଂ ସେଣ୍ଟରରେ ପଢ଼ୁଥିଲେ। ଅଭିଯୁକ୍ତ ଯୁବତୀଙ୍କୁ ଭଲ ପାଉଥିଲା। ସେ ଯୁବତୀଙ୍କୁ ସରପ୍ରାଇଜ ଦେବା ପାଇଁ ବାହାନା କରି ମଦୁରନା ପାହାଡ଼ ନିକଟକୁ ଡାକିଥିଲା। ଯୁବତୀ ଜଣକ ବି ଯୁବକର କଥାକୁ ବିଶ୍ବାସ କରି କହିଥିବା ସ୍ଥାନରେ ଯାଇ ପହଞ୍ଚି ଯାଇଥିଲେ।
କିଛି ବୁଝିବା ପୂର୍ବରୁ ଯୁବକ ଯୁବତୀଙ୍କ ଗଳାକୁ କାଟି ଦେଇଥିଲା। ଏହାପରେ ଯୁବତୀଙ୍କ ମୁଣ୍ଡକୁ କୋଚିଂ ନିକଟରେ ଥିବା କୂଅରେ ପିଙ୍ଗି ଦେଇ କେଉଁଆଡେ ଫେରାର ହୋଇଯାଇଥିଲା।
ଗିରଫ ପରେ ସଲିମ ପୁଲିସ ନିକଟରେ ନିଜର ଦୋଷ ସ୍ବୀକାର କରି କହିଛି, ‘ଆମେ ଦୁହେଁ ଗୋଟିଏ କୋଚିଂରେ ପାଠପଢ଼ୁଥିଲୁ। ଏହିଠାରୁ ହିଁ ଆମେ ପରସ୍ପରକୁ ଭଲ ପାଇ ବସିଥିଲୁ। କିନ୍ତୁ ମୁଁ ଖବର ପାଇଲି କି ସେ ଆଉ କାହାକୁ ଭଲ ପାଉଛି। ଯାହାକୁ ମୁଁ ସହି ପାରିଲି ନାହିଁ। ତେଣୁ ସରପ୍ରାଇଜ ଦେବାର ବାହାନା କରି ତାକୁ ଡାକଥିଲି। ସେ ଯେମିତି ମୋ ସାମ୍ନାରେ ପହଞ୍ଚିଥିଲା ମୁଁ ମୋ ରାଗ ଉପରେ ଆୟତ୍ତ ରଖି ପାରି ନଥିଲି। ପୂର୍ବରୁ ନେଇଥିବା ଏକ ଛୁରୀ ସାହାଯ୍ୟର ତାହାର ଗଳାକାଟି ଦେଇଥିଲି।’
[ad_2]




