ରାଜନୀତି

ଶଙ୍ଖ ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ; କଂଗ୍ରେସକୁ ଆଖି – Kalinga News

[ad_1]

ଭବାନୀପାଟଣା: ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ସେ ଆଜି ଦଳର ରାଜ୍ୟ ସଭାପତିଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ‘ଦୀର୍ଘ ୫ ବର୍ଷ ହେଲା ବିଜେଡି ମୋତେ ଅଣଦେଖା କରିଆସୁଛି। ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏ ସଂକ୍ରାନ୍ତରେ ଜଣାଇବାକୁ ବାରମ୍ବାର ଉଦ୍ୟମ କରି ନିରାଶ ହୋଇଛି। ଶେଷରେ ବାଧ୍ୟହୋଇ ରାଜ୍ୟ ସଭାପତିଙ୍କୁ ମୋର ଇସ୍ତଫା ପ୍ରଦାନ କରିଛି। ବୋଲି ଶ୍ରୀ ମାଝି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। କେଉଁ ଦଳରେ ଯୋଗଦେବେ ବୋଲି ପଚାରିବାରେ ସେ ‘ସମର୍ଥକଙ୍କ ନିଷ୍ପତ୍ତି ହିଁ ମୋର ନିଷ୍ପତ୍ତି’ ବୋଲି କହି ପ୍ରସଙ୍ଗକୁ ଏଡ଼ାଇଯାଇଛନ୍ତି।

ଶ୍ରୀ ମାଝୀ ୧୯୯୭ ମସିହାରୁ କଳାହାଣ୍ଡି ଜିଲ୍ଲା ଲାଂଜିଗଡ଼ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରୁ ଯଥାକ୍ରମେ ଜନତା ଦଳ ଓ ବିଜେଡି ଟିକଟରୁ ୫ଥର ବିଧାୟକ ରୂପେ ନିର୍ବାଚିତ ହୋଇଛନ୍ତି। ସେଥିରୁ ୨ଥର ମନ୍ତ୍ରୀ ହୋଇଥିଲେ। ତେବେ ଗତ ନିର୍ବାଚନରେ ତାଙ୍କୁ ଦଳୀୟ ଟିକଟ ମିଳି ନଥିଲା। ବଦଳରେ ପ୍ରଦୀପ ଦିଶାରୀ ବିଜେଡି ଟିକଟରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ଦୀର୍ଘ ୫ବର୍ଷରୁ ଅଧିକ ସମୟ ଧରି ଦଳରେ ଶ୍ରୀ ମାଝି କୋଣଠେସା ହୋଇ ରହି ଆସୁଥିଲେ। ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗ ଦେଉଥିଲେ ହେଁ ରାଜ୍ୟ ନେତୃତ୍ବ ଓ ସ୍ଥାନୀୟ ନେତା ତାଙ୍କୁ ଅଣଦେଖା କରୁଥିଲେ। ଏହାକୁ ନେଇ ବଳଭଦ୍ରଙ୍କ ସମର୍ଥକ ମହଲରେ ତୀବ୍ର ଅସନ୍ତୋଷ ଲାଗି ରହିଥିଲା। ତଥାପି ଶ୍ରୀ ମାଝୀ ଦଳ ଛାଡ଼ି ନଥିଲେ। ହେଲେ ୨୦୨୪ ନିର୍ବାଚନରେ ବିଜେଡି ଟିକଟ ମିଳିବା ସମ୍ଭାବନା କ୍ଷୀଣ ଥିବା ଅନୁମାନ କରି ସେ ଏବେ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି।

ଲାଞ୍ଜିଗଡ଼ର ପୂର୍ବତନ ବିଧାୟକ ତଥା କଳାହାଣ୍ଡିର ପୂର୍ବତନ ଜିଲ୍ଲା ବିଜେଡି ସଭାପତି ବଳଭଦ୍ର ମାଝୀ କଂଗ୍ରେସରେ ସାମିଲ ହେବେ ବୋଲି ସୂଚନା ମିଳିଛି। ରବିବାର ସେ ରାଜ୍ୟ ଅତିଥି ଭବନରେ ବରିଷ୍ଠ କଂଗ୍ରେସ ନେତାମାନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ୧୯୯୦ ମସିହାରୁ ଲଗାତାର ଲାଞ୍ଜିଗଡ଼ରୁ ବିଧାୟକ ଭାବେ ଜିତିଥିବା ଶ୍ରୀ ମାଝୀ ପ୍ରଥମ ଥର ପାଇଁ ୨୦୦୯ ମସିହାରେ କଂଗ୍ରେସ ବିଧାୟକ ଶିବାଜୀ ମାଝୀଙ୍କଠାରୁ ହାରିଯାଇଥିଲେ। ରାଜ୍ୟରେ ମନ୍ତ୍ରୀ ହେବା ସହ ବିଜେଡି ଗଠନ ହେବା ବେଳେ ଦଳର ଯୁବ ଶାଖାର ସଭାପତି ଥିଲେ। କଂଗ୍ରେସ ତାଙ୍କୁ କଳାହାଣ୍ଡି ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିବାକୁ ଚାହୁଥିବା ଚର୍ଚ୍ଚା ହେଉଛି। ସେହିଭଳି କଳାହାଣ୍ଡିର ପୂର୍ବତନ ସାଂସଦ ଭକ୍ତଚରଣ ଦାସ ନର୍ଲା ଆସନ ପାଇଁ ଆଗ୍ରହୀ ଥିବା ରାଜନୈତିକ ମହଲରେ ଆଲୋଚନା ଚାଲିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button