ମନୋରଞ୍ଜନ

ଭାଇକୁ ଫଟୋଗ୍ରାଫର ପ୍ରେମିକ କହିଦେବାରୁ ରାଗରେ ରିୟା ଦେଲେ ଏଭଳି ପ୍ରତିକ୍ରିୟା – Kalinga News

[ad_1]

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଆମୀର ଖାନ ଶନିବାର ମୁମ୍ବାଇରେ ତାଙ୍କ ଝିଅ ଇରା ଖାନ ଏବଂ ଜ୍ବାଇଁ ନୁପୁର ଶିଖରେଙ୍କ ପାଇଁ ଏକ ବଡ଼ ରିସେପ୍ସନ ପାର୍ଟିର ଆୟୋଜନ କରିଥିଲେ। ଏଥିରେ ଆମୀର ଖାନଙ୍କ ପୁରା ପରିବାର ବ୍ୟତୀତ ବି-ଟାଉନର ଅନେକ ବଡ଼ ବଡ଼ ବ୍ୟକ୍ତିତ୍ୱ ଉପସ୍ଥିତ ଥିଲେ। ଇରା ଜାନୁଆରି ୩ରେ କୋର୍ଟ ମ୍ୟାରେଜ୍ ଓ ୧୦ରେ ଉଦୟପୁରରେ ସମସ୍ତ ରୀତିନୀତିରେ ବିବାହ କରିବା ପରେ ଶନିବାର ତାଙ୍କ ବିବାହ ଭୋଜି ରଖାଯାଇଥିଲା। ବିବାହ ଭୋଜିରେ ସାମିଲ ହୋଇଥିବା ବଲିଉଡର ଅନେକ କଳାକାରଙ୍କ ମଧ୍ୟରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ମଧ୍ୟ ସାମିଲ ଥିଲେ।

ଏହି ଭୋଜିକୁ ସେ ନିଜ ଭାଇଙ୍କ ସହ ଆସିଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ସେ ତାଙ୍କ ପ୍ରେମିକ ବୋଲି ଭୁଲ ଭାବି ନେଇଥିଲେ। ଫଟୋ ଉଠାଇବା ପରେ ସୁନ୍ଦର ଯୋଡି ବୋଲି ଜଣେ ଫଟୋଗ୍ରାଫର କହିଥିବା ବେଳେ ଅନ୍ୟ ଜଣେ ତାଙ୍କୁ ତାଙ୍କ ଭୁଲ ବିଷୟରେ ଜଣାଇଥିଲେ। ପ୍ରେମିକ ନୁହନ୍ତି, ସେ ରିୟାଙ୍କ ଭାଇ ବୋଲି ଜଣାଇବା ପରେ ସୁନ୍ଦର ଯୋଡି କହିଥିବା ଫଟୋଗ୍ରାଫର ରିୟାଙ୍କୁ କ୍ଷମା ମାଗିଥିଲେ। ଏହା ପରେ ରିୟା କହିଥିଲେ, ଏଭଳି ଲୋକଙ୍କ ପାଇଁ ମିଥ୍ୟା ଖବର ପ୍ରଚାର ହୁଏ।

ଏଭଳି କହି ସେ ସେଠାରୁ ଚାଲି ଯାଉଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button