ରାଜନୀତି

ବିରୋଧୀଙ୍କୁ ପୁଣି ତେର୍‌ଛା ବାଣ ମାରିଲେ ପାଣ୍ଡିଆନ: ନିର୍ବାଚନ ବେଳେ ଦେଖାଦିଅନ୍ତି, ପରେ ଗାଏବ – Kalinga News

[ad_1]

‘କଳାହାଣ୍ଡିରୁ ମୁଁ ଓଡ଼ିଆ ଭାଷା ଶିଖିଛି, ସବୁଦିନ ପାଇଁ ମନେରହିବ’

ଭବାନୀପାଟଣା/ ସମ୍ବଲପୁର: ‘ନିର୍ବାଚନ ଥିବାରୁ ବହୁତ ବଡ଼ ବଡ଼ ନେତା ଆସୁଛନ୍ତି। ବଡ଼ ବଡ଼ ଭାଷଣ ଦେଇ ଆପଣଙ୍କ ସାଙ୍ଗରେ କଥା ହେଇ ପଳାଉଛନ୍ତି। ସେମାନେ ନିର୍ବାଚନ ଆସିଲେ ଦେଖାଦେବେ। ନିର୍ବାଚନ ସରିଗଲେ ଆଉ ଦେଖାମିଳିବ ନାହିଁ।’ ସମ୍ବଲପୁର ବରେଇପାଲି, ରେଙ୍ଗାଳି ସାଧାରଣ ସଭାରେ ଯୋଗଦେଇ ବିରୋଧୀ ଦଳ ନେତାଙ୍କୁ ଏଭଳି ଭାଷାରେ କଟାକ୍ଷ କରିଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଶ୍ରୀ ପାଣ୍ଡିଆନ କହିଛନ୍ତି, ‘ ଅନ୍ୟ ଲୋକଙ୍କ ଭଳି ଆମେ ନୋହୁଁ। ଲୋକଙ୍କ ପାଖରେ ପହଞ୍ଚିବାକୁ ମୁଖ୍ୟମନ୍ତ୍ରୀ ଆମ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କ ସମସ୍ୟାର ସମାଧାନ କରି ଲୋକଙ୍କ ପାଖକୁ ଯାଇ ହିସାବ ଦେବା ପାଇଁ। ମୁଖ୍ୟମନ୍ତ୍ରୀ କାମରେ ବିଶ୍ବାସ କରନ୍ତି। ବିକାଶ ହିସାବ ଦେବାରେ ବିଶ୍ବାସ ରଖନ୍ତି। ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ମୁଁହରେ ହସ ଦେଖିଲେ ଖୁସି ହୁଅନ୍ତି।’

ପୂର୍ବାହ୍ନରେ ଶ୍ରୀ ପାଣ୍ଡିଆନ ଶୁକ୍ରବାର କଳାହାଣ୍ଡି ଗସ୍ତରେ ଆସି ଭବାନୀପାଟଣା ସହରସ୍ଥିତ ମା’ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ଖେଳପଡ଼ିଆଠାରେ ନୂଆ-ଓ, ଯୁବ ବିକାଶ କାର୍ଯ୍ୟକ୍ରମ ଏବଂ ଶ୍ରୀକୃଷ୍ଣନଗର ପଡ଼ିଆଠାରେ ‘ଆମ ଓଡ଼ିଶା ନବୀନ ଓଡିଶା’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ନୂଆ ଓ ଯୁବ ବିକାଶ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ୬ଟି ଉପାଦେୟ ପ୍ରସଙ୍ଗ ଉପରେ ଛାତ୍ରଛାତ୍ରୀଙ୍କୁ ପଚାରି ଥିଲେ। ଭବିଷ୍ୟତ ପାଇଁ ଚିନ୍ତା, ନିଜ ସ୍ବାସ୍ଥ୍ୟ ପାଇଁ ସମୟ ଦେବା, ମସ୍ତିଷ୍କ ସୁସ୍ଥ ରଖିବା ପାଇଁ ଧ୍ୟାନ, ଉଜ୍ବଳ ଭବିଷ୍ୟତ ପାଇଁ ଦୈନିକ ୧୪ ଘଣ୍ଟା ପରିଶ୍ରମ, ମା ବାପା ଓ ଗୁରୁଜନଙ୍କୁ ସମ୍ମାନ ଏବଂ ସୋସିଆଲ ମିଡିଆ ଓ ପୁସ୍ତକ ପଠନ ଉପରେ ଗୁରୁତ୍ବାରୋପ କରିଥିଲେ। କଳାହାଣ୍ଡିର କେସିଙ୍ଗାର ଯୁବକ ଅନୁପମ ସାହା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହେବା କଳାହାଣ୍ଡିର ଯୁବପିଢ଼ି ପାଇଁ ପ୍ରେରଣା। କଳାହାଣ୍ଡିର ସତ୍ୟବ୍ରତ ଭୋଇ, ପିନାକ ମିଶ୍ର ଆଇପିଏସ୍‌ ପାଇ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି ବୋଲି କହିଥିଲେ।

