ଖେଳ ଖବର

ଭାରତ ଓ ବାଂଲାଦେଶ ପ୍ରଥମ ଟେଷ୍ଟ : ପାଳି ଘୋଷଣା କଲା ଭାରତ, ବାଂଲାଦେଶ ଆଗରେ ୫୧୫ ରନର ଟାର୍ଗେଟ, ଗିଲ ଏବଂ ପନ୍ତ ଦମଦାର ଶତକ

ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ କମାଲ କରିଛି ଭାରତ । ଭାରତ ତୃତୀୟ ଦିନରେ ୫୧୫ ରନରେ ଆଗୁଆ ରହିଛି । ଏହାସହିତ ଭାରତ ପାଳି ଘୋଷଣା କରିଛି । ଭାରତ ବାଂଲାଦେଶକୁ ୫୧୫ ରନର ଟାର୍ଗେଟ ଦେଇଛି ।

ଭାରତ ଦ୍ୱିତୀୟ ଇନିଂସରେ ୪ ଓ୍ୱିକେଟ ହରାଇ ୨୮୭ ରନ୍‌ କରିଛି । ଶୁବମନ ଗିଲ୍‌ ୧୧୯ ରନ୍‌ କରି ଖେଳୁଥିବା ବେଳେ କେଏଲ ରାହୁଲ ୨୨ ରନ୍‌ କରି କରିଥିଲେ ।

ଶୁବମନ ଗିଲ ଦମଦାର ଶତକ ମାରି ପ୍ରଦର୍ଶନ କରିଛନ୍ତି । ୧୬୨ ବଲରେ ଶତକ ମାରିଥିଲେ ଗିଲ୍‌ । ଗିଲ୍‌ ୯ଟି ଚଉକା ଏବଂ ୩ଟି ଛକା ମାରିଛନ୍ତି । ଶୁବମନ ଗିଲ ଅପରାଜିତ ରହିଛନ୍ତି । ଗିଲଙ୍କ ସହିତ ରିଷଭ ପନ୍ତ ମଧ୍ୟ ଶତକ ମାରିଛନ୍ତି । ପନ୍ତ ୧୦୯ ରନ ମାରିଛନ୍ତି । ସେ ୩୬ଟି ଚୌକା ଓ ୨୪ଟି ଛକା ମାରିଛନ୍ତି ।

ବାଂଲାଦଶେ ପକ୍ଷରୁ ତାସ୍କିନ୍ ଅହମ୍ମଦ, ନାହିଦ ରାଣା ଓ ମେହେଦି ହାସନ ମିରାଜ ଗୋଟିଏ ଲେଖାଏଁ ଉଇକେଟ ନେଇଛନ୍ତି । ବାଂଲାଦେଶ ବ୍ୟାଟିଂ ଆରମ୍ଭ କରିଛି । ଜାକିର ହସନ ଏବଂ ଶାଦମାନ ଇସଲାମ ବ୍ୟାଟିଂ କରୁଛନ୍ତି ।

ପ୍ରଥମ ଦିନରେ

ବାଂଲାଦେଶ ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ଏହାପରେ ହାସନ ମହମୁଦ ଭାରତକୁ ପ୍ରଥମ ଝଟକା ଦେଇଥିଲେ । ଭାରତ ୩୪ ରନରେ ରୋହିତ ଶର୍ମା, ବିରାଟ କୋହଲି ଓ ଶୁବମନ ଗିଲଙ୍କୁ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ପରେ ଋଷଭ ପନ୍ତଙ୍କୁ ସାଥୀ କରି ଯଶସ୍ୱୀ ଜୈସୱାଲ ସ୍ଥିତି ସମ୍ଭାଳିଥିଲେ । କିନ୍ତୁ ଲଞ୍ଚ ବ୍ରେକର ତୃତୀୟ ଓଭରରେ ହାସନ ୩୯ ରନ କରିଥିବା ପନ୍ତଙ୍କୁ ଆଉଟ କରି ଦେଇଥିଲେ।

ପନ୍ତ ଆଉଟ ହୋଇଥିଲେ ହେଁ ଯଶସ୍ୱୀ କେଏଲ ରାହୁଲଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ନେବାକୁ ଚେଷ୍ଟା କରିଥିଲେ । ୫୬ ରନ କରିଥିବା ଯଶସ୍ୱୀଙ୍କୁ ଆଉଟ ହେବା ପରେ ୧୬ ରନ କରି କେଏଲ ରାହୁଲ ଆଉଟ ହୋଇଥିଲେ । ଭାରତ ୧୪୪ ରନରେ ୬ଷ୍ଠ ୱିକେଟ ହରାଇଥିଲା । ଏହାପରେ ରବୀନ୍ଦ୍ର ଓ ରବିଚନ୍ଦ୍ରନଙ୍କ ଉଭୟ କଡ଼ା ପ୍ରହାର କରି ପ୍ରଥମେ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ । ଏଥିସହ ଅଶ୍ୱିନ ୧୦୮ ବଲରେ ନିଜର ଶତକ ହାସଲ କରିଥିଲେ । ଫଳରେ ଭାରତ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୬ ୱିକେଟ ହରାଇ ୩୩୯ ରନ କରି ନେଇଥିଲା । ପ୍ରଥମ ଇନିଂସରେ ଭାରତ ୩୭୬ ରନ କରିଥିବା ବେଳେ ବାଂଲାଦେଶ କେବଳ ୧୪୯ ରନ କରିବାକୁ ସକ୍ଷମ ହୋଇଥିଲା । ଫଳରେ ଭାରତକୁ ୨୨୭ ରନର ବିଶାଳ ଲିଡ୍‌ ମିଳିଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button