ମନୋରଞ୍ଜନ

ହୋଇନାହିଁ ବ୍ରେକଅପ, ଭିଡିଓ ସେୟାର କରି ସ୍ପଷ୍ଟ କଲେ ରାଜୀବ ଅଦାତିଆ – Kalinga News

[ad_1]

ନୂଆଦିଲ୍ଲୀ: କରଣ କୁନ୍ଦ୍ରା ଏବଂ ତେଜସ୍ୱୀ ପ୍ରକାଶ ଟେଲିଭିଜନ ଜଗତର ସବୁଠାରୁ ଲୋକପ୍ରିୟ ପ୍ରେମୀଯୁଗଳ | ରିଆଲିଟି ସୋ’ ବିଗ୍ ବସ୍ ସିଜନ୍ ୧୫ରେ ଉଭୟ କଳାକାର ସେମାନଙ୍କ ସମ୍ପର୍କ ପାଇଁ ଚର୍ଚ୍ଚାରେ ଥିଲେ | ସୋ’ ଶେଷ ହେବା ପରେ ବି ଉଭୟଙ୍କୁ ସାଥିରେ ଦେଖାଯାଇଥିଲା | କେବଳ ଏତିକି ନୁହେଁ ସୋସିଆଲ ମିଡିଆରେ ସେମାନଙ୍କ ବିବାହ ହେବ ବୋଲି କୁହାଯାଉଥିଲା | ହେଲେ କିଛି ଦିନ ହେବ ଦୁହେଁ ପରସ୍ପରଠାରୁ ଅଲଗା ହୋଇସାରିଥିବା କୁହାଯାଉଥିଲା।

ହେଲେ ଏବେ ଏହି ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି କରଣ ଓ ତେଜସ୍ବୀଙ୍କ ଭଲ ବନ୍ଧୁ ରାଜୀବ ଅଦାତିଆ।  ରାଜୀବ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ କରଣ ଓ ତେଜସ୍ବୀ ସାଥିରେ ନଜର ଆସିଛନ୍ତି। ଏହି ଭିଡିଓ ଦେଖିବା ପରେ ଦୁହେଁ କ୍ୟାମେରା ପଛରେ ବି ସାଥିରେ ଥିବା ସ୍ପଷ୍ଟ ହୋଇଛି।

ତେବେ କରଣ କୁନ୍ଦ୍ରା ଏବଂ ତେଜସ୍ୱୀ ପ୍ରକାଶଙ୍କ ଜଣେ ବନ୍ଧୁ ନିଜ ନାମ ଗୋପନ ରଖି କହିଥିଲେ ଯେ, “କରଣ ଏବଂ ତେଜସ୍ୱୀ ଏବେ ଆଉ ପରସ୍ପରକୁ ଡେଟ କରୁନାହାଁନ୍ତି। ସେମାନଙ୍କ ବ୍ରେକଅପ୍ ହେବାର ଏକ ମାସରୁ ଅଧିକ ସମୟ ହୋଇଗଲାଣି | ଯଦିଓ ସେମାନଙ୍କ ବ୍ରେକଅପ୍ ହେବାର ପ୍ରକୃତ କାରଣ ଜଣା ପଡିନାହିଁ, ହେଲେ ମୁଁ ଯେତିକି ଜାଣିଛି କିଛି ଦିନ ହେଲା ସେମାନଙ୍କ ମଧ୍ୟରେ ଛୋଟ ଛୋଟ ଝଗଡା ହଉଥିଲା | ଦୁହେଁ ଏବେ ନିଜ ବ୍ରେକଅପ ହୋଇଥିବାର ଘୋଷଣା କରିବେ ନାହିଁ | କାରଣ ସେମାନଙ୍କ ପ୍ରଶଂସକ ସେମାନଙ୍କୁ ସାଙ୍ଗରେ ଦେଖିବାକୁ ପସନ୍ଦ କରୁଛନ୍ତି | ଏହି କାରଣରୁ ସେମାନେ ସାଙ୍ଗ ହୋଇ ବିଭିନ୍ନ ପାର୍ଟିକୁ ଯାଉଛନ୍ତି |”



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button