ମନୋରଞ୍ଜନ

ସେଲିବ୍ରିଟିଙ୍କୁ କାହିଁକି ହେଉଛି ଅଧିକ ହୃଦଘାତ, ଏହାର କାରଣ କ’ଣ ? – Kalinga News

[ad_1]

ପ୍ରତିଦିନ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ହୃଦଘାତ ହେଉଥିବାର ଖବର ପ୍ରକାଶ ପାଇଥାଏ। ପ୍ରାୟ ଅଧିକାଂଶ କ୍ଷେତ୍ରରେଏଭଳି ସେଲିବ୍ରିଟିଙ୍କର କାର୍ଡିୟାକ ଆରେଷ୍ଟ ହୋଇଥାଏ। ହୃଦଘାତରେ, ଜଣେ ବ୍ୟକ୍ତିଙ୍କ ଜୀବନ ହୁଏତ ସୁରକ୍ଷିତ ରହିପାରେ , କିନ୍ତୁ କାର୍ଡିୟାକ ଆରେଷ୍ଟ କିଛି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାର ଅବସର ଦେଇ ନ ଥାଏ। କାରଣ କାର୍ଡିୟାକ ଆରେଷ୍ଟରେ ହାର୍ଟ ହଠାତ୍ ପମ୍ପି କରିବା ବନ୍ଦ କରି ଦେଇଥାଏ। ଫଳରେ ଶରୀରରେ ରକ୍ତ ସଂଚାଳନ ବ୍ୟବସ୍ଥା ବାଧାପ୍ରାପ୍ତ ହେବା ଯୋଗୁ ସମ୍ପୃକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥାଏ । ଉଭୟ କ୍ଷେତ୍ରରେ, ଯଦି ଠିକ ସମୟରେ ସିପିଆର ଦିଆଯାଏ, ତେବେ ଜୀବନ ରକ୍ଷା ହୋଇପାରିଥାଏ।

ଆଜିକାଲି ଚାଲିଥିବା ଜୀବନଶୈଳୀ ଯୋଗୁ ଅଧିକାଂଶ ଲୋକ ଅନେକ ରୋଗରେ ପୀଡିତ ହୋଇଥାନ୍ତି ଏବଂ ବର୍ତ୍ତମାନ ଚଳଚ୍ଚିତ୍ର ତାରକା ତଥା ଟିଭି ଅଭିନେତାମାନେ ଅଧିକ ହୃଦଘାତ ଏବଂ କାର୍ଡିୟାକ ଆରେଷ୍ଟର ଶିକାର ହେଉଛନ୍ତି। ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ହୃଦଘାତରେ ମୃତ୍ୟୁ ଘଟିଛି ।

ସେହିଭଳି ବଲିଉଡ ଗାୟକ କେ.କେ, ଟିଭି ଅଭିନେତା ଦୀପେଶ ଭାନ, କନ୍ନଡ ସୁପରଷ୍ଟାର ପୁନିତ ରାଜକୁମାର, ଅଭିନେତା ସିଦ୍ଧାର୍ଥ ଶୁକ୍ଲା, ଅଭିନେତା, ନିର୍ଦ୍ଦେଶକ, ନିର୍ମାତା, ହାସ୍ୟ ଅଭିନେତା ତଥା ସ୍କ୍ରିନ୍ ଲେଖକ ସତୀଶ ଚନ୍ଦ୍ର କୌଶିକ ଏବଂ ବର୍ତ୍ତମାନ ପ୍ରସିଦ୍ଧ ଅଭିନେତା ରିତୁରାଜ ସିଂ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ସର୍ବଶେଷରେ, ଏହି ହୃଦଘାତ ଏବଂ କାର୍ଡିୟାକ ଆରେଷ୍ଟର କାରଣ କ’ଣ ହୋଇପାରେ ଯେ ଏତେ ଫିଟ୍ ହୋଇଥିଲେ ମଧ୍ୟ ଏହି ସମସ୍ତ ତାରାକାମାନେ ହୃଦଘାତ ଏବଂ କାର୍ଡିୟାକ ଆରେଷ୍ଟର ଶିକାର ହେଉଛନ୍ତି ତାହା ପ୍ରଶଂସକଙ୍କୁ ବ୍ୟଥିତ କରିଛି।

