ଦେଶ- ବିଦେଶ

ଆଜିଠାରୁ ଦେଶରେ ଲାଗୁ ହେଲା ନୂଆ ଆଇନ ସଂହିତା,ଭୁବନେଶ୍ୱରରେ ୠଜୁହେଲା ପ୍ରଥମ ମାମଲା – Kalinga News

[ad_1]

ଭୁବନେଶ୍ୱର : ଆଜିଠୁ ଦେଶରେ ଲାଗୁ ହେଲା ନୂଆ ଅପରାଧିକ ଆଇନ । ଏଣିକି ଦଣ୍ଡ ନୁହେଁ ଜନତାଙ୍କୁ ନ୍ୟାୟ ଦେବା ଉପରେ କାର୍ଯ୍ୟ କରିବ ଦେଶର ନ୍ୟାୟ ବ୍ୟବସ୍ଥା । ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ,ମଧ୍ୟରାତ୍ରୀରୁ ଦେଶରେ ଏହି ୩ଟି ଆଇନ ଲାଗୁ କରାଯାଇଛି ।

ନୂଆ ଆଇନ ଲାଗୁହେବା ପରେ ରାଜଧାନୀ ଭୁବନଶ୍ୱରରେ ପ୍ରଥମ ମାମଲା ରୁଜୁ ହୋଇଛି । ଲକ୍ଷ୍ମୀସାଗର ଥାନାରେ ରୁଜୁ ହୋଇଛି ପ୍ରଥମ କେଶ ରେଜିଷ୍ଟର । କେଶ ରୁଜୁ କରିଛନ୍ତି ଚିନ୍ତାମଣିଶ୍ୱର ଅଞ୍ଚଳର ରୁଦ୍ର ପ୍ରସାଦ ଦାସ । FIR ନମ୍ବର ୩୭୦ ରେ ଏହି ମାମଲା ରୁଜୁ ହୋଇଛି । ରୁଦ୍ରପ୍ରସାଦଙ୍କ ବାପାଙ୍କୁ ସେହି ଅଞ୍ଚଳର ୩ ଜଣ ଆକ୍ରମଣ କରିଥିବାରୁ ତାଙ୍କ ନାଁରେ ପ୍ରଥମ ମାମଲା ରୁଜୁ ହୋଇଛି ।

ସୂଚନାନୁସାରେ,ଆଜିଠାରୁ ବ୍ରିଟିଶ ଅମଳରୁ ଚାଲିଆସୁଥିବା ଭାରତୀୟ ପିଙ୍ଗଳ କୋଡ଼ (IPC) ଫୌଜଦାରୀ ଦଣ୍ଡବିଧି ଆଇନ (CRPC) ଭାରତୀୟ ସାକ୍ଷ୍ୟ ଆଇନ (ଇଣ୍ଡିଆନ ଏଭିଡ଼େନ୍ସ ଆକ୍ଟ) ବଦଳିଛି । ଏହା ସ୍ଥାନରେ ୩ ନୂଆ ଫୌଜଦାରୀ ଆଇନ ଯଥା,ଭାରତୀୟ ନ୍ୟାୟ ସଂହିତା (BNS), ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS)ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ (BSA) କାର୍ଯ୍ୟକାରୀ ହୋଇଛି।

ଏହି ପ୍ରଚଳିତ ନୂଆ ଆଇନ ଏକ ଆଧୁନିକ ନ୍ୟାୟିକ ବ୍ୟବସ୍ଥା ଆଣିବ, ଯେଉଁଥିରେ ଜିରୋ ଏଫ୍‌ଆଇଆର୍‌ ଅର୍ଥାତ୍‌ ଯେକୌଣସି ଥାନାରେ ଏତଲା ଦାଏର କରାଯାଇପାରିବ। ଏପରିକି ଅନ୍‌ଲାଇନରେ ପୋଲିସରେ ଅଭିଯୋଗ ଦାଏର କରାଯିବା ସହ ଏସ୍‌ଏମ୍‌ଏସ୍‌ ଭଳି ଅନ୍‌ଲାଇନ ମୋଡ୍‌ରେ ସମନ ଜାରି କରାଯିବ। ସମସ୍ତ ଜଘନ୍ୟ ଅପରାଧ କ୍ରାଇମ୍‌ ସିନ୍‌ର ଭିଡିଓଗ୍ରାଫିକୁ ବାଧ୍ୟତାମୂଳକ କରାଯିବ

ଗତବର୍ଷ ଡିସେମ୍ବର ୨୧ରେ ୩ ଟି ବିଲ୍‌ ପାର୍ଲାମେଣ୍ଟରେ ଗୃହୀତହେବା ପରେ ଡିସେମ୍ବର ୨୬ରେ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଆଇନରେ ପରିଣତ ହୋଇଥିଲା। ନୂଆ ଆଇନ ଅନୁଯାୟୀ ଆପରାଧିକ ମାମଲାରେ ଶୁଣାଣି ଶେଷ ହେବାର ୪୫ ଦିନ ମଧ୍ୟରେ ରାୟ ଆସିବ। ପ୍ରଥମ ଶୁଣାଣିର ୬୦ ଦିନ ମଧ୍ୟରେ ଚାର୍ଜଫ୍ରେମ୍‌ ହେବା ବାଧ୍ୟତାମୂଳକ ହେବ। ବଳାତ୍କାର ପୀଡ଼ିତାଙ୍କ ବୟାନ ଘର ଲୋକଙ୍କ ଉପସ୍ଥିତିରେ ଜଣେ ମହିଳା ପୋଲିସ ଅଫିସର ରେକର୍ଡ କରିବେ। ଡାକ୍ତରୀ ରିପୋର୍ଟ ୭ ଦିନ ମଧ୍ୟରେ ଦେବାକୁ ହେବ। ନୂଆ ଆଇନରେ ସଂଗଠିତ ଅପରାଧ ଏବଂ ଆତଙ୍କବାଦୀ କାର୍ଯ୍ୟର ସଂଜ୍ଞା ନିରୂପଣ କରାଯାଇଛି।

ସେହିପରି ରାଜଦ୍ରୋହ ସ୍ଥାନରେ ଦେଶଦ୍ରୋହ ଶବ୍ଦ ବ୍ୟବହାର କରାଯାଇଛି ଏବଂ ସମସ୍ତ ତଲାସି ତଥା ଜବତ ଘଟଣାର ଭିଡିଓ ରେକର୍ଡିଂ ବାଧ୍ୟତାମୂଳକ ହୋଇଛି। ନୂଆ ଆଇନରେ ମହିଳା ଏବଂ ଛୋଟ ପିଲାଙ୍କ ପ୍ରତି ଅପରାଧକୁ ଏକ ନୂଆ ଅଧ୍ୟାୟରେ ସାମିଲ କରାଯାଇଛି। ଶିଶୁ କିଣାବିକାକୁ ଏଥିରେ ଜଘନ୍ୟ ଅପରାଧ ଦର୍ଶାଯାଇଛି। ନାବାଳିକାଙ୍କୁ ଗଣବଳାତ୍କାର ମାମଲାରେ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ ଜେଲଦଣ୍ଡର ବ୍ୟବସ୍ଥା ରହିଛି। ମହିଳା ଓ ଶିଶୁଙ୍କ ପ୍ରତି ଅପରାଧ, ହତ୍ୟା ଏବଂ ରାଷ୍ଟ୍ର ବିରୋଧୀ ଅପରାଧକୁ ନୂଆ ଆଇନରେ ପ୍ରାଧାନ୍ୟ ଦିଆଯାଇଛି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button