ଅପରାଧ

ବିଦେଶ ଯିବା ପାଇଁ ୬୦ଲକ୍ଷ ଖର୍ଚ୍ଚ କରି ଦମ୍ପତି ସାଜିଥିଲେ ବୃଦ୍ଧ; ବିମାନବନ୍ଦରରେ ପଡ଼ିଗଲେ ଧରା – Kalinga News

[ad_1]

ନୂଆଦିଲ୍ଲୀ: କାନାଡା ଦେଇ ଆମେରିକା ଯିବା ପାଇଁ ଦିଲ୍ଲୀ ବିମାନବନ୍ଦରରେ ବେଶ ବଦଳାଇ ପହଞ୍ଚିଥିବା ସ୍ୱାମୀ-ସ୍ତ୍ରୀଙ୍କୁ ସୁରକ୍ଷା ପାଇଁ ନିୟୋଜିତ ଥିବା ସିଆଇଏସଏଫ ମାଡ଼ି ବସିଥିଲେ।

ସୂଚନାଯୋଗ୍ୟ, ଇମିଗ୍ରେସନ ୱିଣ୍ଡୋରେ ବସିଥିବା କର୍ମଚାରୀଙ୍କୁ ଉକ୍ତ ଦମ୍ପତିଙ୍କ ବୟସ ସହିତ ତାଙ୍କ କଥାବାର୍ତ୍ତା ଓ ଚାଲିଚଳଣ ଉପରେ ସନ୍ଦେହ ହୋଇଥିଲା। ଏହାପରେ ସେ ସିଆଇଏସ୍ଏଫଙ୍କୁ ଯୋଗାଯୋଗ କରି ଏହି ଘଟଣା ବିଷୟରେ ଜଣାଇଥିଲେ।

ଅଭିଯୋଗ କ୍ରମ‌େ ସିଆଇଏସ୍ଏଫ ଯବାନ ଦମ୍ପତିଙ୍କୁ କାବୁ କରି ଅନୁସନ୍ଧାନ କରିଥିଲେ। ଅନୁସନ୍ଧାନରୁ ଜଣାପଡିଥିଲା ଯେ ଯାତ୍ରୀଙ୍କ ବୟସ ୬୭ ବର୍ଷ ନୁହେଁ ବରଂ ୨୪ ବର୍ଷ। ତାଙ୍କର ପ୍ରକୃତ ନାମ ଗୁରସେବକ୍ ରହିଥିବା ବେଳେ ପାସପୋର୍ଟରେ ନାମ ଥିଲା ରଶାବିନ୍ଦର ।

ପଚରାଉଚରା ସମୟରେ ଗୁରସେବକ କହିଥିଲେ,‘ ମୁଁ ଜଗି ନାମକ ଜଣେ ଟ୍ରାଭେଲ ଏଜେଣ୍ଟଙ୍କୁ ଭେଟିଥିଲି। ମୁଁ ଆମେରିକା ଯିବାକୁ ଚାହୁଁଥିଲି। ଏକଥା ମୁଁ ଟ୍ରାଭେଲ ଏଜେଣ୍ଟଙ୍କୁ ଜଣାଇଥିଲି। ସେ କହିଥିଲେ କିଛି ଅସୁବିଧା ନାହିଁ। ୬୦ଲକ୍ଷ ଟଙ୍କା ଖର୍ଚ୍ଚ କଲେ ସେ ମୋତେ ଓ ମୋ ସ୍ତ୍ରୀଙ୍କୁ ସହଜରେ ଆମେରିକା ପଠାଇ ଦେଇ ପାରିବେ।

ଯୋଜନା ମୁତାବକ ଦିଲ୍ଲୀରୁ କାନାଡ଼ା ଯିବାର ଥିଲା। ଏହାପରେ ଡଙ୍କି ରୁଟର ବ୍ୟବହାର କରିବାର ଥିଲା। ମୁଁ ବିଦେଶ ଯିବାକୁ ଏତେ ଉତ୍ସାହିତ ଥିଲି ଯେ ଜଗିଙ୍କ କଥାକୁ ବିଶ୍ବାସ କରି ତାଙ୍କୁ ଆଡଭାନ୍ସ ବାବଦକୁ ୩୦ଲକ୍ଷ ଟଙ୍କା ଦେଇ ଦେଇଥିଲି।’

ପୁଲିସ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଦେଇଛି। ଏଥିସହିତ ଟ୍ରାଭେଲ ଏଜେଣ୍ଟ ଜଗିଙ୍କୁ ଗିରଫ କରିବା ସହିତ ସେ ଏଭଳି ଭାବେ  କେତେ ଜଣଙ୍କୁ ବିଦେଶ ପଠାଇଛନ୍ତି ତାହା ଜାଣିବା ପାଇଁ ପୁଲିସ ଉଦ୍ୟମ ଚଳାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button