ଦେଶ- ବିଦେଶ

ଚତୁର୍ଥୀ ରାତି ପରଦିନ ଛୁଆ ଜନ୍ମ ଦେଲେ ନୂଆ ବୋହୂ

ହଁ ଦର୍ଶକ ବନ୍ଧୁ, ନ ଦେଖିଲା ଲୋକ ଦେଖ ନା କଇଁଛ କାଢ଼ିଛି ବେକ। ଅଦ୍ଭୁତ ଓ ଅସମ୍ଭବ କଥା ଏବେ ସମାଜରେ ଘଟି ଚାଲିଛି। ଚତୁର୍ଥୀ ରାତିରେ ଏମିତି କଣ ହେଇଗଲା ଯେ , ନୂଆ ବୋହୂର ପେଟ କାଟିଲା। ଆଉ ଚତୁର୍ଥୀ ପରଦିନ ହିଁ ଛୁଆ କୁ ଜନ୍ମ ଦେଇଛି ନୂଆ ବୋହୂ। ଶୁଣିବାକୁ ଆଶ୍ଚର୍ୟ୍ଯ ଲାଗିଲେ ବି କଥାଟା ସତ।

ଚତୁର୍ଥୀ ରାତିରେ ପେଟ କାଟିବାରୁ ଡାକ୍ତରଖାନା ନେଲେ ସ୍ବାମୀ। ଆଉ ସେଇଠି ୭ମାସର ଛୁଆକୁ ଜନ୍ମ ଦେଲେ ନବବିବାହିତା ସ୍ତ୍ରୀ। ଗ୍ରେଟର ନୋଏଡାରେ ଘଟିଛି ଏଭଳି ଅଦ୍ଭୁତ ଘଟଣା। ଗ୍ରେଟର ନୋଏଡାରେ ସୋମବାର ଜଣେ ବ୍ୟକ୍ତିଙ୍କର ବିବାହ ହୋଇଥିଲା। ଏହା ପରେ ଚତୁର୍ଥୀ ରାତିରେ ନବବିବାହିତା ଯୁବତୀଙ୍କ ପେଟରେ ହଠାତ୍ ଯନ୍ତ୍ରଣା ହେବାକୁ ଲାଗିଲା। ଯନ୍ତ୍ରଣା ବଢ଼ିବାରୁ ଶାଶୁଘର ‌ଲୋକେ ତାଙ୍କୁ ଡାକ୍ତରଖାନା ନେଇଥିଲେ।ଆଉ ଡାକ୍ତରଖାନା ନେବା ପରେ ସେଠାରେ ସେମାନେ ଜାଣିବାକୁ ପାଇଲେ ଯେ ,କାଲି ଘରକୁ ବିବାହ କରି ଆସିଥିବା ବୋହୂ ୭ମାସର ଗର୍ଭବତୀ ଅଛନ୍ତି। ଏହା ପରେ ପାରିବାର ଲୋକଙ୍କ ପାଦ ତଳୁ ମାଟି ଖସିଯାଇଥିଲା। କେବଳ ଏତିକି ନୁହେଁ, ଡାକ୍ତରଖାନା ନେବାର ପରଦିନ ନବବିବାହିତା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ ବୋଲି ଖବର ଆସିଛି । ଯାହା ସମସ୍ତଙ୍କୁ ଚମକେଇ ଦେଇଛି। 8 Things You'll Miss About Being Pregnant

ମିଳିଥିବା ସୂଚନା ମୁତାବକ, ଗତ ସୋମବାର, ଗ୍ରେଟର ନୋଏଡାର ଥାନା ଦନକୌରରେ ଥିବା ଏକ ଗାଁରେ ରହୁଥିବା ଜଣେ ବ୍ୟକ୍ତି ସିକନ୍ଦରାବାଦର ଜଣେ ଯୁବତୀକୁ ବିବାହ କରିଥିଲେ। ବିବାହ ପରେ କନ୍ୟା ବିଦା ହୋଇ ଶାଶୁ ଘରେ ପହଞ୍ଚିଥିଲା ଆଉ ଖୁସିରେ ଖୁସିରେ ବାହାଘର ସରିଥିଲା। ଏହା ପରେ ଚତୁର୍ଥୀ ସମୟରେ ନବବିବାହିତା ବୋହୂ ଜଣଙ୍କ ପେଟରେ ହଠାତ୍ ପ୍ରବଳ ଯନ୍ତ୍ରଣା ଅନୁଭବ କଲେ। ଶାଶୁ ଘର ଲୋକେ ଭୟଭୀତ ହୋଇ ଶୀଘ୍ର ତାଙ୍କୁ  ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପରୀକ୍ଷା କରିବା ପରେ ନବବିବାହିତା ୭ମାସର ଗର୍ଭବତୀ ଥିବା ସାମ୍ନାକୁ ଆସିଥିଲା। ତେବେ ଡାକ୍ତରଖାନା ଯିବା ପରଦିନ ନବବିବାହିତା ଶିଶୁକନ୍ୟାକୁ ଜନ୍ମ ଦେବାରୁ ଶାଶୁଘର ଲେ‌ାକେ ଝିଅ ସହ ବୋହୂକୁ ତାଙ୍କ ବାପ ଘରକୁ ପଠାଇ ଦେଇଥିବା ଜଣାପଡ଼ିଛି।How social media is putting pregnant women under pressure

ଏହି ଘଟଣାକୁ ନେଇ ଏପର୍ଯ୍ୟନ୍ତ ବର ପରିବାର ପକ୍ଷରୁ ପୁଲିସକୁ କୌଣସି ଅଭିଯୋଗ ଦିଆଯାଇ ନାହିଁ। କୁହାଯାଉଛି ଯେ, କନ୍ୟାର ପରିବାର ସଦସ୍ୟ ଝିଅ ଗର୍ଭବତୀ ଥିବା କଥା ପୁଅର ପରିବାର ଠାରୁ ଲୁଚାଇ ରଖିଥିଲେ। ତେଣୁ ବାହାଘର ପରେ ଏମିତି ଏକ ଘଟଣା ଘଟିଗଲା। ତେବେ ଉଭୟ ପକ୍ଷର ଏହି ବିବାଦ ଆଗକୁ କେଉଁ ମୋଡ଼ ନେଉଛି ତାହା ଜାଣିବା ପାଇଁ ସମସ୍ତେ ଆଗ୍ରହୀ ଅଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button