ବଦଳିବ କି ପାରାଦୀପ ଚିତ୍ର? ନିର୍ବାଚନମଣ୍ଡଳୀ ଗଠନ ପରଠାରୁ ଦାମଙ୍କ ପରିବାର ହାତରେ ଆସନ – Kalinga News

[ad_1]
ଶକ୍ତି ପ୍ରଦର୍ଶନ ପାଇଁ ବାପି ସାର୍ଖେଲଙ୍କ ସଜବାଜ, ମୋ ପରିବାର ଅଭିଯାନରେ ବିଜେପି ନେତା ସମ୍ପଦ ସ୍ବାଇଁ
ଶୁଭକାନ୍ତ ପଢିଆରୀ

Sambad is now on WhatsApp
Join and get latest news updates delivered to you via WhatsApp
ଜଗତସିଂହପୁର: ବନ୍ଦର ତଥା ଶିଳ୍ପ ନଗରୀ ଯୋଗୁଁ ଜଗତସିଂହପୁର ଜିଲ୍ଲାର ପାରାଦୀପ ନିର୍ବାଚନ ମଣ୍ଡଳୀର ଗୁରୁତ୍ବ ଅଧିକ। ଏଥିପାଇଁ ହେଭିଵେଟ ନେତାଙ୍କ ନଜର ବି ସବୁ ବେଳେ ରହି ଆସିଛି ପାରାଦୀପ ଉପରେ। ୨୦୦୯ରେ ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ପରଠାରୁ ଏହି ଆସନ ଶାସକ ବିଜୁ ଜନତା ଦଳ ହାତରେ ରହିଛି। ବରିଷ୍ଠ ନେତା ଦାମୋଦର ରାଉତ ଏହି ଆସନରୁ ଲଗାତାର ଦୁଇ ଥର ଓ ତାଙ୍କ ପୁଅ ସମ୍ବିତ ରାଉତରାୟ ଗୋଟିଏ ଥର ଜିତିଛନ୍ତି। କିନ୍ତୁ ଏଥର ଏହି ଆସନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅରିନ୍ଦମ ସାର୍ଖେଲ(ବାପି) ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଭାବେ ଏଠାରୁ ଲଢ଼ିଥିବା ବେଳେ ଏଥର ବିଜେଡିରୁ ଟିକଟ ଆଶାୟୀ ଥିବା ଚର୍ଚ୍ଚା ହେଉଛି। ଦୁଇ ବର୍ଷ ହେଲା ‘ଆମ ପାରାଦୀପ ଆମ ପ୍ରଗତି’ ସଂଗଠନ ନାଁରେ ସେ ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଛନ୍ତି। ଆଗକୁ ସେ ବିଶାଳ ସମାବେଶ ଜରିଆରେ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛନ୍ତି। ତାଙ୍କ ବ୍ୟତୀତ ଏଠାରୁ ଅନ୍ୟ ବହୁ ବରିଷ୍ଠ ନେତା ବିଜେଡି ଟିକେଟ୍ ଆଶାୟୀ ଥିବାରୁ ଏଥର ନିର୍ବାଚନ ମଣ୍ଡଳୀ ଦାମଙ୍କ ପରିବାର ହାତରୁ ଯିବ ନା ପୁଣି ଚତୁର୍ଥ ଥର ହାତରେ ରହିବ, ତାହାକୁ ନେଇ ଆକଳନ ଆରମ୍ଭ ହୋଇଛି। ୨୦୧୪ ନିର୍ବାଚନରେ ପାରାଦୀପରୁ ଦାମୋଦର ରାଉତ ୮୫ ହଜାର ୨୦୬ ଖଣ୍ଡ ଭୋଟ ପାଇଥିଲେ। ମୋଟ ଭୋଟର ୫୯ ପ୍ରତିଶତ ପାଇଥିଲେ ଦାମ । ୨୦୧୯ରେ ସମ୍ବିତ ରାଉତରାୟ ୬୯ ହଜାର ୮୭୧ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କର ଭୋଟ ପ୍ରତିଶତ ଥିଲା ୪୫ ପ୍ରତିଶତ। ୨୦୧୪ ତୁଳନାରେ ବିଜେଡିର ଭୋଟ ହାର ପ୍ରାୟ ୧୪ ପ୍ରତିଶତ କମି ଯାଇଥିଲା। ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ଅରିନ୍ଦମ ସାର୍ଖେଲ ୪୬୬୦୬ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କର ଭୋଟ ପ୍ରତିଶତ ଥିଲା ପ୍ରାୟ ୩୨ ପ୍ରତିଶତ। ୨୦୧୯ରେ ବି ସେ ୪୮ ହଜାର ୮୭୯ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଭୋଟ ପ୍ରତିଶତ ପାଖାପାଖି ୩୧ ପ୍ରତିଶତ ରହିଥିଲା। ପୂର୍ବ ଦୁଇଟି ନିର୍ବାଚନରେ ଅରିନ୍ଦମ ସାର୍ଖେଲଙ୍କ ଭୋଟ ହାରରେ ସେମିତି ବିଶେଷ ଫରକ ଦେଖିବାକୁ ମିଳିନାହିଁ।
ନିର୍ବାଚନମଣ୍ଡଳୀ ଗଠନ ପରଠାରୁ ଦାମଙ୍କ ପରିବାର ହାତରେ ଆସନ
ଶକ୍ତି ପ୍ରଦର୍ଶନ ପାଇଁ ବାପି ସାର୍ଖେଲଙ୍କ ସଜବାଜ
ମୋ ପରିବାର ଅଭିଯାନରେ ବିଜେପି ନେତା ସମ୍ପଦ ସ୍ବାଇଁ
ପଛରେ ପଡ଼ିଛି କଂଗ୍ରେସ
ଅନ୍ୟପକ୍ଷରେ ବିଜେପି ଭୋଟ ହାର ୨୦୧୪ ଅପେକ୍ଷା ୨୦୧୯ରେ ଆଶାତୀତ ଭାବେ ବଢ଼ିଛି। ୨୦୧୪ ନିର୍ବାଚନରେ ବିଜେପି ପ୍ରାର୍ଥୀ ଦୀପ୍ତିରେଖା ନାୟକ ୫୮୩୨ ଖଣ୍ଡ ଭୋଟ ପାଇଥିବା ବେଳେ ଭୋଟ ପ୍ରତିଶତ ଥିଲା ପ୍ରାୟ ୪ ପ୍ରତିଶତ। ୨୦୧୯ରେ ବିଜେପି ପ୍ରାର୍ଥୀ ସମ୍ପଦ ସ୍ବାଇଁ ୩୫ ହଜାର ୩୭ ଖଣ୍ଡ ଭୋଟ ପାଇଥିବା ବେଳେ ଭୋଟ ହାର ୨୨ ପ୍ରତିଶତକୁ ବଢ଼ିଥିଲା। ବିଜେପିର ମୋ ପରିବାର ଅଭିଯାନ ଜରିଆରେ ସମ୍ପଦ ସ୍ବାଇଁ ମଧ୍ୟ ସକ୍ରିୟ ରହିଛନ୍ତି। କିନ୍ତୁ ଦୁଇ ବର୍ଷ ହେଲା କଂଗ୍ରେସ ବ୍ୟାନରରେ ସେଭଳି କିଛି କାର୍ଯ୍ୟକ୍ରମ ହେଉ ନ ଥିବା ଦେଖିବାକୁ ମିଳୁଛି। ସବୁଠୁ ଅଧିକ ନଜର ରହିଛି କିନ୍ତୁ ବିଜେଡି ଟିକଟ ଉପରେ। ଦାମୋଦର ରାଉତଙ୍କ ଉପରୁ ପ୍ରାୟ ୬ ବର୍ଷ ପରେ ବିଜେଡି ବହିଷ୍କାର ଆଦେଶ ହଟାଇବା ପରେ ରାଜନୀତି ସମୀକରଣ ବଦଳିପାରେ ବୋଲି ଆଲୋଚନା ହେଉଛି। ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳଙ୍କ ନାମ ସହିତ ସୁଯୋଗ ମିଳିଲେ କଂଗ୍ରେସ ଛାଡ଼ି ପାରାଦୀପରେ ବିଜେଡି ଟିକେଟରେ ପୂର୍ବତନ ବିଧାୟକ ଚିରଂଜୀବ ବିଶ୍ବାଳ ଲଢି ପାରନ୍ତି ବୋଲି ଚର୍ଚ୍ଚା ଜାରିରହିଛି। ଏଭଳି ସ୍ଥିତିରେ ପାରାଦୀପ ରାଜନୀତିରେ କିଛି ବି ଓଲଟପାଲଟ ହୋଇପାରେ ବୋଲି କୁହାଯାଉଛି।
[ad_2]