ଅପରାଧ

ବିପୁଳ କଫ୍ ସିରପ୍ ଜବତ: ବନ୍ଧାହେଲେ ୨ ଚାଲାଣକାରୀ – Kalinga News

[ad_1]

କୋଲକାତାରୁ ଭୁବନେଶ୍ବରକୁ ଚେର ଲମ୍ବିଛି

ଭୁବ‌ନେଶ୍ବର: କୋଲକାତାରୁ ଓଡ଼ିଶାକୁ ଚୋରାରେ ଚାଲାଣ ହେଉଛି କଫ୍‌ ସିରପ୍‌। ଆଜି ନୂଆପଲ୍ଲୀ ଥାନା ପୁଲିସ ଏହି ଚୋରା ଚାଲାଣରେ ସମ୍ପୃକ୍ତ ୨ ବ୍ୟକ୍ତିଙ୍କୁ ଗିରଫ କରିଛି। ସେମାନେ ହେଲେ ଗାଡ଼କଣ ମହିମାନଗର ଅଞ୍ଚଳର ଜଗନ୍ନାଥ ଜେନା ଓରଫ୍‌ ଜଗନ(୪୭) ଓ ସାଲିଆସାହି ବସ୍ତିର ଅନୀଲ କୁମାର ନାୟକ ଓରଫ୍‌ ଅଞ୍ଛୁ(୨୫)। ସେମାନଙ୍କଠାରୁ ୧୬୮୦ ବୋତଲ ବା‌ ୧୬୮ ଲିଟର ୱିନ୍‌ସେରକ୍ସ କଫ୍ ସିରପ୍ ଜବତ କରାଯାଇଛି। ସମ୍ପ୍ରତି ଓଡ଼ିଶାରେ ଡାକ୍ତରମାନେ ଏହି ସିରପ୍‌ ବ୍ୟବହାର କରିବାକୁ ମନା କରୁଥିବା ବେଳେ ବହୁ ଅସାଧୁ ଔଷଧ ଦୋକାନୀ ଏହାକୁ ବିକ୍ରି କରୁଥିବା ଜଣାପଡ଼ିଛି। ଅସାଧୁ ବ୍ୟବସାୟୀମାନେ କମ୍ ଦାମ୍‌ରେ କିଣି( ବୋତଲ ପିଛା ୪୦ରୁ ୫୦ ଟଙ୍କା) ଅଧିକ ଦାମ୍‌ରେ (ବୋତଲ ପିଛା ୧୮୦ ଟଙ୍କା)ରେ ବିକ୍ରି କରୁଛନ୍ତି। ସେହିଭଳି ଏହି ସିରପ୍‌କୁ ନିଶାଡ଼ିମାନେ ମଧ୍ୟ ବ୍ୟବହାର କରୁଥିବା ଜଣାପଡ଼ିଛି। ଗିରଫ ୨ ଚାଲାଣକାରୀଙ୍କ ପଛରେ ଏକ ବଡ଼ଧରଣର ରୢାକେଟ୍‌ କାମ କରୁଥିବା ପୁଲିସ ସନ୍ଦେହ କରୁଛି। ସେଦିଗରେ ତଦନ୍ତ ଜାରି ରହିଛି ଏବଂ ପ୍ରମାଣ ମିଳିଲେ ଚୋରା ଚାଲାଣକାରୀଙ୍କୁ ଜେଲ୍‌ ହାଜତକୁ ପଠାଇଦିଆଯିବ ବୋଲି ପୁଲିସ ସୂଚନା ଦେଇଛି।