ପରେ ଶ୍ରୀକୃଷ୍ଣନଗରରେ ପହଞ୍ଚି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇଥିଲେ। କଳାହାଣ୍ଡିରୁ ମୁଁ ଓଡ଼ିଆ ଭାଷା ଶିଖିଛି, ତେଣୁ ସବୁଦିନ ପାଇଁ କଳାହାଣ୍ଡି ମୋ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ସେ କହିଥିଲେ। ଶ୍ରୀ ପାଣ୍ଡିଆନ କହିଥିଲେ, ଗତଥର ଆସିବା ସମୟରେ ହଜାର ହଜାର ଅଭିଯୋଗ ନେଇଯାଇଥିଲି, ଏହା ମଧ୍ୟରୁ ବହୁ ପ୍ରକଳ୍ପର ଅନୁମୋଦନ ମୁଖ୍ୟମନ୍ତ୍ରୀ କରିଛନ୍ତି। ଥୁଆମୂଳ ରାମପୁରଠାରେ ଡିଗ୍ରି କଲେଜ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଅପର ଇନ୍ଦ୍ରାବତୀ ଡାହାଣ କେନାଲ ଲାଇନିଂ କାମ, ସାନ୍ଦୁଲ ବ୍ୟାରେଜ, କେସିଙ୍ଗା ବ୍ଲକ ରେତନଦୀରେ ପ୍ରକଳ୍ପ ନିମନ୍ତେ ୩୨୧.୫୦ କୋଟି ଅନୁଦାନ ପ୍ରଦାନ କରାଯାଇଛି। କଳାହାଣ୍ଡି ଜିଲ୍ଲା ଓଡ଼ିଶାର ଏକମାତ୍ର ଜିଲ୍ଲା ଯେଉଁଠି ଜଳସେଚନର ରୂପାନ୍ତର ହୋଇଛି। ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲ ନିମନ୍ତେ ୨୭୫ କୋଟି ବ୍ୟୟ ଅଟକଳରେ ନିର୍ମାଣାଧୀନ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଂ ହସ୍ପିଟାଲ ଓ ୧୦୦ ଶଯ୍ୟା ବିଶିଷ୍ଟ ନୂଆ ହସ୍ପିଟାଲ ବିଲଡିଂ ଏବଂ କ୍ୟାନସର କେୟାର ସେଣ୍ଟରର ସମୀକ୍ଷା କରିଥିଲେ। ଏହା ସହିତ ଜୁନାଗଡ଼ର ମା୍ର ଲଙ୍କେଶ୍ବରୀ ମନ୍ଦିର, ବେଲଖଣ୍ଡି ମନ୍ଦିର, ଥୂଆମୂଳ ରାମପୁରର ମାଣିକେଶ୍ବରୀ ମନ୍ଦିର, ଧର୍ମଗଡ଼ର ଭଣ୍ଡାର ଘରଣୀ ମନ୍ଦିର, ଆମପାଣିର ବୁଢ଼ାରଜା ମନ୍ଦିର ସମେତ ୮.୭୫ କୋଟି ବ୍ୟୟ ପ୍ରକଳ୍ପର ସମୀକ୍ଷା କରିଥିଲେ। ୮ଟି ୧୨୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ଓ ଥୁଆମୂଳ ରାମପୁରଠାରେ ଡିଗ୍ରି କଲେଜ ସ୍ଥାପନ ନିମନ୍ତେ ୨୪ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି କହିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button