ଦେଶ- ବିଦେଶ

କୋଲକାତା ଲଜ୍ଜା: ଆଜି ସଞ୍ଜୟର ହେବ ପଲିଗ୍ରାଫ ଟେଷ୍ଟ

କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦିନକୁ ଦିନ ନୂଆ ନୂଆ ଖୁଲାସା ହେଉଛି। ଅଭିଯୁକ୍ତ ସଞ୍ଜୟ ପାଖରୁ ସତ ଉଗାରୁଛି ସିବିଆଇ। RG କର ମେଡିକାଲ୍ କଲେଜ ଜୁନିୟର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ତଦନ୍ତକୁ ବଢେଇଛି। ଏହାରି ଭିତରେ ଆଜି ସଞ୍ଜୟର ପଲିଗ୍ରାଫ୍ ଅର୍ଥାତ ଲାଇ ଡିଟେକସନ୍ ଟେଷ୍ଟ ହେବ। ଯେଉଁଥି ପାଇଁ ପ୍ରେସିଡେନ୍ସି ଜେଲରେ ସବୁ ପ୍ରକାର ବ୍ୟବସ୍ଥା ସରିଛି।

CBI, CFSL, କୋଲକାତା ଓ ଦିଲ୍ଲୀର କିଛି ବଛା ବଛା ଡାକ୍ତରଙ୍କୁ ନେଇ ୧୬ ଜଣିଆ ଟିମ୍ ପ୍ରସ୍ତୁତ ହୋଇଛି। ଏହି ପଲିଗ୍ରାଫ୍ ଟେଷ୍ଟ ପରେ ଦିନେ କିମ୍ୱା ଦୁଇ ଦିନରେ ମେଡିକାଲର ପୂର୍ବତନ ଅଧକ୍ଷ ସନ୍ଦୀପ ଘୋଷଙ୍କ ସମେତ ୪ ସନ୍ଦିଗ୍ଧଙ୍କ ବି ପଲିଗ୍ରାଫ୍ ଟେଷ୍ଟ ହେବ। ଏହି ୪ଜଣ ଘଟଣା ଦିନ ରାତିରେ ଡିନର୍ କରିବା ସହ ସେଇ ତୃତୀୟ ମହଲାରେ ଉପସ୍ଥିତ ଥିଲେ।

ସେପଟେ କଲେଜରେ ଅର୍ଥନୈତିକ ହେରଫେର ଅଭିଯୋଗ ନେଇ ସନ୍ଦୀପ ଘୋଷଙ୍କ ନାଁରେ ଏତଲା ହୋଇଛି। ଆରଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ନାଁରେ ସିବିଆଇ ଏତଲା ଦାୟର କରିଛି। ସିବିଆଇର ଦୁର୍ନୀତି ନିବାରଣ ଶାଖା ପକ୍ଷରୁ ଏତଲା ହୋଇଥିବା ବେଳେ ଏତଲା କପି ସିଜେଏମ୍ କୋର୍ଟରେ ଦାଖଲ ହୋଇଛି।

ଏହାପରେ ସନ୍ଦୀପ ଘୋଷଙ୍କ ଗିରଫ ସମ୍ଭାବନା ବଢ଼ିଛି। ତାଙ୍କ କାର୍ଯ୍ୟକାଳ ସମୟରେ କଲେଜରେ ବ୍ୟାପକ ଅର୍ଥନୈତିକ ହେରଫେର ହୋଇଥିବା ଅଭିଯୋଗ ହୋଇଛି। କଲେଜର ପୂର୍ବତନ ଉପ-ଅଧିକ୍ଷକ ଅଖତାର ଅଲ୍ଲି ହାଇକୋର୍ଟରେ ଏହି ଅଭିଯୋଗ ଆଣିବା ସହ ଇଡି ଦ୍ୱାରା ତଦନ୍ତ କରାଇବାକୁ ଆବେଦନ କରିଥିଲେ। ମାମଲାର ତଦନ୍ତ ଏସଆଇଟି କରୁଥିବା ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ପରେ ଏହା ସିବିଆଇକୁ ହସ୍ତାନ୍ତର ହୋଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button