ହୃଦୟକୁ ସୁସ୍ଥ ରଖିବା ପାଇଁ ଶାରୀରିକ କାର୍ଯ୍ୟକଳାପ ସହିତ ଭଲ ମାନସିକ ସ୍ବାସ୍ଥ୍ୟ ବଜାୟ ରଖିବା ଜରୁରୀ । ସମସ୍ତ ସେଲିବ୍ରିଟି ନିଜକୁ ଶାରୀରିକ ଭାବେ ଫିଟ୍ ରଖିବା ପାଇଁ ଅନେକ କାର୍ଯ୍ୟକଳାପ କରିଥାନ୍ତି । ଜିମ୍ ଯିବା ସହିତ ଘରେ ଅନ୍ୟ ଶାରୀରିକ କାର୍ଯ୍ୟକଳାପ କରିଥାନ୍ତି। ତଥାପି, ସେମାନେ ସର୍ବଦା ନିଜ ବିଷୟରେ ଅଧିକ ଚାପଗ୍ରସ୍ତ ରହିଥାନ୍ତି। ସୁନ୍ଦର ଚେହେରା ପ୍ରତି ସଚେତନ, ସଂପୂର୍ଣ୍ଣ ଶରୀର ପ୍ରତି ସଚେତନ, ପ୍ରଦର୍ଶନ, ଫ୍ୟାଶନ ଏବଂ ଅନ୍ୟାନ୍ୟ ଜିନିଷ ନେଇ ସେମାନେ ସର୍ବଦା ଚାପରେ ରହିଥାନ୍ତି। ଏହି କାରଣରୁ, ଅନେକ ସେଲିବ୍ରିଟି ଅଧିକ ଡ୍ରଗ୍ସ, ଧୂମପାନ ଏବଂ ମଦ୍ୟପାନ କରିଥାନ୍ତି । ଏସବୁ ହୃଦୟ ଉପ‌ରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଏହି କାରଣରୁ ସେମାନଙ୍କ କ୍ଷେତ୍ରରେ ହୃଦ୍ ସମସ୍ୟା ହେବାର ଆଶଙ୍କା ବଢ଼ିଥାଏ।

ଯେଉଁମାନେ ଫିଟ୍ ରୁହନ୍ତି ସେମାନେ କମ୍ ରୋଗରେ ପୀଡିତ ହୁଅନ୍ତି ଏବଂ ସେଲିବ୍ରିଟିମାନେ ମଧ୍ୟ ସେମାନଙ୍କର ଶାରୀରିକ ସୁସ୍ଥତାର ଯତ୍ନ ନିଅନ୍ତି, କିନ୍ତୁ ସେମାନେ ମାନସିକ ରୋଗରେ ପୀଡିତ। ସେମାନଙ୍କର ପାଖରେ ସମସ୍ତ ଆରାମ ଏବଂ ସୁବିଧା ଅଛି । ଖାଦ୍ୟଠାରୁ ଆରମ୍ଭ କରି ସବୁକିଛି ପର୍ଯ୍ୟନ୍ତ ଯତ୍ନ ନେବାକୁ ସେମାନଙ୍କର ସହାୟକ ଏବଂ ଅର୍ଥର ଅଭାବ ନାହିଁ, ତଥାପି ସେମାନଙ୍କ ପାଇଁ ମାନସିକ ଚାପ ଘାତକ ହୋଇଥାଏ। ବିଳମ୍ବିତ ରାତି ପର୍ଯ୍ୟନ୍ତ ପାର୍ଟିରେ ରହିବା, ଧୂମପାନ, ଅତ୍ୟଧିକ ମଦ୍ୟପାନ, ଡ୍ରଗ୍ ସେବନ, ଏହି ସବୁ କାରଣ ସେଲିବ୍ରିଟିଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇଥାଏ।

ଅଧିକାଂଶ ସେଲିବ୍ରିଟି ସେମାନଙ୍କର ଚେହେରା ଏବଂ ଶରୀର ବିଷୟରେ ଅତ୍ୟନ୍ତ ସମ୍ବେଦନଶୀଳ । କେତେକ ନିଜ ଓଜନ ହ୍ରାସ ପାଇଁ ଔଷଧ ଏବଂ ଇଞ୍ଜେକ୍ସନ ବ୍ୟବହାର କରନ୍ତି । ଭଲ ଶରୀରର ଆକୃତି ପାଇଁ ଅନେକ ପ୍ରକାରର ସପ୍ଲିମେଣ୍ଟ ନିଅନ୍ତି। ଏସବୁ ସେଲିବ୍ରିଟିଙ୍କ ହୃଦୟ ସ୍ୱାସ୍ଥ୍ୟ ପାଇଁ କ୍ଷତି କାରକ ହୋଇଥାଏ। ତେଣୁ ସେଲିବ୍ରିଟିମାନେ ସାଧାରଣ ଲୋକଙ୍କ ତୁଳନାରେ ଅଧିକ ହୃଦଘାତର ଶିକାର ହୋଇଥାନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button