ପୁଲିସ ସୂଚନାନୁସାରେ ନୂଆପଲ୍ଲୀ କସ୍ତୁରବା ସ୍କୁଲ୍‌ ନିକଟ ବସ୍ ରହଣିସ୍ଥଳରେ ୨ଜଣ ବ୍ୟକ୍ତି ବିପୁଳ କଫ୍‌ ସିରପ୍‌ ଠୁଳ କରିଥିବା ନେଇ ପୁଲିସକୁ ଖବର ମିଳିଥିଲା। ଅଭିଯୁକ୍ତଦ୍ବୟ କିଛି ସମୟ ପରେ ଏସବୁକୁ ଭୁବନେଶ୍ବର ବାହାରକୁ ଚାଲାଣ କରିଥାଆନ୍ତେ। କିନ୍ତୁ ପୁଲିସ ଟିମ୍ ତୁରନ୍ତ ସେଠାରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ସେମାନେ ଏହି କଫ୍ ସିରପ୍‌ ଚାଲାଣ ସଂକ୍ରାନ୍ତୀୟ କୌଣସି ବୈଧ କାଗଜପତ୍ର ଦେଖାଇ ପାରି ନଥିଲେ। ତେଣୁ ବେଆଇନ ଭାବେ ଚାଲାଣ କରୁଥିବା ଅଭିଯୋଗରେ ପୁଲିସ ସେମାନଙ୍କୁ ଗିରଫ କରିଥିଲା‌। ସେମାନେ କୋଲକାତାରୁ ଏହି ଔଷଧ ଆଣିଥିଲେ ଏବଂ ଓଡ଼ିଶାର ବିଭିନ୍ନ ସହରକୁ ପଠାଇବା ଯୋଜନା ଥିଲା। ଏସବୁ ନିଶା ଭାବେ ବିକ୍ରି ହୋଇଥାଆନ୍ତା ବୋଲି ଅଭିଯୁକ୍ତଦ୍ବୟ ପୁଲିସକୁ କହିଛନ୍ତି। କିନ୍ତୁ ଅସଲରେ ଏସବୁ ବହୁ ଅସାଧୁ ‌ଔଷଧ ବ୍ୟବସାୟୀ ବିକିବାର ଥିଲା। ସରକାରୀ ଡାକ୍ତରମାନେ ପ୍ରେସ୍‌କ୍ରିପ୍‌ସନ୍‌ରେ ଲେଖୁନଥିଲେ ମଧ୍ୟ ବହୁ ଘରୋଇ କ୍ଲିନିକ୍‌ ଓ ନର୍ସିଂ ହୋମ୍‌ର ଡାକ୍ତରମାନେ ଏହାର ବ୍ୟବହାର ପାଇଁ ରୋଗୀମାନଙ୍କୁ ପରାମର୍ଶ ଦେଉଥିବା ଜଣାପଡ଼ିଛି। ଅଧିକ ମୁନାଫା ପାଇଁ ରୋଗୀମାନଙ୍କ ଜୀବନକୁ ବିପଦରେ ପକାଯାଉଛି। କ୍ୟାପିଟାଲ୍‌ ହସ୍ପିଟାଲ୍‌ର ଜଣେ ଡାକ୍ତରଙ୍କ ସୂଚନାନୁସାରେ ୱିନ୍‌ସେରକ୍ସରେ କୋଡିନ୍ ନାମକ ଏକ ଉପାଦାନ ରହିଛି। ଏହା ମର୍‌ଫିନ୍ ବା ଅଫିମ ଜାତୀୟ ନିଶାଦ୍ରବ୍ୟ। ତେଣୁ ଏହାକୁ ଏବେ ଆଉ ପ୍ରେସ୍‌କ୍ରାଇବ୍‌ କରାଯାଉନାହିଁ। ତେଣୁ ଲୁଚାଛପାରେ ଏହି ବେପାର ଚାଲିଛି ବୋଲି ସ୍ପଷ୍ଟ ହୋଇଛି। ଓଡ଼ିଶା ବାହାରର ଫାର୍ମା କମ୍ପାନିମାନେ ଚୋରାରେ ଓଡ଼ିଶାକୁ ପଠାଉଛନ୍ତି। ଏହି କାରବାର ପଛରେ ନିଶ୍ଚୟ ବଡ଼ ରୢାକେଟ୍‌ ରହିଛି। ସୂଚନାଯୋଗ୍ୟ ଯେ ଗତବର୍ଷ ମେ ମାସରେ ବରମୁଣ୍ଡା ବସଷ୍ଟାଣ୍ଡରୁ ବିପୁଳ କଫ୍‌ ସିରପ୍‌ ଜବତ କରାଯାଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button