ଅପରାଧ

ମଝି ଆକାଶରେ ଯାତ୍ରୀଙ୍କ କାମୁଡ଼ାରେ ଏୟାରହୋଷ୍ଟେସ ଆହତ; ବିମାନ କଲା ଜରୁରୀ ଅବତରଣ – Kalinga News

[ad_1]

ନୂଆଦିଲ୍ଲୀ: ଦିଲ୍ଲୀରୁ ଗୋଆ ଯାଉଥିବା ଇଣ୍ଡିଗୋ ବିମାନରେ ଜଣେ ଯାତ୍ରୀ ପାଇଲଟଙ୍କୁ ଶକ୍ତ ଚାପୁଡ଼ା ମାରିବାର ଘଟଣା ଥମି ନଥିବା ବେଳେ ଏୟାରହୋଷ୍ଟେସଙ୍କୁ କାମୁଡ଼ିବାର ଏକ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ଜାପାନର ରାଜଧାନୀ ଟୋକିଓରୁ ଆମେରିକା ଯାଉଥିବା ଏଏନଏ ବିମାନରେ ଜଣେ ନିଶାଗସ୍ତ ଯାତ୍ରୀ ଏୟାରହୋଷ୍ଟେସଙ୍କ ବାହୁକୁ କାମୁଡ଼ି ଦେଇଥିଲେ। ଯାତ୍ରୀଙ୍କ କାମୁଡ଼ାରେ ଏୟାରହୋଷ୍ଟେସ ଜଣକ ଆହତ ‌ହୋଇଥିଲେ। ଉକ୍ତ ଯାତ୍ରୀଙ୍କ ବୟସ ୫୫ବର୍ଷ ହୋଇଥିବା ବେଳେ ସେ ଆମେରିକାର ନାଗରିକ ଥିବା ଜଣାପଡ଼ିଛି।

ଏହି ଘଟଣାପରେ ପାଇଲଟ ବିମାନକୁ ହାନେଡା ବିମାନବନ୍ଦର ଅଭିମୁଖେ ଯାତ୍ରା କରି ଜରରୀ ଅବତରଣ କରିଥିଲା। ଜରୁରୀ ଅବତରଣ ପରେ ବିମାନରେ ଥିବା ୧୫୯ଜଣ ଯାତ୍ରୀଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା। ନିଶ୍ଚିତ ହୋଇଥିବା ସମୟରେ ପହଞ୍ଚି ନପାରିବାରୁ ଉକ୍ତ ବିମାନରେ ଥିବା ଅନେକ ଯାତ୍ରୀଙ୍କ ଥିବା ଜରୁରୀ କାମରେ ବାଧା ସୃଷ୍ଟି ହୋଇଥିଲା।

ଦୁଇଦିନ ତଳେ ଦିଲ୍ଲୀ ବିମାନବନ୍ଦରରେ ବିମାନ ବିଳମ୍ବ ଘୋଷଣା ହେବାରୁ ଜଣେ ଯାତ୍ରୀ ପାଇଲଟଙ୍କୁ ମାଡ଼ ମାରିଥିଲେ। ଏହି ଘଟଣାରେ ସାହିଲ ନାମକ ଯାତ୍ରୀଙ୍କୁ ଗିରଫ କରାଯାଇଥିଲା। ତେବେ ଗିରଫର ୧୩ ଘଣ୍ଟା ତାଙ୍କୁ ଜାମିନ ମିଳି ଯାଇଥିବାର ଖବର ମିଳିଥିଲା।  ଗତରବିବାର ସନ୍ଧ୍ୟାରେ ଘଟିଥିବା ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button