ପାଇଲଟ୍ଙ୍କୁ ମାଡ଼ ମାରିଥିବା ଯୁବକ ହନିମୁନ୍ ପାଇଁ ଗୋଆ ଯାଉଥିଲା – Kalinga News
[ad_1]
ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରରେ ବିମାନ ବିଳମ୍ବ ଘୋଷଣା ହେବାରୁ ପାଇଲଟ୍ଙ୍କୁ ମାଡ଼ ମାରିଥିବା ଯାତ୍ରୀଙ୍କ ବିଷୟରେ ଆପଣ ଗତ ୨ ଦିନରୁ ଜାଣନ୍ତି। ଦିଲ୍ଲୀରୁ ଗୋଆ ଯାଉଥିବା ବିମାନର ମାର୍ଗ ପରିବର୍ତ୍ତନ କରିବା କାରଣରୁ ଯୁବକ ଜଣକ ରାଗରେ ଆସି ପାଇଲଟ୍ଙ୍କୁ ମାଡ଼ ମାରିଥିବାରଏକ ଭିଡିଓ ଗତ ୨ ଦିନ ହେବ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏବେ ଜାଣିବାକୁ ମିଳିଛି ଯେ ଯେଉଁ ଯୁବକ ଜଣକ ରାଗି ଯାଇ ମାଡ଼ ମାରିଥିଲେ ସେ ହନୁମୁନ୍ କରିବାକୁ ଗୋଆ ଯାଉଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଘଟଣା ପରେ ଆକ୍ରମଣକାରୀ ଯାତ୍ରୀଙ୍କୁ ଗିରଫ କରାଯାଇଥିଲା, ଯଦିଓ ସେ ୧୩ ଘଣ୍ଟା ପରେ ଜାମିନ ପାଇଥିଲେ। ରବିବାର ସନ୍ଧ୍ୟାରେ ଘଟିଥିବା ଏହି ଘଟଣାର ଅଭିଯୋଗ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଭିଡିଓରେ ସାହିଲ ନାମକ ଜଣେ ଯାତ୍ରୀ ଗୋଆ ଯାଉଥିବା ବିମାନ ଭିତରେ ଘୋଷଣା କରୁଥିବା ପାଇଲଟଙ୍କ ଉପରେ ଆକ୍ରମଣ କରୁଥିବା ନଜର ଆସିଛନ୍ତି। ପୁଲିସର କହିବାନୁସାରେ, ସାହିଲଙ୍କ ବିବାହକୁ ୫ ମାସ ବିତିଗଲାଣି, ଏବେ ସେ ଦାବି କରୁଛନ୍ତି ଯେ ସେ ହନିମୁନ୍ ପାଇଁ ଗୋଆ ଯାଉଥିଲେ। ସାହିଲଙ୍କର ଅମର କଲୋନୀରେ ଏକ ଖେଳନା ଦୋକାନ ଅଛି ଏବଂ ତାଙ୍କ ଭାଇ ଜଣେ ଓକିଲ।
ଯେଉଁ ଭିଡିଓ କ୍ଲିପ୍ ଆସିଛି, ଅନ୍ୟ କ୍ରୁ ସଦସ୍ୟମାନେ ପାଇଲଟଙ୍କ ଉପରେ ଆକ୍ରମଣ କରିବା ପରେ ସାହିଲଙ୍କ ଉପରେ ପାଟିତୁଣ୍ଡ କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ ସାହିଲ କହୁଥିବାର ଶୁଣିବାକୁ ମିଳୁଛି ଯେ ସେ ଦୀର୍ଘ ସମୟ ଧରି ବିମାନରେ ବସିଛନ୍ତି ଏବଂ ଯଦି ବିମାନ ଗୋଆକୁ ଯାଉନାହିଁ ତେବେ ତାଙ୍କୁ ଯିବାକୁ ଅନୁମତି ଦିଆଯାଉ। ଅନ୍ୟ ଏକ ଭିଡିଓ କ୍ଲିପ୍ରେ ସୁରକ୍ଷା କର୍ମୀମାନେ ସାହିଲ କାଟାରିଆଙ୍କୁ ବିମାନରୁ ବାହାରକୁ ନେଉଥିବାର ନଜର ଆସିଛନ୍ତି। ତାଙ୍କ ଆଚରଣ ପାଇଁ ସେ କ୍ଷମା ମାଗୁଥିବା ଦେଖିବାକୁ ମିଳିଥିଲା। ପରେ ତାଙ୍କୁ ପୁଲିସ ଷ୍ଟେସନକୁ ନିଆଯାଇଥିଲା ଏବଂ ଗିରଫ କରାଯାଇଥିଲା।
[ad_2]