ରାଜନୀତି

ବଲାଙ୍ଗୀର ରାଜନୀତି: ଲୋକସଭାରେ ଲଢ଼ିଥିଲେ, ଏବେ ବିଧାନସଭା – Kalinga News

[ad_1]

କଳିକେଶ ଓ ସମରେନ୍ଦ୍ର ମୁହଁାମୁହିଁ, ବିଜେପିରୁ ଲଢ଼ୁଛନ୍ତି ଗୋପାଳଜୀ

ବଲାଙ୍ଗୀର: ନିର୍ବାଚନ ତାରିଖ ଘୋଷଣା ହେବାର ଢେର୍‌ଦିନ ପୂର୍ବରୁ ହିଁ ବଲାଙ୍ଗୀର ବିଧାନସଭା ଆସନରେ ରାଜନୀତି ତାତି ଦେଖିବାକୁ ମିଳିଥିଲା। ପ୍ରାର୍ଥୀ ଘୋଷଣା ପରେ ଏହି ତାତି ଆହୁରି ତେଜିଛି। ଚଳିତ ନିର୍ବାଚନାର ପୁରୁଣା ଚେହେରା ନୂଆ ରଣନୀତି ସହିତ ପ୍ରତିନ୍ଦ୍ବିତା କରୁଥିବାରୁ ଲଢ଼େଇ ଜୋର୍‌ଦାର୍‌ ହେବ ବୋଲି କୁହାଯାଉଛି। ଏହି ନିର୍ବାଚନମଣ୍ଡଳୀରେ ବିଜେଡି କଳିକେଶ ନାରାୟଣ ସିଂହଦେଓ, କଂଗ୍ରେସ ସମରେନ୍ଦ୍ର ମିଶ୍ର, ବିଜେପି ଗୋପାଲଜୀ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଛି। କଳିକେଶ ଏବଂ ସମରେନ୍ଦ୍ରଙ୍କ ମଧ୍ୟରେ କିଛିଟା ସାମଞ୍ଜସ୍ୟ ରହିଛି, ଯାହା ଆଗାମୀଦିନରେ ରାଜନୈତିକ ବାତାବରଣକୁ ଆହୁରି ରୋଚକ ଏବଂ ସରଗରମ କରିବ। ପ୍ରଥମତଃ, ଉଭୟେ ଗତ ସାଧାରଣ ନିର୍ବାଚନରେ ସାଂସଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରି ପରାଜିତ ହୋଇଥିଲେ। କଳିକେଶଙ୍କ ପିତା ଅନଙ୍ଗ ଉଦୟ ସିଂହଦେଓ ଏବଂ ସମରେନ୍ଦ୍ରଙ୍କ ପିତା ନରିସିଂହ ମିଶ୍ର ରାଜ୍ୟ ରାଜନୀତିର ପୋଖତ ଖେଳାଳି ଭାବେ ବି ପରିଚିତ। ଏହି ଦୁଇନେତାଙ୍କ ପରିବାର କୌଣସି ମଞ୍ଚ ଉପରେ ହେଉ କିମ୍ବା ତଳେ, ପରସ୍ପରକୁ ସିଧାସଳଖ ଟାର୍ଗେଟ୍‌ କରି ଆସୁଛନ୍ତି।

କିନ୍ତୁ, ପରିସଂଖ୍ୟାନ ଦେଖିଲେ ଏଥର ତ୍ରିମୁଖୀ ଲଢ଼େଇ କଡ଼ାକଡ଼ି ହେବାର ସଙ୍କେତ ମିଳିଛି। ୨୦୧୯ ଲୋକସଭା ନିର୍ବାଚନରେ ଯଦିଓ ବିଜେପି ବିଜୟୀ ହୋଇଥିଲା, କିନ୍ତୁ ବଲାଙ୍ଗୀର ବିଧାନସଭା କ୍ଷେତ୍ରରେ ସାଂସଦ ପ୍ରାର୍ଥିନୀ ତୃତୀୟ ସ୍ଥାନରେ ରହିଥିଲେ। କଳିକେଶଙ୍କୁ ସର୍ବାଧିକ ୬୬,୨୮୩, ସମରେନ୍ଦ୍ରଙ୍କୁ ୫୩,୭୬୩ ଭୋଟ୍‌ ମିଳିଥିଲା। ଉଭୟେ ଏଥର ବିଧାନସଭା ଆସନ ଜିଣିବାକୁ କସରତ ଜାରି ରଖିଛନ୍ତି। ବିଜେପି ଏଥର ଗୋପାଲଜୀଙ୍କୁ ନୂଆ ଚେହେରା ଭାବେ ସୁଯୋଗ ଦେଇଛି। କିନ୍ତୁ ସେ ଢେର୍‌ଦିନରୁ ରାଜନୀତିରେ ସକ୍ରିୟ ଅଛନ୍ତି। ବିଶେଷକରି ଲୋୟର ସୁକତେଲ ପ୍ରକଳ୍ପ ପାଇଁ ଚାଲିଥିବା ଆନ୍ଦୋଳନର ନେତୃତ୍ବ ନେଇ ଗୋପାଲଜୀ ଚର୍ଚ୍ଚିତ ରହିଥିଲେ। ତାଙ୍କ ପାଖରେ ନିଜ ପ୍ରତିଦ୍ବନ୍ଦ୍ବୀଙ୍କୁ ଘେରିବାକୁ ଏହି ପ୍ରସଙ୍ଗ ରହିଛି। ତେଣୁ ରଣନୀତି ସେହି ହିସାବରେ ପ୍ରସ୍ତୁତି ଚାଲିଛି। ଅର୍ଥାତ୍‌, ନୂଆ ରଣନୀତିରେ ପୁରୁଣା ଚେହେରାଙ୍କ ଟକ୍କର୍‌ ଦେଖିବାକୁ ମିଳିବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button