ଦେଶ- ବିଦେଶ

ମସଜିଦ ଯାଉଛନ୍ତି କିନ୍ତୁ ରାମମନ୍ଦିର କୁ ନାହିଁ କରୁଛନ୍ତି ମମତା ଦିଦି

ରାମମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଯିବା ପାଇଁ ମନା କଲେ ମମତା ବାନାର୍ଜୀ

କୁହାଯାଏ, ମଣିଷ ଜୀବନର ଲାଭ, ଯଦି ଗୋବିନ୍ଦେ କରେ ଭାବ। କିନ୍ତୁ ଭଗବାନଙ୍କ ଠାରେ ଭାବ ଲଗାଇ ସେଇ ଲାଭ ପାଇବାକୁ ମନା କରି ଦେଇଛନ୍ତି ପଶ୍ଚିମବଙ୍ଗ ମୂଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଭାଗ୍ୟରେ ଥିଲେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ମିଳେ , ଆଉ ତାହା ପୁଣି ତାଙ୍କ ଜନ୍ମଭୂମି ଅଯୋଧ୍ୟାରେ । କିନ୍ତୁ ମମତା ବାନାର୍ଜୀ ତାକୁ ପସନ୍ଦ କରି ନାହାଁନ୍ତି । ତେଣୁ ଯିବା ଅଯୋଧ୍ୟା ଯିବାପାଇଁ ସିଧା ସିଧା ମନା କରି ଦେଇଛନ୍ତି। ତେବେ ମମତା ବାନାର୍ଜୀ ଙ୍କ ପରି ଜଣେ ଅସୁରୁଣୀ ଏମିତି ପବିତ୍ର କାମକୁ ନ ଆସିବା ହିଁ ଭଲ ବୋଲି ଦର୍ଶକ ମାନେ ସୋସିଆଲ ମିଡିଆରେ ଚର୍ଚ୍ଚା କରୁଛନ୍ତି।

ହନୁମାନ ଚାଳିଶା ରୁ ଏକ ପଦ ଉଦ୍ଧାର କରି ମମତା ବାନାର୍ଜୀ ଙ୍କୁ ପିଶାଚିନି କହୁଛନ୍ତି। ଭୂତ ପିଶାଚ ନିକଟ୍ ନେହିଁ ଆୱେ ମହାବୀର ଜବ୍ ନାମ୍ ସୁନାଏ , ଯାହାର ଅର୍ଥ ହେଉଛି ମହାବୀର ଓ ରାମଙ୍କ ନାଁ ଶୁଣିଲେ ଭୂତ ପିଶାଚ ମାନେ ବାଟ କାଟି ଚାଲି ଯାଆନ୍ତି । ତେଣୁ ମମତା ବାନାର୍ଜୀ ପ୍ରଭୂ ଶ୍ରୀରାମଙ୍କ ପାଖକୁ ଆସିବେ ବା କେମିତି ? Social media ରେ ଏହାକୁ ନେଇ ଚର୍ଚ୍ଚା ଜାରୀ ରହିଛି।

ଆସନ୍ତା ୨୨ ଜାନୁଆରୀରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ସେଥିପାଇଁ ଜୋରସୋରରେ କାମ ଚାଲିଛି। ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଶ୍ରୀ ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଦେଶର ସମସ୍ତ ରାଜନୈତିକ ଦଳକୁ ଉଦଘାଟନ୍‌ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରାଯାଉଛି। ତେବେ ଅନେକ ବିରୋଧୀ ଦଳ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ମନା କରିଦେଇଛନ୍ତି|Mamata Banerjee: Poet, painter... education czarina

ତେବେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାଙ୍କ ଦଳ TMC ଅଂଶଗ୍ରହଣ କରିବେ ନାହିଁ ବୋଲି ସୂଚନା ମିଳିଛି । କାହିଁକି ନା ଶାସକ ଦଳ ବିଜେପି ୨୦୨୪ ଲୋକସଭା ନିର୍ବାଚନ ପାଇଁ ରାମ ମନ୍ଦିର ଉଦଘାଟନକୁ ସ୍ପ୍ରିଙ୍ଗବୋର୍ଡ ଭାବରେ ବ୍ୟବହାର କରିବାକୁ ଚାହୁଁଥିବା ସେ ଅଭିଯୋଗ କରିଛନ୍ତି। ଆଉ ଏଥିପାଇଁ ଟିଏମ୍‌ସି ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବ ନାହିଁ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଜାନୁଆରୀ ୨୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ପ୍ରାୟ ୬୦୦୦ ନିମନ୍ତ୍ରିତ ଅତିଥି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।Mamata Banerjee Calls All-Party Meet To Discuss 'Foundation Day' Row

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button